ହାଇସ୍କୁଲମାନଙ୍କରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ; ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ୭୫୪୦ ପଦବୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ ହେବ ।

ହାଇସ୍କୁଲମାନଙ୍କରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ; ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ହାଇସ୍କୁଲମାନଙ୍କରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ; ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ୭୫୪୦ ପଦବୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ ହେବ । ଏହି ପଦବୀ ପୂରଣ ହେଲେ ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲର ଶିକ୍ଷକ ପଦବୀ ପୂରଣ ହୋଇପାରିବ ।

କେଉଁ କେଉଁ ଶିକ୍ଷକ ପଦବୀ ପୂରଣ ହେବ

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ୨୦୨୧-୨୨ ବର୍ଷରେ ନିଯୁକ୍ତି ସମୟରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଥିଲା । ସମସ୍ତଙ୍କୁ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା ।

ରାଜ୍ୟ ସରକାର ଏବେ ରାଜ୍ୟରେ ଶିକ୍ଷା ବାତାବରଣ ସହ ଶିକ୍ଷାର ମାନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳଗୁଡିକରେ ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦେଇଛନ୍ତି । ଏହା ଅଧୀନରେ ସ୍କୁଲର ବିଲ୍ଡି ରୂପାନ୍ତରଣ ସହ ଶ୍ରେଣୀଗୃହରେ ସ୍ମାର୍ଟ ବୋର୍ଡ, କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଲାବୋରେଟରୀ, ଉନ୍ନତ ଖେଳ ଉପକରଣ ସହ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି । ଏହା ସହ ସ୍ଵଚ୍ଛ ପାନୀୟ ବ୍ୟବସ୍ଥା, ଓ ପାଇଖାନା ମଧ୍ୟ ନିର୍ମାଣ କରାଯାଉଛି। ଏହା ସହିତ ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି ।
Published by:Soubhagya Mishra
First published: