୩ ସିନିୟରଙ୍କୁ ଖୋଜି ପାଉନି ପୋଲିସ; କଲେଜ ଆଗରେ ବର୍ଷାରେ ଭିଜି ଧାରଣା ଦେଉଛନ୍ତି ମା

ରୁଚିକା ମୃତ୍ଯୁ ମାମଲା ବିଧାନସଭାର ଉଠାଇ ବିରୋଧୀ ଗୃହ ଅଚଳ ସୃଷ୍ଟି କରିଥିଲେ । ଅନ୍ୟପଟେ ବର୍ଷା ସତ୍ତ୍ୱେ ବି ଧାରଣାରେ ବସିଛନ୍ତି ରୁଚିକାଙ୍କ ମା ଓ ଛାତ୍ରଛାତ୍ରୀ।

କଲେଜ ଆଗରେ ବର୍ଷାରେ ଭିଜି ଧାରଣା ଦେଉଛନ୍ତି ମା ଓ ଛାତ୍ରଛାତ୍ରୀ

କଲେଜ ଆଗରେ ବର୍ଷାରେ ଭିଜି ଧାରଣା ଦେଉଛନ୍ତି ମା ଓ ଛାତ୍ରଛାତ୍ରୀ

  • Share this:
News 18 digital

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ବିଜେବି କଲେଜ ଠାରୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ପ୍ରତିବାଦର ସ୍ୱର ଦେଖିବାକୁ ମିଳୁଛି । କାଲି ଏହି ପ୍ରସଙ୍ଗ ବିଧାନସଭାର ଉଠାଇ ବିରୋଧୀ ଗୃହ ଅଚଳ ସୃଷ୍ଟି କରିଥିଲେ । ସେପଟେ ପୋଲିସ ଖୋଜୁଛି ତିନି ସିନିୟରଙ୍କୁ। ଅନ୍ୟପଟେ ବର୍ଷା ସତ୍ତ୍ୱେ ବି ଧାରଣାରେ ବସିଛନ୍ତି ରୁଚିକାଙ୍କ ମା ଓ ଛାତ୍ରଛାତ୍ରୀ।

ରୁଚିକା ଆତ୍ମହତ୍ୟା ଘଟଣାର ତିନି ଦିନ ବିତିଗଲାଣି। ଏହାଭିତରେ ପୋଲିସ ୧୦୦ ରୁ ଉର୍ଦ୍ଧ୍ବଙ୍କୁ ଜେରା କରିସାରିଲାଣି। ତଥାପି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଉନାହିଁ। ପ୍ରକୃତ ଅଭିଯୁକ୍ତଙ୍କୁ ଚିହ୍ନଟ ନକରିବା ଯାଏ କୌଣସି ବି ଛାତ୍ରୀ ହଷ୍ଟେଲ୍ ଛାଡ଼ି ନଯିବାକୁ ପୋଲିସ କହିଛି। ଏଥିପାଇଁ ହଷ୍ଟେଲକୁ ସିଲ କରାଯାଇଛି। ଆହୁରି ୩୦ଜଣଙ୍କୁ ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି। ଏହାଛଡ଼ା ଆଜି ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ଏବଂ ରୁଚିକାଙ୍କ ମୋବାଇଲ୍କୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି। ରୁଚିକାଙ୍କ ଶବ ବ୍ୟବଚ୍ଛେଦ ର ରେପୋର୍ଟ ଆସିଛି ।

ଏହି ଘଟଣାକୁ ନେଇ ବିଜେବି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ରଙ୍କ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,"କଲେଜ ପକ୍ଷରୁ ତଦନ୍ତ ପାଇଁ ତଦନ୍ତ ଟିମ ଗଠନ ହୋଇଛି। ଟିମରେ ଅଛନ୍ତି କଲେଜର ୭ ଜଣ ସଦସ୍ୟ । ପୋଲିସକୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ତେବେ ହଷ୍ଟେଲରେ ରାଗିଂ ହେଉନଥିବା ବେଳେ ସତ ସାମ୍ନାକୁ ଆସୁ । ସେହିପରି ସୋମବାର ଓ ମଙ୍ଗଳବାର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷାର ପ୍ରଥମ ଦୁଇଟି ସିଫ୍ଟକୁ ବାତିଲ କରାଯାଇଛି।"
Published by:Soumya Das
First published: