News 18 Odia Digital
କେନ୍ଦ୍ରାପଡ଼ା; ନାତୁଣୀକୁ ଗର୍ଭବତୀ କରିଛି ଅଜା । କଥାଟି ଆଶର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ାର ଆଳି ଅଞ୍ଚଳରୁ ଆସିଛି । ତେବେ ୧୬ ବର୍ଷର ନାତୁଣୀ ଏବେ ୭ ମାସର ଗର୍ଭବତୀ ହୋଇଛି । ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ୬୫ ବର୍ଷର ଅଜା ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ଅନାଥ ଝିଅକୁ ୬୫ ବର୍ଷୀୟ ଅଜା ରାଜୀବ ମଲ୍ଲିକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖି ଆସିଥିଲା । କାହାକୁ ନ ଜଣାଇବାକୁ ନାତୁଣୀକୁ ଧମକ ଚମକ ଦେଉଥିଲା । ଭୟରେ କାହାକୁ ଜଣାଇ ପାରିନଥିଲା ନାବାଳିକା।
ଅଜା ନାତୁଣୀ ସମ୍ପର୍କ ଥଟା ମଜା ମଧ୍ୟରେ ସୀମିତ ଥାଏ । ଅନେକ ସମୟରେ ବାପା ମା ନଥିଲେ ଅନାଥ ଛୁଆକୁ ଅଜା ଆଇ କିମ୍ବା ଜେଜେ ମା' ପାଳିଥାଆନ୍ତି । ଏହା ଏକ ମଧୁର ସମ୍ପର୍କ । କିନ୍ତୁ ଏଭଳି ଘୃଣ୍ୟ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ସୂଚନା ଅନୁସାରେ ନାବାଳିକା ୭ମାସର ଗର୍ଭବତୀ ହେବାପରେ ଶରୀରରେ ପରିବର୍ତ୍ତନ ଲକ୍ଷ କରିଥିଲେ ପରିବାର ଲୋକେ । ପେଟ ଧିରେଧିରେ ଫୁଲିବାକୁ ବି ଲାଗିଥିଲା । ଘରଲୋକେ ପଚାରିବାରୁ ସେ ସବୁ ସତକଥା ମାନିଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅଲଟ୍ରାସାଉଣ୍ଡ କରିବା ପରେ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ସମ୍ପର୍କୀୟ ଅଜା ଏପରି ଦୁଷ୍କର୍ମ କରିଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ଅଜାକୁ ଖୋଜାଖୋଜି କରିବା ଆରମ୍ଭ କରାଯାଇଛି ।
ତେବେ ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଫେରାର ହୋଇଯାଇଛି । ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋସ୍କୋ ଆକ୍ଟ ଅନୁସାରେ ପୋଲିସ କେଶ ରୁଜୁ କରିଛି । ଖୁବଶୀଘ୍ର ଅଭିଯୁକ୍ତ ବୃଦ୍ଧକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।