News18 Odia Digital
ନୂଆ ଦିଲ୍ଲୀ: ଖାଦ୍ୟ ଆମ ଜୀବନର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ । ଦୈନନ୍ଦିନ ଜୀବନରେ ଆମେ ନିଜ ରୁଚି ଅନୁସାରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ, ହେଲେ ଏବେ କରୋନାରୀ ଅବଧିରେ ଖାଇବା ପିଇବା ବିଷୟରେ ମଧ୍ୟ ଆମେ ଅଧିକ ସଚେତନ ହୋଇଛୁ ।କିନ୍ତୁ ଚିନ୍ତା କରିବା କଥା ଯେ ଆମେ ଯାହା ଯାହା ସବୁ ଖାଉଛୁ ଓ ପିଉଛୁ ତାହା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ ଲାଭଦାୟକ କି? ଏବେ ମ୍ୟାଗି (Maggi) ତିଆରି କରୁଥିବା କମ୍ପାନୀ ନେସଲେ (Nestle) ନିଜେ ପ୍ରକାଶ କରିଥିବା ଏକ ରିପୋର୍ଟକୁ ପଢ଼ିଲେ ସେହି ପ୍ରଶ୍ନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯିବ ଓ ଚିନ୍ତା ନିଶ୍ଚୟ ବଢ଼ିଯିବ।
ଏହି ରିପୋର୍ଟରେ ବିଶ୍ୱର ସବୁଠୁ ବଡ଼ ଖାଦ୍ୟ କମ୍ପାନୀ ନେସଲେ ସ୍ୱୀକାର କରିଛି ଯେ ଏହା ତିଆରି କରୁଥିବା ୬୦ ପ୍ରତିଶତରୁ ଅଧିକ ଖାଦ୍ୟ ଓ ପାନୀୟ ‘ଅସ୍ୱାସ୍ଥ୍ୟକର’ (unhealthy food products)। କମ୍ପାନୀ କହିଛି ଯେ ଏହି ଖାଦ୍ୟ ଓ ପାନୀୟଗୁଡ଼ିକୁ ଅଧିକ ସ୍ୱାସ୍ଥ୍ୟପ୍ରଦ କରିବା ଉପରେ କାର୍ଯ୍ୟ କରାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେ
ମ୍ୟାଗି ନୁଡୁଲ୍ସ (Maggi noodles), କିଟକେଟ୍ ଚକୋଲେଟ୍ ଓ ନେସ୍-କାଫେ ନିର୍ମାତା ନେସଲେ କମ୍ପାନୀ ଏହି ତଥ୍ୟ ନିଜର ଏକ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟରେ ସ୍ୱୀକାର କରିଛି ଓ କହିଛି ଯେ ଏହାର ୬୦ ପ୍ରତିଶତରୁ ଅଧିକ ଖାଦ୍ୟ ଏବଂ ପାନୀୟ ପଦାର୍ଥ “ସ୍ୱାସ୍ଥ୍ୟର ସ୍ୱୀକୃତିପ୍ରାପ୍ତ ପରିଭାଷାକୁ” ପୂରଣ କରୁନାହିଁ । ନେସଲେ କମ୍ପାନୀ ଏହା ବି ସ୍ୱୀକାର କରିଛି ଯେ ଏହାର କିଛି ଖାଦ୍ୟ ପଦାର୍ଥ କେବେ ବି ‘‘ସ୍ୱାସ୍ଥ୍ୟପ୍ରଦ ହୋଇପାରିବ ନାହିଁ’’। ଏହି ଉତ୍ପାଦଗୁଡିକ ଏପରି ଯେ କମ୍ପାନୀ ଯେତେ ପରିଶ୍ରମ କଲେ ମଧ୍ୟ ସେଗୁଡ଼ିକ ଅସ୍ୱାସ୍ଥ୍ୟକର ରହିବ ବୋଲି କହିଛି ନେସଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’
ବ୍ରିଟେନର ବ୍ୟବସାୟ ଖବରକାଗଜ ‘ଫାଇନାନସିଆଲ୍ ଟାଇମ୍ସ’ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ଅଷ୍ଟ୍ରେଲିଆର ହେଲଥ ଷ୍ଟାର୍ ରେଟିଂ ସିଷ୍ଟମ୍ ଅନୁଯାୟୀ ନେସଲେର ମାତ୍ର ୩୭ ପ୍ରତିଶତ ଖାଦ୍ୟ ଓ ପାନୀୟ ଦ୍ରବ୍ୟର ରେଟିଂ ୩.୫ରୁ ଅଧିକ ଅଛି । ଏହି ବ୍ୟବସ୍ଥା ଅନୁଯାୟୀ ଖାଦ୍ୟ ପଦାର୍ଥଗୁଡ଼ିକୁ ୧ରୁ ୫ ମଧ୍ୟରେ ସ୍କୋର୍ ଦିଆଯାଏ ।ତେବେ ନେସଲେ କମ୍ପାନୀର ଜଳ ଓ ଦୁଗ୍ଧଜାତ ଦ୍ରବ୍ୟର ଉନ୍ନତ ପ୍ରଦର୍ଶନ ରହିଥିବା ଏହି ରିପୋର୍ଟରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା
ନେସଲେ କମ୍ପାନୀର ଏହି ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ ଏହି କମ୍ପାନୀ ତିଆରି କରୁଥିବା ସବୁ ଖାଦ୍ୟ ଏବଂ ପାନୀୟ ମଧ୍ୟରେ ଏହାର ୯୯ ପ୍ରତିଶତ କନଫେକ୍ସନେରୀ ଓ ଆଇସ୍-ସ୍କ୍ରିମ୍ “ସ୍ୱାସ୍ଥ୍ୟର ସ୍ୱୀକୃତିପ୍ରାପ୍ତ ପରିଭାଷା”କୁ ପୂରଣ କରୁନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସାମ୍ନାରେ ଜଗନ୍ନାଥଙ୍କ ବିଗ୍ରହ, ପରଦାରେ ବାତ୍ୟାର ଗତି ପଥ: ‘ୟାସ୍’ ବିଷୟରେ ଖବର ରଖୁଥିଲେ CM ନବୀନ ପଟ୍ଟନାୟକ
ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ନେସଲେ SAର ଜଣେ ମୁଖପାତ୍ର କହିଛନ୍ତି, ‘‘କମ୍ପାନୀ ନିଜ ବିଭିନ୍ନ ଖାଦ୍ୟ ଓ ପାନୀୟର ପୋର୍ଟଫୋଲିଓକୁ ଲୋକଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଦେଖୁଛି, ଯାହା ଦ୍ୱାରା ଏହା ସୁନିଶ୍ଚିତ କରିହେବ ଯେ ଉତ୍ପାଦଗୁଡିକ ପୁଷ୍ଟିକର ଆବଶ୍ୟକତା ପୂରଣ କରୁଛନ୍ତି ଓ ସନ୍ତୁଳିତ ଆହାରକୁ ସମର୍ଥନ କରୁଛନ୍ତି।’’
‘‘ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେ ଆମର ଉତ୍ପାଦରେ ଚିନି ଓ ଲୁଣକୁ ଯଥେଷ୍ଟ ହ୍ରାସ କରିଛୁ ।ଗତ କିଛି ବର୍ଷ ମଧ୍ୟରେ ଆମେ ପୁଷ୍ଟିକର ମାନଦଣ୍ଡ ପୂରଣ କରୁଥିବା ଶିଶୁ ଓ ପରିବାର ପାଇଁ ହଜାର ହଜାର ଉତ୍ପାଦ ଲଞ୍ଚ୍ କରିଛୁ ଯାହା ନ୍ୟୁଟ୍ରିସନର ମାପଦଣ୍ଡକୁ ପୂରା କରୁଛି,’’ ନେସଲେ କମ୍ପାନୀ ଏକ ବିବୃତ୍ତିରେ କହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।