ଏ କୁକୁର କାହାର? ପୁରୀରେ ପୋଷା କୁକୁରକୁ ନେଇ ଘମାସାନ; ୭ ଘଣ୍ଟା ଟ୍ରାଫିକ ଜାମ୍ ହେଲା

ଦେଶୀ କୁକୁରଟିର ମାଲିକାଣୀ ୩୮ବର୍ଷୀୟା ଗୃହିଣୀ ସୁଚରିତା ପଟ୍ଟନାୟକ ଦୁର୍ବୃତ୍ତର ପ୍ରୟାସକୁ ଭୀଷଣ ବିରୋଧ କରିଥିଲେ । ନିଶାଖୋର ଲୋକଟି କୁକୁରଟିକୁ ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇବାକୁ ଦେଇ ସାଙ୍ଗରେ ନେଇ ଯିବାକୁ ଉଦ୍ୟମ କରୁଥିଲା ।

ଏ କୁକୁର କାହାର? ପୁରୀରେ ପୋଷା କୁକୁରକୁ ନେଇ ଘମାସାନ; ୭ ଘଣ୍ଟା ଟ୍ରାଫିକ ଜାମ୍ ହେଲା
କୁକୁରକୁ ଫେରି ପାଇବା ପରେ ତା’ ସହ ମାଲିକାଣୀ ସୁଚରିତା ପଟ୍ଟନାୟକ
  • News18 Odia
  • Last Updated: February 21, 2021, 5:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୁକୁର ନିଜ ମାଲିକ ସହ କେବେ ବେଇମାନି କରୁ ନ ଥିବାର ଅନେକ ଉଦାହରଣ ରହିଛି । ହେଲେ କୁକୁର ପାଇଁ ମାଲିକର ଉଦାର ହୃଦୟ ଓ ସାହସର ପ୍ରଦର୍ଶନ ବିଷୟରେ କମ୍‌ ଉଦାହରଣ ଥିବ । ପୁରୀ ରେଡ୍‌ କ୍ରସ ରୋଡରେ ଘଟିଥିବା ଏମିତି ଏକ ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଗୋଟିଏ ପୋଷା କୁକୁର ପାଇଁ ଦୀର୍ଘ ସାତ ଘଣ୍ଟା କାଳ ଟ୍ରାଫିକ ଜାମ୍ ହୋଇଥିଲା ।

ଅସଲରେ ଜଣେ ଦୁର୍ବୃତ୍ତ କୁକୁରଟିକୁ ଚୋରି କରି ନେବା ଉଦ୍ଦେଶ୍ୟରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ହେଲେ ସେ କୁକୁରଟିକୁ ତା’ ମାଲିକାଣି ଠାରୁ ଛଡାଇ ନେଇପାରି ନ ଥିଲା । ୧୯ ଫେବୃୟାରୀରେ ଘଟିଥିବା ଏହି ଘଟଣାର ସମାଧାନ ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Valentine Dayରେ ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!

ରେଡ୍‌ କ୍ରସ୍ ରୋଡର ବାସିନ୍ଦା ୩୮ବର୍ଷୀୟା ଗୃହିଣୀ ସୁଚରିତା ପଟ୍ଟନାୟକ ଏହି ଦେଶୀ କୁକୁରର ମାଲିକାଣୀ । ତାଙ୍କ କହିବା ମୁତାବକ ୧୯ ଫେବୃୟାରୀ ଅପରାହ୍ଣରେ ତାଙ୍କ ଘର ପାଖରେ ଜଣେ ନିଶାଖୋର ବ୍ୟକ୍ତି ତାଙ୍କ କୁକୁରଟିକୁ ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇବାକୁ ଦେଇ ସାଙ୍ଗରେ ନେଇ ଯିବାକୁ ଉଦ୍ୟମ କରିଥିଲା । କୁକୁରଟି ତାଙ୍କୁ ଦେଖି ଭୁକିବା ପରେ hରିବାର ଲୋକେ ପହଞ୍ଚିଥିଲେ ଓ ଦୁର୍ବୃତ୍ତର ପ୍ରୟାସକୁ ବିରୋଧ କରିଥିଲେ ।

ଏହି ଘଟଣାକୁ ନେଇ ରେଡ୍ କ୍ରସ୍ ରୋଡ଼ରେ ସାତ ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ରହିଥିଲା ।


‘‘ସେହି ଲୋକଟି (ଦୁର୍ବୃତ୍ତ) ଆମକୁ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରି ଆତଙ୍କ ସୃଷ୍ଟି କରିଥିଲା । କୁକୁରଟି ତା’ର ବୋଲି ସେ କହିବାରୁ ଝଗଡ଼ା ଆରମ୍ଭ ହୋଇଥିଲା । ସାହି ଲୋକେ ଆସି ଆମକୁ ସମର୍ଥନ କରିଥିଲେ । ସେହି ଘଟଣା ଯୋଗୁଁ ପ୍ରାୟ ସାତ ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ହୋଇଥିଲା,’’ କହିଛନ୍ତି ସୁଚରିତା ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୨୯ ଲକ୍ଷ ଟଙ୍କା ନେବା ପରେ ବି ସନ୍ନି ଲିଓନି ଇଭେଣ୍ଟରେ ପହଞ୍ଚିଲେନି; ପୋଲିସ ତାଙ୍କୁ ଜେରା କଲା

ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକ ତଥା ପଶୁପ୍ରେମୀ ୩୨ ବର୍ଷୀୟ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ କହିବା ଅନୁଯାୟୀ  ଦୁର୍ବୃତ୍ତ ଜଣକ ସୁଚରିତାଙ୍କୁ ଗାଳିଗୁଲଜ କରିବା ଦେଖି ଆମ ସାହି ବାସିନ୍ଦାମାନେ ତାକୁ ବିରୋଧ କରିଥିଲେ । ‘‘ସେହି ଦୁର୍ବୃତ୍ତ ଜଣଙ୍କ କୁକୁରଟି ତା’ର ବୋଲି କହିବା ସହ ସାହି ବାସିନ୍ଦାଙ୍କୁ ଧମକାଇଥିଲା । କୁକୁର ଘଟଣାକୁ ନେଇ ରେ଼ଡ୍‌ କ୍ରସ୍‌ ରୋଡରେ ଟ୍ରାଫିକ ଜାମ୍ ହୋଇଥିଲା । ତେଣୁ ତୁରନ୍ତ କୁମ୍ଭାରପଡ଼ା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ବି ଅନେକ ବୁଝାସୁଝା କରିଥିଲା । ହେଲେ ନିଜ ଜିଦରେ ଅଟଳ ରହିଥିଲା ଦୁର୍ବୃତ୍ତ  । ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସେ କୁକୁରଟିକୁ ନେଇକି ଯିବ ବୋଲି ଜିଦ ଧରିଥିଲା,’’ କହିଛନ୍ତି ଖୁଣ୍ଟିଆ ।

ଏହା ବି ପଢ଼ନ୍ତୁ | ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର

କୁକୁରଟି ବର୍ଷେ ତଳେ ସୁଚରିତା ପଟ୍ଟନାୟକଙ୍କ ଘରକୁ ଆସି ତିନିଟି ଛୁଆ ଜନ୍ମ କରିଥିଲା । ‘‘ଦୁଇଟି ଛୁଆ କୁଆଡ଼େ ପଳାଇଥିଲେ, ହେଲେ ଏହି କୁକୁରଟି ଆମ ଘର ଛାଡି କୁଆଡ଼େ ଯାଇ ନ ଥିଲା । ଆମ ଘରେ ରହି ସେ ଧୀରେ ଧୀରେ ପରିବାରର ସଦସ୍ୟ ହୋଇଯାଇଥିଲା । ଦିନରାତି ଆମ ଘର ଜଗି ରହୁଥିଲା । ଆମେ କେବେ ତାକୁ ବାନ୍ଧିକି ରଖୁ ନ ଥିଲୁ,’’ କହିଛନ୍ତି ସୁଚରିତା ।

ଏହା ବି ପଢ଼ନ୍ତୁ | ବାହାଘରର ଦେଢ଼ ମାସ ପରେ ଯୁବତୀ ଆତ୍ମହତ୍ୟା କଲେ; ‘‘ମୋତେ ଶାଶୁଘର ଲୋକେ ମାରିଦେବେ’’

‘‘ଦୁର୍ବୃତ୍ତକୁ ଆମେ ବୁଝାଇବା ପରେ ବି ତା’ର ଜିଦ୍‌ ବଦଳି ନ ଥିଲା । ସେଥି ପାଇଁ ନିଷ୍ପତ୍ତି ହେଲା ଯେ କୁକୁରର ଯାହା ପାଖକୁ ଯିବାର ଇଚ୍ଛା ସେ ହିଁ ତାକୁ ନେବ । ଏହି ସମୟରେ କୁକୁରକୁ ଦୁର୍ବୃତ୍ତ ଟାଣି ନେଇଯିବାକୁ ଚେଷ୍ଟା କରୁଥିବା ବେଳେ କୁକୁରଟି ତାକୁ ପାନେ ଦେଇଥିଲା । ସେ ଲୋକଟି ଉପରକୁ କୁଦା ମାରି ତାକୁ ଝୁଣି ପକାଇଥିଲା,’’ କହିଛନ୍ତି ଘଟଣା ସ୍ଥଳରେ ପହଞ୍ଚିଥିବା କୁମ୍ଭାରପଡ଼ା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ ।



ଦୁର୍ବୃତ୍ତ ଜଣକ କୁକୁର କାମୁଡ଼ାରେ ରକ୍ତାକ୍ତ ହେବା ପରେ ସେଠାରୁ ଖସିଯାଇଥିଲା । ତା’ ପରେ ସୁଚରିତା କୁକୁରଟିକୁ ଉଦ୍ଧାର କରି ଘରକୁ ଫେରାଇ ଆଣିଥିଲେ ।
Published by: Anand Shankar Thankur Das
First published: February 21, 2021, 5:37 PM IST