କଟକ: ଡି ବ୍ରଦର୍ସଙ୍କ ଘର ଗୋଟେ ଅସ୍ତ୍ରଶସ୍ତ୍ରର ଭଣ୍ଡାର! ପୁଣି ବାହାରିଲା ୮ ବନ୍ଧୁକ, ଅନେକ ଗୁଳି, ଟଙ୍କା

ଡି ବ୍ରଦର୍ସଙ୍କ ଘରଟି ତିଆରି ହେବା ସମୟରେ ତା’ର ଇଣ୍ଟରିଅରକୁ ପରିବର୍ତ୍ତନ କରାଯାଇଥିବା ଓ ଘରର ବିଭିନ୍ନ ସ୍ଥାନରେ ଗୁପ୍ତ ଚାମ୍ବର ତିଆରି କରି ଅସ୍ତ୍ରଶସ୍ତ୍ର ଲୁଚାଇ ରଖା ଯାଇଥିବା ଜଣାପଡ଼ିଛି । ଦୁଇଟି ମହଲାରେ ପ୍ରାୟ ୧୨ ଟି ସ୍ଥାନକୁ ଭଙ୍ଗା ଯାଇଥିଲା ।

କଟକ: ଡି ବ୍ରଦର୍ସଙ୍କ ଘର ଗୋଟେ ଅସ୍ତ୍ରଶସ୍ତ୍ରର ଭଣ୍ଡାର! ପୁଣି ବାହାରିଲା ୮ ବନ୍ଧୁକ, ଅନେକ ଗୁଳି, ଟଙ୍କା
CDAରେ ଡି ବ୍ରଦର୍ସଙ୍କ ଘର; (ଡାହାଣ) ସୁଶାନ୍ତ ଧଳସାମନ୍ତଙ୍କୁ ତାଙ୍କ ଘରକୁ ଆଣୁଛି ପୋଲିସ ।
  • News18 Odia
  • Last Updated: December 25, 2020, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଘରୁ ବନ୍ଧୁକ ଓ ଗୁଳି ଜବତ ହେବ ମାମଲାରେ ରିମାଣ୍ଡରେ ଆସିଥିବା ଅପରାଧୀ ଭ୍ରାତା ଡି ବ୍ରଦର୍ସଙ୍କୁ ନେଇ ତାଙ୍କ କଟକ CDA ସ୍ଥିତ ବାସଭବନ ଛାନବିନ କରିଛି କମିଶନରେଟ୍‌ ପୋଲିସ । ସାତ ଘଣ୍ଟା ଧରି ଚାଲିଥିବା ଏହି ଛାନବିନରେ ପୁଣି ବିପୁଳ ସଂଖ୍ୟାର ବନ୍ଧୁକ, ଗୁଳି ଓ ନଗଦ ଟଙ୍କା ଜବତ କରାଯାଇଛି । ଏ ନେଇ ପୋଲିସ ପକ୍ଷରୁ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆଠଟି ବନ୍ଧୁକ, ଶତାଧିକ ଗୁଳି ଓ ୧୬ ଲକ୍ଷ ଟଙ୍କା ଠାବ ହୋଇ ଥିବା ଜଣାପଡ଼ିଛି।

ଦୁଇ ମହଲା ବିଶିଷ୍ଟ ଏହି ଘରର ପ୍ରଥମ ମହଲାକୁ ପ୍ରଥମେ ଯାଞ୍ଚ କରାଯାଇଥିଲା । ଏହା ପରେ ଦ୍ଵିତୀୟ ମହଲାରେ ବି ସର୍ଚ୍ଚ କରାଯାଇଥିଲା । ଘର ତିଆରି କରିବା ସମୟରେ ସମ୍ପୂର୍ଣ୍ଣ ଘରଟିର ଇଣ୍ଟରିଅରକୁ ପରିବର୍ତ୍ତନ କରାଯାଇଥିଲା ଓ ଘରର ବିଭିନ୍ନ ସ୍ଥାନରେ ଗୁପ୍ତ ଚାମ୍ବର ତିଆରି କରାଯାଇ ସେଠାରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖା ଯାଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଶେଷରେ ରଣବୀର୍ କପୁର୍ କହିଲେ ସେ ଖୁବ୍ ଜଲ୍ଦି ଆଲିଆ ଭଟ୍ଟଙ୍କୁ ବାହା ହେଉଛନ୍ତି

ଘରର ଦୁଇଟି ଯାକ ମହଲାରେ ପ୍ରାୟ ୧୨ ଟି ସ୍ଥାନକୁ ଭଙ୍ଗା ଯାଇଥିଲା । ପ୍ରଥମ ମହଲାର ଏକ କାନ୍ଥ ଭାଙ୍ଗିବା ପରେ ସେଠାରେ ଏକ ଗୁପ୍ତ ଚାମ୍ବର ମିଳିଥିଲା, ଯେଉଁଠୁ ଏହି ସମସ୍ତ ସାମଗ୍ରୀ ଜବତ କରାଯାଇଛି ।

ଡି ବ୍ରଦର୍ସଙ୍କ ଘରେ ସର୍ଚ୍ଚ ସମୟରେ କଟକ ଡିସିପିଙ୍କ ସହ ଅନ୍ୟ ଅଫିସରମାନେ


‘‘ଏହି ଛାନବିନରେ ୧୦ ଜଣ ଅଫିସରଙ୍କ ସହିତ ମେଟାଲ ଡିଟେକ୍ଟର ଟିମ ନିୟୋଜିତ ହୋଇଥିଲା। ଏହା ସହ ଘରର ବିଭିନ୍ନ ସ୍ଥାନରେ ଥିବା ଇଣ୍ଟରିଅରକୁ ଖୋଲିବା ପାଇଁ ଅଭିଜ୍ଞ ଲୋକଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଯାଇ ଥିଲା । ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ଦୁଇ ଭାଇଙ୍କୁ ଅଲଗା ଅଲଗା କରି ଏଠାକୁ ଅଣାଯାଇଥିଲା ଓ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା,’’ କହିଛନ୍ତି ଏହି ତଦନ୍ତରେ ସାମିଲ୍‌ ଥିବା ଜଣେ ପୋଲିସ ଅଧିକାରୀ । ସୁରକ୍ଷା ଦୃଷ୍ଟିରୁ ଘରଟିକୁ ଚାରି ପଟୁ ଘେରି ରହି ଥିଲେ ପୋଲିସର ସଶସ୍ତ୍ର ଯବାନ ।

ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ଗତ ୧୦ ତାରିଖ ରାତିରେ ଡି ବ୍ରଦର୍ସଙ୍କ ଘରୁ ଆଠଟି ବନ୍ଧୁକ ଓ ୧,୦୫୫ଟି ଗୁଳି ଜବତ କରାଯାଇଥିଲା। ଏହା ପରେ ସେହି ଘରେ ଅଧିକ ଅସ୍ତ୍ରଶସ୍ତ୍ର ଥିବା ଅନୁମାନ କରି ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି ପୋଲିସ । ଏହି କ୍ରମରେ ଉଭୟ ଭାଇଙ୍କୁ ସେମାନଙ୍କ ଘରକୁ ଅଣାଯାଇ ଘରର ବିଭିନ୍ନ ସ୍ଥାନରେ ଛାନବିନ କରିଥିଲା ପୋଲିସ ।

‘‘ଆମେ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣିଛୁ । ସେମାନଙ୍କୁ ପଚରା ଉଚରା କରାଯାଉଛି । ପଚରା ଉଚରାରୁ ସେମାନେ ନିଜ ଘରେ ଆଉ କିଛି ସ୍ଥାନରେ ବନ୍ଧୁକ ଓ ଗୁଳି ଲୁଚାଇ ରଖିଥିବା କହିଥିଲେ । ତା’ ପରେ ଏକ ସର୍ଚ୍ଚ ୱାରେଣ୍ଟ ବାହାର କରି ତାଙ୍କ ଘର ତଲାସୀ କରାଯାଇଥିଲା । ଆମକୁ ଘରର ଅନେକ ସ୍ଥାନରୁ ବନ୍ଧୁକ, ଗୁଳି ଓ ମାଗାଜିନ ସହ ନଗଦ ଟଙ୍କା ବି ମିଳିଛି,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ।



ତଦନ୍ତରେ ସାମିଲ୍‌ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସର ସର୍ଚ୍ଚ ଆଜି ଶେଷ ହୋଇ ପାରିଲା ନାହିଁ । ତେଣୁ କାଲି ଆଉ ଥରେ ସର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: December 25, 2020, 9:25 PM IST
corona virus btn
corona virus btn
Loading