News18 Odia Digital
ଭୁବନେଶ୍ୱେର: ରାଜ୍ୟ ରାଜଧାନୀରେ ଗତ ୧୨ ବର୍ଷ ଧରି ପଡି଼ରହିଥିବା ଆପରାଧିକ ମାମଲାଗୁଡି଼କୁ ଖୋଲିବା ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏଥି ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲା ଯାଇଛି । ଜଣେ ଏ.ସି.ପି. ଓ ଦୁଇ ଜଣ ଆଇ.ଆଇ.ସି.ଙ୍କୁ ଦିଆଯାଇଛି ସେହି ମାମଲାଗୁଡ଼ିକର ତଦନ୍ତ ଦାୟିତ୍ୱ । ନାବାଳିକା ଅପହରଣ, ନିଖୋଜ ବ୍ୟକ୍ତି ମାମଲା ଓ ପରିଚୟ ମିଳି ନ ଥିବା ମୃତ ଦେହ ମାମଲାଗୁଡି଼କର ତଦନ୍ତ କରିବ ଏହି ସେଲ୍ ।
୨୦୦୮ ମସିହାରେ କମିଶନରେଟ ପୋଲିସ ଗଠନ ହେବା ପରଠୁ ବିଭିନ୍ନ ଥାନାରେ ପାଖାପାଖି ୮୦୦ ନାବାଳିକା ଅପହରଣ ମାମଲା ଓ ୫୦୦ ନିଖୋଜ ବ୍ୟକ୍ତି ମାମଲା ଅସମାହିତ ହୋଇ ପଡ଼ିରହିଛି । ତେଣୁ ପୁରୁଣା ଫାଇଲ୍ ଖୋଲି ଏ ସବୁ ମାମଲାଗୁଡି଼କର ତଦନ୍ତ ସାରବାକୁ ନିଷ୍ପତ୍ତି ନେଇଛି କମିଶନରେଟ୍ ପୋଲିସ ।
ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ୬ ମାସରେ ମିଳିବ ୩ ଲକ୍ଷ ଟଙ୍କା“ଗତ କିଛି ଦିନ ତଳେ ଆମେ ଅସମାହିତ ହୋଇ ରହିଥିବା ମାମଲାଗୁଡ଼ିକର ଏକ ସମୀକ୍ଷା କରିଥିଲୁ । କମିଶନରେଟ୍ ପୋଲିସ ଆରମ୍ଭ ହେବା ଦିନ ଠାରୁ ଏଭଳି ଅନେକ ମାମଲା ପେଣ୍ଡିଂ ରହିଛି । ଏବେ ସୁଦ୍ଧା ରାଜଧାନୀର ବିଭିନ୍ନ ଥାନାରେ ୮୦୦ରୁ ଅଧିକ ନାବାଳିକା ଅପହରଣ ମାମଲା ପଡି଼ ରହିଛି । ଏବେ ସେ ସବୁ ଉପରେ ଆମେ ଗୁରତ୍ୱ ଦେବା ଆରମ୍ଭ କରିଛୁ । ଏବେ ସୁଦ୍ଧା ୩୦ଟି ମାମଲାରେ ତଦନ୍ତ କରି ଆମେ ୩୦ ଜଣ ନବାଳିକାଙ୍କୁ ଉଦ୍ଧାର କରିସାରିଲୁଣି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ୫ ମିନିଟରେ ମଲେ ୨୨ – VIDEO
ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ
ଏହା ବି ପଢ଼ନ୍ତୁ | SBIର ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବଖାଲି ନାବାଳିକା ଅପହରଣ ନୁହେଁ, କମିଶନରେଟ୍ ପୋଲିସ ପାଇଁ ଅସମାହିତ ହୋଇ ପଡ଼ିରହିଥିବା ନିଖୋଜ ବ୍ୟକ୍ତି (ମିସିଂ ପର୍ସନ୍) ମାମଲାଗୁଡି଼କ ମଧ୍ୟ ଚିନ୍ତା ବଢ଼ାଇଛି । ଏବେ ସୁଦ୍ଧା ରାଜଧାନୀର ବିଭିନ୍ନ ଥାନାରେ ୫୦୦ରୁ ଅଧିକ ନିଖୋଜ ବ୍ୟକ୍ତି ମାମଲା ପଡ଼ିରହିଛି । ସେ ସବୁର ତାଲିକା ଓ ପୂର୍ବ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।
ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର“ନାବାଳିକା ଅପହରଣ ମାମଲାଗୁଡି଼କର ତଦନ୍ତ ବେଳେ ଜଣା ପଡି଼ଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଇଚ୍ଛାରେ ଘରୁ ବାହାରକୁ ଯାଇଛନ୍ତି । ବିଶେଷ କରି ୧୬ରୁ ୧୭ ବର୍ଷ ବୟସର ନାବାଳିକାମାନେ ସ୍ୱଇଚ୍ଛାରେ ଯାଇଥିବା ଜଣା ପଡି଼ଛି । ତା’ ପରେ ସେମାନଙ୍କ ପରିବାର ଅପହରଣ ମାମଲା ରୁଜୁ କରିଛନ୍ତି । ଆଗକୁ ଆମେ ସ୍କୁଲ୍ ଓ କଲେଜରେ ଏ ନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ଲକ୍ଷ ରଖିଛୁ । ନାବାଳିକା ଅପହରଣ ମାମଲା ରୁଜୁ ହେଲେ କାର୍ଯ୍ୟାନୁଷ୍ଠାନ କଠୋର ହୁଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
କମିଶନରେଟ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀମାନେ । ପୁର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, “ବିଶେଷ କରି ଏହି ଭଳି ମାମଲାଗୁଡି଼କ ପଡି଼ରହିଥାଏ । ତେଣୁ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏଗୁଡ଼ିକର ତଦନ୍ତ କଲେ ତଦନ୍ତ ପକ୍ରିୟା ସହଜ ହେବ ଓ ଶୀଘ୍ର ସରିବ । ପରିଚୟ ମିଳି ନ ଥିବା ମୃତ ଦେହ ମାମଲାଗୁଡି଼କ ରିଓପନ୍ କରିବା ଦ୍ୱାରା ସେମାନଙ୍କ ପରିଚୟ ମଳିବାର ସମ୍ଭାବନା ବଢ଼ିବ ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।