ଛାତ୍ରୀଙ୍କ ମୃତ୍ୟୁର ୭ ଦିନ ପରେ ବି ଥମୁନି ବିବାଦ; ଛାତ୍ର ସଂଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ଗୋଳାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁ ନିକଟ ଏକ ଜଙ୍ଗଲରୁ ୭ ଦିନ ତଳେ ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିବା ସହ ହତ୍ୟାକାରୀକୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଛନ୍ତି ।

ଛାତ୍ରୀଙ୍କ ମୃତ୍ୟୁର ୭ ଦିନ ପରେ ବି ଥମୁନି ବିବାଦ; ଜାତୀୟ ରାଜପଥ ଅବରୋଧ

ଛାତ୍ରୀଙ୍କ ମୃତ୍ୟୁର ୭ ଦିନ ପରେ ବି ଥମୁନି ବିବାଦ; ଜାତୀୟ ରାଜପଥ ଅବରୋଧ

  • Share this:
News 18 Odia Digital

କଳାହାଣ୍ଡି : ଗୋଳାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁ ନିକଟ ଏକ ଜଙ୍ଗଲରୁ ୭ ଦିନ ତଳେ ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିବା ସହ ହତ୍ୟାକାରୀକୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଘଟଣାକୁ ୭ ଦିନ ବିତି ଥିଲେବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏନେଇ ବହୁଜନ ଛାତ୍ର ସଂଗଠନ ଆଜି ଭବାନିପାଟଣା ନକ୍ଟିଗୁଡାଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇ ଥିଲା। ଭବାନିପାଟଣାରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରାଯିବା ଫଳରେ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ମୃତା ଛାତ୍ରୀଜଣକ ହେଉଛନ୍ତି ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ । ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ରୀ ଥିଲେ । ଗତ ୧୬ ତାରିଖ ଠାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଛୁଟିପରେ କୁଆଡେ ଚାଲିଯାଇଥିଲେ । ଝିଅକୁ ବହୁ ଖୋଜାଖୋଜି କରିବା ପରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛରେ ବେକରେ ଓଢଣୀ ଲଗାଇ ଝୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ନେଇ ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାର ତଦନ୍ତ କରି ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଅଭିଯୋଗ କରି ଏହି ଘଟଣାର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ବହୁଜନ ଛାତ୍ର ସଂଗଠନ ।
Published by:Soubhagya Mishra
First published: