News 18 Odia Digital
ଭୁବନେଶ୍ୱର; ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ସୁନ୍ଦର ଭାବେ ଫୁଲ ଡ୍ରେସ ରିହଲସଲ ଶେଷ ହୋଇଛି । ଏଥିରେ ପୋଲିସ ମହାନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାରା ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମାଓ ଅଧ୍ୟୁସିତ ଜିଲ୍ଲା ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଏସଏଫ , ସିଆରପିଏଫ , ଏସଓଜି , ପାରାମିଲିଟାରୀ ଫୋର୍ସ ମାଓ ଅଧ୍ୟୁସିତ ଜିଲ୍ଲା ମାନଙ୍କରେ ମୁତୟନ କରାଯିବ । ସବୁ ଜିଲ୍ଲାର ଏସପି ମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ।

ଚଳିତବର୍ଷ ପ୍ୟାରେଡରେ ୩ ଟି କଣ୍ଟିନଜେଣ୍ଟ ସହ ବ୍ରାସ ବ୍ୟାଣ୍ଡ ମଧ୍ୟ ପରେଡରେ ସାମିଲ ହେବେ । ୩ ଟି କଣ୍ଟିଜେଣ୍ଟରେ ଓଡ୍ରାଫ, ଓଏସଏପି ଓ ଏସଏସବି ସାମିଲ ହେବେ । କେସିଙ୍ଗା ଏସଡିପିଓ ଅଭିନବ ଶୋନକର ପରେଡ଼ କମାଣ୍ଡାଣ୍ଡ ଭାବେ ଦାୟିତ୍ୱ ତୁଲାଇବେ । ସେ କହିଛନ୍ତି ଏହି ଦାୟିତ୍ୱ ମିଳିଥିବାରୁ ମୁଁ ଖୁସି ଅଛି । ଏହା ମୋ ପାଇଁ ଏକ ଚାଲେଞ୍ଜିଙ୍ଗ ଦାୟିତ୍ୱ । ଏହାକୁ ମୁଁ ଭଲ ଭାବେ ତୁଲାଇବି । ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ । ପୁରା ଗ୍ରାଉଣ୍ଡ ସିସିଟିଭି ବଳୟରେ ରହିବ । ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ପ୍ୟାରେଡ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଛତ୍ରଛାତ୍ରୀମାନେ ଭାଗ ନେବେ ନାହିଁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।