News18 Odia Digital
କଟକ: ଦୀର୍ଘ ବ୍ୟବଧାନ ପରେ କଟକ ତଥା ଉପକୂଳର୍ତ୍ତୀ ଜିଲ୍ଲାଗୁଡ଼ିକରେ ନିଜର ସୁପ୍ତ ପଡ଼ିଥିବା ନେଟୱର୍କକୁ ସକ୍ରିୟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି କୁଖ୍ୟାତ ଅପରାଧୀ ସୟଦ୍ ଉସମାନ୍ ଅଲ୍ଲି ଓରଫ ଟିଟୋ । ଲକଡ଼ାଉନ୍ ପରେ ପରେ ଅଧିକ ସକ୍ରିୟ ହୋଇଉଠିଥିବା ଟିଟୋକୁ ବୁଧବାର ଦିନ ଏକ ଶକ୍ତ ଧକ୍କା ଦେଇଛି କଟକ କମିଶନରେଟ ପୋଲିସ । କଟକ ସହରକୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ପାଇଁ ଆସିଥିବା ତା’ର ସାତ-ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ ।
ଏହି ଗ୍ୟାଙ୍ଗ ଠାରୁ ସାତଟି ବନ୍ଧୁକ ଓ ୬୫ ରାଉଣ୍ଡ୍ ଗୁଳି ଜବତ କରିଛି ପୋଲିସ । ବଡ଼ କଥା ହେଉଛି ଗିରଫ ହୋଇଥିବା ସାତ ଜଣଙ୍କ ମଧ୍ୟରେ ଅଛନ୍ତି ଟିଟୋ ଗ୍ୟାଙ୍ଗର ଦୁଇ ପ୍ରମୁଖ ସହଯୋଗୀ – ଗ୍ୟାଙ୍ଗଷ୍ଟାର୍ ସୁଲେମାନ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିଜୟ ନାୟକ ଓ ଜଗା ଓରଫ ଜଗନ୍ନାଥ ଦାସ । ବିଜୟ ନାୟକ ପ୍ରାୟ ଦୁଇ ମାସ ତଳେ ଜାମିନରେ ଫେରିଥିଲା । ସେ ଟିଟୋର ଇସାରାରେ ଜଗତସିଂହପୁର ବାସିନ୍ଦା ଜଗା ସହିତ ମିଶି ଏହି ଚୋରା ବନ୍ଧୁକ ରାକେଟ ଚଳାଇଥିଲା ବୋଲି ପୋଲିସ କହିଛି ।
ଏହା ବି ପଢ଼ନ୍ତୁ | ଫିଲ୍ମ ‘ସ୍ଲମ୍ଡଗ୍ ମିଲିଅନେୟାର୍'ର ଏହି ଅଭିନେତାଙ୍କୁ Sex ଆକ୍ରମଣ ମାମଲାରେ ଜାମିନ ମିଳିଲାବିଜୟ ନାୟକ ନାଁରେ କେନ୍ଦ୍ରପଡ଼ା, ପୁରୀ ଓ ଭୁବନେଶ୍ବରର ବିଭିନ୍ନ ଥାନାରେ ୧୧ଟି ସଙ୍ଗୀନ ମାମଲା ରହିଛି । ଜଗା ନାଁରେ ୧୪ଟି ଆପରାଧିକ ମାମଲା ରହିଛି । ପୋଲିସ କବଜାରେ ପଡ଼ିଥିବା ଏହି ଗ୍ୟାଙ୍ଗର ଅନ୍ୟ ଚାରି ଜଣ ସଦସ୍ୟଙ୍କ ନାଁରେ ମଧ୍ୟ ଅନେକ ଆପରାଧିକ ମାମଲା ରହିଛି ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ କଟକ ଡିସିପି ପ୍ରତୀକ ସିଂ
ଏହି ଗ୍ୟାଙ୍ଗର କିଙ୍ଗ ପିନ୍ କୁଖ୍ୟାତ ଅପରାଧୀ ଜଗା ଓରଫ ଜଗନ୍ନାଥ ଦାସ ପୂର୍ବରୁ ବେଆଇନ ବନ୍ଧୁକ କାରବାର କରୁଥିଲା । ଏହି ବଡ଼ ଡିଲ୍ ପାଇଁ ଜାମିନରେ ଥିବା ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟା ଅଭିଯୁକ୍ତ ତଥା ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ବିଜୟ ନାୟକକୁ ସେ ନିଜ ସାଥିରେ ନେଇଥିଲା । ପ୍ରଥମେ ବନ୍ଧୁକ କିଣିବା ପାଇଁ ଲୋକଙ୍କ ଠାରୁ ଅର୍ଡ଼ର ନେଇଥିଲା ଓ ବିହାରର ମୁଙ୍ଗେରରୁ ବନ୍ଧୁକ କନସାଇନ୍ମେଣ୍ଟ ମଳିବା ପରେ ସେହି ସବୁ ଅର୍ଡ଼ରକୁ ନିଜ ଗ୍ୟାଙ୍ଗର ସଦସ୍ୟଙ୍କ ଜରିଆରେ ଟଙ୍କା ନେଇଥିବା ଲୋକଙ୍କ ପାଖକୁ ପଠାଇବାର ଯୋଜନା କରିଥିଲା ।
ଦେଖନ୍ତୁ PHOTOS | ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁଯୋଜନା ମୁତାବକ ଏହି ବନ୍ଧୁକଗୁଡ଼ିକୁ ଭଦ୍ରକ, କେନ୍ଦ୍ରପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଥିବା ଅପରାଧୀମାନଙ୍କ ପାଖକୁ ପଠାଯାଇଥାନ୍ତା । କିନ୍ତୁ ଡେଲିଭେରୀ ସମୟରେ ପୋଲିସ କବଜାରେ ପଡ଼ିଥିଲେ ଏମାନେ । ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ କାଳିଆବୁଦା ନିକଟରେ ଥିବା ଏକ ପଡି଼ଆରେ ବନ୍ଧୁକ ବେପାର ଚାଲିଥିବା ଖବର ପାଇ ଘଟଣା ସ୍ଥଳରେ ରେଡ଼ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । ଏହି ବନ୍ଧୁକ ଓ ଗୁଳିଗୁଡ଼ିକୁ ଜବତ କରିବା ସହ ସାତ ଜଣଙ୍କୁ ଗିରଫ କରିଥିଲା ।
ଦେଖନ୍ତୁ PHOTOS | ଅଭିନେତ୍ରୀ ଦିଶା ପଟାନୀଙ୍କ ଏହି ବିକିନି ଫଟୋଗୁଡ଼ିକ ଇଣ୍ଟରନେଟରେ ଝଡ଼ ସୃଷ୍ଟି କଲେ; ଦେଖନ୍ତୁ‘‘ବିଜୟ ନାୟକ ଓ ଜଗା ପୂର୍ବରୁ ଅନେକ ଥର ବନ୍ଧୁକ କାରବାର କରିଛନ୍ତି । ସେମାନଙ୍କ ଉପରେ ଆମର ନଜର ଥିଲା । ୩୦ ତାରିଖ ଦିନ କଟକରେ ଏମାନେ ଏକାଠି ହେଉଥିବା ଖବର ପାଇବା ପରେ ଆମେ ସେଠାରେ ଚଢାଉ କରି ସେମାନଙ୍କୁ ଧରିଥଲୁ । କେଉଁ ଆପରାଧିକ କାର୍ଯ୍ୟକଳାପ ଘଟାଇବା ପାଇଁ ଏହି ବନ୍ଧୁକଗୁଡ଼ିକୁ ଅଣାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ,’’ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ | ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମ ‘ପଠାନ’ ପାଇଁ କେତେ ନେଉଛନ୍ତି ଜାଣନ୍ତି?ଏହି ସବୁ ଅସ୍ତ୍ରଶସ୍ତ୍ର ଆମଦାନୀ ପଛରେ ବ୍ୟବସାୟୀ, ଠିକାଦାର ଓ ବାଲିଘାଟ ନିଲାମ ନେଇଥିବା ଲୋକଙ୍କ ଠାରୁ ଦାଦାବଟି ଆଦାୟ କରିବା ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ପୋଲିସକୁ ସୂଚନା ମିଳିଛି । ଏହି କାରବାର ଟିଟୋର ଇଙ୍ଗିତରେ ପରିଚାଳିତ ହେଉଥିଲା । ବିଜୟ ନାୟକ ଓ ଜଗା ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଞ୍ଚଳରେ ପୂର୍ବରୁ ଅନେକ ଥର ବନ୍ଧୁକ କାରବାର କରିଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍ଜଗା ଓ ବିଜୟକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି ପୋଲିସ । ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଏସ.ପି.ମାନଙ୍କୁ ମଧ୍ୟ ତଦନ୍ତରେ କମିଶନରେଟ ପୋଲିସକୁ ସହଯୋଗ କରିବା ପାଇଁ କୁହାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ପ୍ରତି ଥର ଭଳି ଏହି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଲିଙ୍କ୍ ବିହାରର ମୁଙ୍ଗେର ସହିତ ରହିଥିବା ସ୍ପଷ୍ଟ ହୋଇଛି । ୨୦୧୬ ମସିହାରେ କଟକ କମିଶନରେଟ ପୋଲିସର ଅପରାଧୀ ଦମନ ମିଶନ ପରେ ସହରରେ ନିଜ କାୟା ମେଲାଇ ଥିବା ଟିଟୋ ଓ ଡି-ବ୍ରଦର୍ସଙ୍କ ସମେତ ଅନ୍ୟ ଛୋଟମୋଟ ଗ୍ୟାଙ୍ଗ ସମ୍ପୂର୍ଣ୍ଣ ଧ୍ବସଂ ହୋଇଯାଇଥିଲା । କିନ୍ତୁ ସେହି ପେଶାଦାର ଅପରାଧୀମାନେ ଜେଲ୍ ସଜା କାଟି ବାହାରକୁ ଆସିବା ପରେ ଏବେ ପୁଣି ଥରେ ନିଜର ପୁରୁଣା ପେଶାକୁ ଫେରିବାରେ ଲାଗିଛନ୍ତି । ଏମାନଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି ବୋଲି କହିଛି ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।