ରାଜଧାନୀରୁ ୭ ଲକ୍ଷ ଟଙ୍କା ଜାଲ ନୋଟ ଜବତ; ଅସଲି ନେଇ ନକଲି ଫେରାଉଥିଲେ ୨ ଅଭିଯୁକ୍ତ

ମାଷ୍ଟରକ୍ୟାଣ୍ଟିନ ନିକଟରେ ଡିଲ ଚାଲିଥିବା ବେଳେ ୩୯ ବିଡା ଦୁଇଶହ ଟଙ୍କିଆ ନୋଟ୍ ଜବତ୍ କରିଛି ଖାରବେଳନଗର ଥାନା ପୋଲିସ । ଏହି ଟଙ୍କା କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ରାଜଧାନୀରୁ ୭ ଲକ୍ଷ ଟଙ୍କା ଜାଲ ନୋଟ ଜବତ ହୋଇଛି (ପ୍ରତୀକାତ୍ମକ ଛବି)

ରାଜଧାନୀରୁ ୭ ଲକ୍ଷ ଟଙ୍କା ଜାଲ ନୋଟ ଜବତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ୭ ଲକ୍ଷ ଜାଲ ନୋଟ ଜବତ । ମାଷ୍ଟରକ୍ୟାଣ୍ଟିନ ନିକଟରେ ଡିଲ ଚାଲିଥିବା ବେଳେ ୩୯ ବିଡ଼ା ଦୁଇଶହ ଟଙ୍କିଆ ନୋଟ୍ ଜବତ୍ କରିଛି ଖାରବେଳନଗର ଥାନା ପୋଲିସ । ଏହି ଟଙ୍କା କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବେଳେ ସେମାନଙ୍କ ପାଖରୁ ପ୍ରିଣ୍ଟିଂ ମେସିନ୍ ସହ ଜାଲ କରୁଥିବା ସାମଗ୍ରୀ ଜବତ ହୋଇଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲା ସତ୍ୟ ନାରାୟଣ ପୃଷ୍ଟି ଓ ଭୁଲା ପ୍ରଧାନ । ଉଭୟ ଗଞ୍ଜାମ ଜିଲ୍ଲାର। ଦୁଇ ଅଭିଯୁକ୍ତ ଚାକିରୀ ଦେବା ନାଁରେ ଅସଲି ଟଙ୍କା ନେଉଥିଲେ, ପରେ ଚାକିରୀ ନ ଦେଇ ଏହି ଜାଲ ଟଙ୍କା ଫେରସ୍ତ କରୁଥିଲେ । ଏପରିକି ଫେରସ୍ତ ବେଳେ ସୁଧ ମୂଳ ସହ ଦେଉଥିଲେ । ଢେଙ୍କାନାଳର ବିସ୍ମୟ ନାମକ ଜଣେ ଯୁବକକୁ ଏମସିଏଲରେ ଚାକିରୀ କରାଇ ଦେବାକୁ କହି ତା ନିକଟରୁ ଅଢ଼େଇ ଲକ୍ଷ ଟଙ୍କା ନେଇଥିଲା ସତ୍ୟ । ପରେ ଚାକିରୀ ନ ଦେଇ ସାଢ଼େ ୩ଲକ୍ଷ ଟଙ୍କା ଫେରସ୍ତ କରିଥିଲା । ହେଲେ ବିସ୍ମୟ ଟଙ୍କା ବ୍ୟାଗ ଖୋଲିବା ପରେ ନକଲି ଜାଣିବା ପରେ ଖାରବେଳନଗର ପୋଲିସର ଦ୍ୱାରସ୍ଥ ହୋଇଥିଲା । ଦୀର୍ଘ ୧୫ ଦିନର ଅପରେସନ ପରେ ଅଭିଯୁକ୍ତ ସତ୍ୟ ଓ ତାର ସହଯୋଗୀକୁ ଧରିବାରେ ସକ୍ଷମ ହୋଇଥିଲା କମିଶନରେଟ ପୋଲିସ ।

"ସତ୍ୟ ଏହି ରାକେଟର ମାଷ୍ଟର ମାଇଣ୍ଡ ଥିଲା। ୟ୍ୟୁଟ୍ୟୁବ ଓ ଗୁଗୁଲରୁ ନକଲି ଟଙ୍କା ତିଆରି କରିବା ତରିକା ଶିଖିଥିଲା । ଏଥିପାଇଁ ସବୁ ସାମଗ୍ରୀ କିଣିଥିଲା । ପରେ ଗଞ୍ଜାମ, ଭବାନିପାଟଣାରେ ତିଆରି କରୁଥିଲେ ନକଲି ଟଙ୍କା । ସେ ସବୁ ଟଙ୍କାକୁ ଭୁବନେଶ୍ୱର ଓ ଲୋକାଲ ବଜାରରେ ଲୋକଙ୍କୁ ଠକୁଥିଲେ । ଆମେ ଏନେଇ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲୁ," କହିଛନ୍ତି ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ ।

ଜବତ ଟଙ୍କାରେ ଅସଲି ଟଙ୍କା ପରି ମହାତ୍ମାଗାନ୍ଧୀଙ୍କ ଫଟୋ ସହ ଅଶୋକସ୍ତମ୍ଭ ଷ୍ଟାମ୍ପ ଓ  ଭାରତୀୟ ରିଜର୍ଭ ବ୍ୟାଙ୍ଗ ଲେଖାଥିଲା । ଅସଲି ପରି ଏହି ନୋଟରେ ସବୁ କିଛି ଅଛି  ଦେଖିବାକୁ ବିଲକୁଲ ଅସିଲି ନୋଟ ପରି । ପ୍ରଥମେ ଦେଖିଲେ ଟିକିଏ ବି ସନ୍ଦେହ ହବନି ଅସିଲି ନା ନକଲି । ବିଶେଷ କରି ଗ୍ରାମାଞ୍ଚଳରେ ଏ ଟଙ୍କାକୁ ସେମାନେ ଚାଲାଣ କରୁଥିଲେ ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

"ଅଭିଯୁକ୍ତ ସତ୍ୟ ଗଞ୍ଜାମରେ ନିଜର କୋଚିଂ ସେଣ୍ଟର ଖୋଲିଥିଲା । ତା ମୋବାଇଲରେ ୬୦ଟି ଜବ୍ ୱେବ ସାଇଟ ରହିଛି । ସେସବୁ ଯାଞ୍ଚ କରାଯାଉଛି । ଏବେ ସୁଦ୍ଧା ସେ କେତେଜଣଙ୍କୁ ଠକିଛି ତାର ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ ଉଭୟାଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ । ସେହିଭଳି ଯେଉଁମାନେ ଏମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଛନ୍ତି, ସେମାନେ ପୋଲିସରେ ଅଭିଯୋଗ କରନ୍ତୁ । ଗିରଫ ପରେ ଉଭ୍ୟଙ୍କ ଠାରୁ ପ୍ରିଣ୍ଟିଂ ମେସିନ, କାଳୀ ଓ ଅନ୍ୟନ୍ୟ ସାମଗ୍ରୀ ଜବତ ହୋଇଛି," କହିଛନ୍ତି ଖାରବେଳନଗର ଥାନା ଅଧିକାରୀ ଶ୍ରୀ ସ୍ଵାଇଁ ।

ସୂଚନାଯୋଗ୍ୟ, ଦୁଇ ଅଭିଯୁକ୍ତ ଗ୍ରାଜୁଏଟ । ଏମାନେ ଜାଲ ନୋଟ ତିଆରି କରି ଠକେଇ କରନ୍ତି। ବାଲିପାଟଣାରୁ ଜଣେ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଚାକିରୀ ଦେବାକୁ କହି ନେଇଥିଲେ ୨୦ଲକ୍ଷ  ଟଙ୍କା ନେଇ ତାକୁ ୨୩ଲକ୍ଷ ଫେରସ୍ତ କରିଥିଲେ ।
Published by:Soumya Das
First published: