News18 Odia Digital
ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ଅଣନିଶ୍ୱାସୀ ହୋଇପଡିବାରୁ ଅଚେତ ହୋଇଗଲେ ୮ଜଣ ଛାତ୍ରୀ। ସମସ୍ତ ଛାତ୍ରୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ହୃଦାନନ୍ଦ ହାଇସ୍କୁଲର ଛାତ୍ରୀ।
ଆହତ ଛାତ୍ରୀମାନେ ହେଉଛନ୍ତି ସୁଭଦ୍ରା ଦାସ, ଲିଜା ଟୁଡୁ,କ୍ରୀଷ୍ଣା ପରିଡା, ଇତିଶ୍ରୀ ଜେନା ,ବିଷ୍ଣୁପ୍ରିୟା ବେହେରା ଓ ବର୍ଷା ରାଣୀ ପରିଡା ଏମାନେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହାଇସ୍କୁଲର ୭୦ ଜଣ ଛାତ୍ରଛାତ୍ରୀ ଶ୍ରୀମନ୍ଦିର ବାଇଶିପାହାଚ ଦେଇ ଯିବାବେଳେ ୬ ଜଣ ଛାତ୍ରୀ ବେହୋସ୍ ହୋଇପଡିଥିଲେ। ତେଵେ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗରେ ଗୁରୁତର ଛାତ୍ରୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଛାତ୍ରୀଙ୍କୁ ସାଲାଇନ୍ ,ଇଞ୍ଜକ୍ସନ ଦିଆଯାଇଥିଲା। ତେବେ କିଛି ଛାତ୍ରୀଙ୍କ. ଅବସ୍ଥା ଅତି ଗୁରୁତର ହୋଇପଡିବାରୁ ସେମାନଙ୍କୁ ଅକ୍ସିଜେନ୍ ଦିଆଯାଇଛି।
ତେବେ କରୋନା କଟକଣା ହଟିବା ପରେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତମାନେ ଆସୁଛନ୍ତି। ତେବେ ପ୍ରବଳ ଗହଳି ଯୋଗୁଁ ଛାତ୍ରୀମାନେ ଅଣନିଶ୍ୱାସ ହୋଇପଡିବାରୁ ଏଭଳି ଘଟିଲା ବୋଲି ଆହତ ଛାତ୍ରୀଙ୍କ ସହପାଠୀନି ପ୍ରତିକ୍ରିୟା ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।