ମାଞ୍ଜା ସୂତା ଯୋଗୁଁ ପ୍ରାଣ ଯିବା ପରେ କଟକରେ ଧରପକଡ଼ ଜୋରଦାର ହେଲା; ୭ ଜଣ ଥାନାରେ ଅଟକ ରହିଲେ

7 people detained by Cuttack police after man dies due to kite thread | ମୃତ ଯୁବକ ଜୟନ୍ତ ସାମଲ ନିଜ ପିତାମାତାଙ୍କ ଏକ ମାତ୍ର ପୁଅ ଥିଲେ । ତାଙ୍କୁ ମାତ୍ର ଛଅ ମାସ ତଳେ ବାହା ହୋଇଥିବା ପତ୍ନୀ ସ୍ମସ୍ମିତାଙ୍କ ପାଦ ତଳୁ ଖସିପଡ଼ିଛି ଭୂଇଁ । ବେଆଇନ ମାଞ୍ଜା ସୂତା ବିରୋଧରେ ଜନ ଆକ୍ରୋଶ ତୀବ୍ର ହେଉଛି ।

ବିବାହର କିଛି ଦିନ ପରେ ପତ୍ନୀ ସୁସ୍ମିତାଙ୍କ ସହ ଜୟନ୍ତ ସାମଲ (ଫାଇଲ୍ ଫଟୋ)

ବିବାହର କିଛି ଦିନ ପରେ ପତ୍ନୀ ସୁସ୍ମିତାଙ୍କ ସହ ଜୟନ୍ତ ସାମଲ (ଫାଇଲ୍ ଫଟୋ)

  • Share this:
News18 Odia Digital

କଟକ: ଗୁଡ଼ିର ମାଞ୍ଜା ସୂତା ଯୋଗୁଁ ନିଜ ଏକ ମାତ୍ର ପୁଅକୁ ଅକାଳରେ ହରାଇ ବାକଶୂନ୍ୟ ହୋଇପଡ଼ିଛନ୍ତି ବାପା । ପୁଅକୁ ଝୁରି ଝୁରି ବାରମ୍ବାର ଚେତା ହରାଉଛନ୍ତି ମା’ । ମୃତ ଯୁବକ ଜୟନ୍ତ ସାମଲଙ୍କ ପତ୍ନୀ ସ୍ମସ୍ମିତାଙ୍କ ପାଦ ତଳୁ ଖସିପଡ଼ିଛି ଭୂଇଁ । ମାତ୍ର ଛଅ ମାସ ତଳେ ତାଙ୍କ ବାହାଘର ହୋଇଥିଲା । ଜୟନ୍ତଙ୍କ ଅକାଳ ମୃତ୍ୟୁ ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

ଏହି ମର୍ମନ୍ତୁଦ ଅଘଟଣର ଦିନକ ପରେ ବେଆଇନ୍‌ ଘୋଷିତ ହୋଇଥିବା ମାଞ୍ଜା ସୂତା ଯୋଗୁଁ ଠିକ୍‌ ଏମିତି ଏକ ଅଘଟଣ ଘଟିଥିଲା ପୁରୀ ଜିଲ୍ଲାରେ । ସୋମବାର ଘଟିଥିବା ସେହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ଜୀବନ ଭାଗ୍ୟକୁ ବିପଦ ବାହାରେ ରହିଛି । ଏହି ଦୁଇଟି ଘଟଣା ପରେ ମାଞ୍ଜା ସୂତା ଉପରେ ଉଭୟ ସାଧାରଣ ଜନତା ଓ ପ୍ରଶାସନର କଡ଼ା ନଜର ପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟି

ଜୟନ୍ତ ସାମଲଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀରକୁ ପୋଲିସ ତାଙ୍କ ପରିବାର ଲୋକଙ୍କୁ ସୋମବାର ଦିନ ହସ୍ତାନ୍ତରିତ କରିବା ବେଳେ ପୀରବଜାର ନିକଟବର୍ତ୍ତୀ ଭୟରପୁର ଗାଁରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଞ୍ଜା ସୂତାକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ସେଗୁଡ଼ିକ ବଜାରରେ ମିଳୁଥିବାରୁ ତାକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବାକୁ ଲୋକେ ଦାବି କରୁଥିଲେ ।

ପତ୍ନୀ ସୁସ୍ମିତାଙ୍କ ସହ ଜୟନ୍ତ ସାମଲ (ଫାଇଲ୍ ଫଟୋ)


ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲା

‘‘ଆଶ୍ଚର୍ଯ୍ୟର କଥା ଯେ ଅନେକ ଲୋକ ଏବେ ବି ସେହି ସୂତାରେ ଗୁଡ଼ି ଉଡ଼ାଉଛନ୍ତି । ପ୍ରଥମେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜୟନ୍ତ ଏକା ନୁହେଁ, ତା’ ଭଳି ଅନେକ ଲୋକଙ୍କ ଜୀବନ ଏଇ ମାଞ୍ଜା ସୂତାରେ ଯାଇଛି । କଟକରେ ବାରମ୍ବାର ଏଭଳି ଘଟଣା ଘଟୁଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଉ,’’ କହିଛନ୍ତି ମୃତ ଜୟନ୍ତଙ୍କ ସମ୍ପର୍କୀୟ ଭାଇ ଚିତ୍ତରଞ୍ଜନ ବୈସାଖ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଅଭିନେତ୍ରୀ ଉର୍ଫି ଜାଭେଦ୍କ୍ୟାମେରା ସାମନାରେ ଖସେଇଲେ ଡ୍ରେସ୍‌, ଆଉ ତାପରେ...

ମୃତ ଜୟନ୍ତଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ଏତାଲା ଆଧାରରେ ଜଗତପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଜଗତପୁର ସମେତ କଟକର ବିଭିନ୍ନ ସ୍ଥାନରେ ଥିବା ଗୁଡ଼ି ଦୋକାନଗୁଡ଼ିକ ଉପରେ ସୋମବାର ଦିନ ତମାମ ରେଡ୍‌ ଚାଲିଥିଲା । ସହରର ଗଳି କନ୍ଦି ବୁଲି ବୁଲି ପୂର୍ବରୁ ବେଆଇନ ଘୋଷିତ ମାଞ୍ଜା ତଥା ପ୍ଲାଷ୍ଟିକ ସୂତା ଯାଞ୍ଜ ଆରମ୍ଭ କରିଛି ପୋଲିସ । ଏହି କ୍ରମରେ ଜଗତପୁର, ପୁରୀଘାଟ ଓ ମଙ୍ଗଳବାଗ ଅଞ୍ଚଳରେ ଥିବା ବିଭିନ୍ନ ଗୁଡ଼ି ଦୋକାନ ଉପରେ ରେଡ୍‌ କରି ବିପୁଳ ପରିମାଣରେ ମାଞ୍ଜା ସୂତା ଜବତ କରିଛି ପୋଲିସ । ଏହି ସୂତାକୁ ବିକ୍ରି କରୁଥିବା ଓ ବ୍ୟବହାର କରିବା ଅଭିଯୋଗରେ ମୋ’ଟ ସାତ ଜଣଙ୍କ ବିଭିନ୍ନ ଥାନାରେ ଅଟକ ରଖାଯାଇଛି । ପୋଲିସ ବ୍ୟତୀତ ସି.ଏମ୍‌.ସି. ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଯାଞ୍ଜ କାର୍ଯ୍ୟ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା

‘‘ଯେଉଁମାନେ ଏହି ସୂତାର ବ୍ୟବସାୟ ତଥା ବ୍ୟବହାର କରୁଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏଥି ପାଇଁ ଆମେ ସହରର ବିଭିନ୍ନ ସ୍ଥାନରେ ରେଡ୍‌ କରୁଛୁ । ଆଗକୁ ମଧ୍ୟ ଏହି ରେଡ୍‌ ଜାରି ରହିବ,’’ କହିଛନ୍ତି କଟକ ଜୋନ୍‌ ୧ ଏ.ସି.ପି. ଅମରେନ୍ଦ୍ର ପଣ୍ଡା ।

ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

ମୁଖ୍ୟତଃ ଚୀନରୁ ଆସୁଥିବା ଏହି ମାଞ୍ଜା ସୂତାରେ କଟି ପୂର୍ବରୁ ଅନେକ ଲୋକଙ୍କ ଜୀବନ ଯାଇଛି । ଏହି ସୂତାର ବିକ୍ରି ଓ ବ୍ୟବହାର ଉପରେ ହାଇ କୋର୍ଟ କଟକଣା ଜାରି କରିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉ ନ ଥିବାରୁ କଟକ ସହରରେ ଛୁତୁ ଫୁଟିଲା ଭଳି ମାଞ୍ଜା ସୂତା ଦୋକାନ ଖୋଲୁଛି ଓ ବେଧଡ଼କ ଭାବେ ସେଗୁଡ଼ିକୁ ବିକ୍ରି କରାଯାଉଛି ।
Published by:Anand S.T. Das
First published:
)}