ଯୁକ୍ତ ୨ରେ ବିଜ୍ଞାନ ପଢ଼ିବାକୁ ପିଲାଙ୍କ ଆଗ୍ରହ କମୁଛି; ରାଜ୍ୟରେ ଫାଙ୍କା ପଡ଼ିଲା ୬୬,୦୦୦ ବିଜ୍ଞାନ ସିଟ୍

ଗତ କିଛି ବର୍ଷ ଧରି ରାଜ୍ୟରେ ମ୍ୟାଟ୍ରିକ ପାସ୍ ହାର ତୁଳନାରେ ଲକ୍ଷାଧିକ କମ୍ ପିଲା ପ୍ଲସ୍ ୨ରେ ନାମ ଲେଖାଉଛନ୍ତି । ବିଜ୍ଞାନ ଅପେକ୍ଷା କଳା ଓ ବାଣିଜ୍ୟ ବିଭାଗର ଚାହିଦା ବଢ଼ିବାରେ ଲାଗିଛି ।

ଯୁକ୍ତ ୨ରେ ବିଜ୍ଞାନ ପଢ଼ିବାକୁ ପିଲାଙ୍କ ଆଗ୍ରହ କମୁଛି; ରାଜ୍ୟରେ ଫାଙ୍କା ପଡ଼ିଲା ୬୬,୦୦୦ ବିଜ୍ଞାନ ସିଟ୍
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 20, 2020, 5:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ ୨ରେ ବିଜ୍ଞାନ ପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ କମୁଥିବା ପରି ଲାଗୁଛି । ଚଳିତ ବର୍ଷ ରାଜ୍ୟର କଲେଜଗୁଡ଼ିକରେ ଯୁକ୍ତ ୨ରେ ୧ ଲକ୍ଷରୁ ଅଧିକ ସିଟ୍‌ ଫାଙ୍କା ପଡ଼ିଥିବା ବେଳେ କେବଳ ବିଜ୍ଞାନରେ ୬୦ ହଜାରରୁ ଅଧିକ ସିଟ ଫାଙ୍କା ରହିଯାଇଛି । କଳା ଓ ବାଣିଜ୍ୟ ତୁଳନାରେ ଏ ବର୍ଷ ବିଜ୍ଞାନରେ କମ୍‌ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

କେବଳ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲକୁ ବାଦ ଦେଲେ ରାଜ୍ୟର ଅନେକ ବଡ଼ ଓ ନାଁକରା ସ୍କୁଲରେ ବି ଖାଲି ପଡ଼ିଛି ସାଇନ୍ସ ସିଟ । ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଶେଷ ହେବା ପରେ ବିଜ୍ଞାନରେ ପିଲାମାନଙ୍କ ରୁଚିରେ ହ୍ରାସ ଘଟିଥିବାର ଏହି ସ୍ଥିତି ଏବେ ଚର୍ଚ୍ଚା ଓ ଚିନ୍ତାର ବିଷୟ ହୋଇଛି ।

କରୋନା ପାଇଁ ବିଳମ୍ବ ହୋଇଥିଲେ ତିନିଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ଚଳିତ ବର୍ଷ ୧ ଲକ୍ଷ ୨୨ ହଜାର ସିଟ୍‌ ଫାଙ୍କା ପଡ଼ିଥିବା ବେଳେ ବିଜ୍ଞାନରେ ସବୁ ଠାରୁ ଅଧିକ ୬୬ ହଜାର ସିଟ୍‌ ଖାଲି ପଡ଼ିଛି । କେବଳ ଘରୋଇ କଲେଜ ନୁହେଁ, ସରକାରୀ କଲେଜରେ ବି ସମାନ ଅବସ୍ଥା ।

ଏହି VIDEO ଦେଖନ୍ତୁ ବିହାରରେ ଆପଣଙ୍କୁ ସ୍ାଗତ: ‘ମିର୍ଜାପୁର ଟ୍ରେଲର ଦେଖିଛନ୍ତି କି? ଧମାଲ୍ ମଚାଉଛି! ଦେଖନ୍ତୁ

ଭୁବନେଶ୍ୱର ମହାନଗର ନିଗମରେ ଥିବା ଯୁକ୍ତ ୨ର ୬୭ଟି ହାଇଅର ସେକେଣ୍ଡାରୀ ସ୍କୁଲରେ କଳାରେ ୩୨୬ ଓ ବାଣିଜ୍ୟରେ ୫୧୮ ସିଟ ଖାଲି ପଡ଼ିଛି। ହେଲେ ବିଜ୍ଞାନରେ ସବୁ ଠାରୁ ଅଧିକ ୫,୧୦୭ଟି ସିଟ୍‌ ଖାଲି ରହିଛି । ବିଜେବି ହାଇଆର ସେକେଣ୍ଡାରୀ ସ୍କୁଲକୁ ବାଦ ଦେଲେ ସରକାରୀ ଓ ବେସରକାରୀ ସବୁ ପ୍ରମୁଖ ଶିକ୍ଷାନୁଷ୍ଠାନରେ ବି ଫାଙ୍କା ପଡିଛି ବିଜ୍ଞାନ ସିଟ୍‌।

ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮ଟି, ରାଜଧାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୬୩ଟି ଓ ମହର୍ଷି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୧ଟି ବିଜ୍ଞାନ ସାଟ୍‌ ଫାଙ୍କା ରହିଛି । ଜୁପିଟର ସାଇନ୍ସ କଲେଜରେ ୧୪୫ଟି ସିଟ୍‌ ଖାଲି ଥିବା ବେଳେ ଆଇଟିଇଆରରେ ୧୫୮ଟି ସିଟ୍‌ ଖାଲି ରହିଛି ।

ଚଳିତ ବର୍ଷ କରୋନା ପାଇଁ ନିଜ ଜିଲ୍ଲାରୁ ବାହାରକୁ ଯାଇ ପିଲାମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି। ନିଜ ଅଞ୍ଚଳରେ ଥିବା ଛୋଟ କଲେଜରେ ନାମ ଲେଖାଇ ସୁରକ୍ଷିତ ରହିବାକୁ ଚାହିଁଛନ୍ତି । ସେଇଥି ପାଇଁ ପ୍ରମୁଖ କଲେଜଗୁଡ଼ିକରେ ସିଟ୍‌ ଫାଙ୍କା ରହିଯାଇଛି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷମାନେ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

‘‘ଏ ବର୍ଷ ଯଦିଓ କୋଭିଡ କାରଣରୁ ଅଧିକ ସିଟ୍‌ ଫାଙ୍କା ଅଛି, ଗତ କିଛି ବର୍ଷ ହେବ ଏଭଳି ସ୍ଥିତି ଉପୁଜିଛି। ଏହାର କାରଣ ଆମେ ଭଲ ପିଲା ନେଉଛୁ। ଖାଲି ଆମ କଲେଜ ନୁହେଁ, ରାଜ୍ୟର ପ୍ରାୟ ସବୁ କଲେଜରେ ସ୍ଥିତି ସମାନ । ପିଲା ବିଜ୍ଞାନ ପାଇଁ ଆଗ ଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି,’’ କହିଛନ୍ତି ଆଇଟିଇଆର କଲେଜ ଅଧ୍ୟକ୍ଷ ପୂରେନ୍ଦ୍ର ଚନ୍ଦ୍ର ଦାଶ ।

ଗତ କିଛି ବର୍ଷ ଧରି ରାଜ୍ୟରେ ମାଟ୍ରିକ ପାସ ହାର ତୁଳନାରେ ଲକ୍ଷାଧିକ କମ୍‌ ପିଲା ନାମ ଲେଖାଉଛନ୍ତି । ବିଜ୍ଞାନରେ ସିଟ୍‌ ଖାଲି ପଡ଼ିବାର କାରଣ ମେଡିକାଲକୁ ବାଦ ଦେଲେ ଅନ୍ୟ କୌଣସି ବୈଷୟିକ ଶିକ୍ଷା ବା ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ପିଲାମାନେ । ତେଣୁ ବିଜ୍ଞାନ ଅପେକ୍ଷା କଳା ଓ ବାଣିଜ୍ୟ ବିଭାଗର ଚାହିଦା ବଢ଼ିବାରେ ଲାଗିଛି ।

‘‘ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲିଯାଇଥିବା ବିଜ୍ଞାନ କଲେଜଗୁଡିକୁ ସରକାର ପ୍ରୋତ୍ସାହନ ନ ଦେଇ ଭଲ କଲେଜର ଉନ୍ନତ୍ତି ପାଇଁ ପ୍ରୟାସ କରିବା ଦରକାର । ରାଜ୍ୟ ସରକାର ହଜାର ହଜାର କଲେଜ ପ୍ରତି ଅନୁକମ୍ପା ନ ଦେଖାଇ ଭିତ୍ତିଭୂମି ନ ଥିବା, ଅଧ୍ୟାପକ ନ ଥିବା ଓ ଭଲ ରେଜଲ୍ଟ କରିପାରୁ ନ ଥିବା କଲେଜଗୁଡ଼ିକୁ ବନ୍ଦ କରନ୍ତୁ । ଯେଉଁ କଲେଜଗୁଡ଼ିକରେ ପାଠପଢ଼ା ଭଲ ହେଉଛି ଓ ପିଲାଙ୍କ ଭରସା ଅଛି ସେଗୁଡ଼ିକ ପ୍ରତି ଯତ୍ନଶୀଳ ହୁଅନ୍ତୁ,’’ କହିଛନ୍ତି ଶିକ୍ଷାବିତ ରଘୁନାଥ ପଣ୍ଡା ।



ସରକାରୀ ହେଉ କି ଘରୋଇ ଶିକ୍ଷାନୁଷ୍ଠାନ, ଯୁକ୍ତ ୨ ବିଜ୍ଞାନରେ କମ୍‌ ସଂଖ୍ୟକ ପିଲା ନାମ ଲେଖାଇବା ପରେ ରାଜ୍ୟରେ ପାଠପଢ଼ାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Published by: Anand Shankar Thankur Das
First published: October 20, 2020, 5:17 PM IST
corona virus btn
corona virus btn
Loading