News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ମଧ୍ୟ ଧରଣର ବ୍ୟବସାୟୀଙ୍କୁ ବ୍ଲାକମେଲ୍ କରି ତାଙ୍କ ଠାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ବଟି ନେଇଥିବା ଅଭିଯୋଗରେ ପାଞ୍ଚ ଜଣ ତଥାକଥିତ ସାମ୍ବାଦିକଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଏହି ପାଞ୍ଚ ଜଣ ସାମ୍ବାଦିକ ପଞ୍ଜୀକୃତ ହୋଇ ନ ଥିବା ଏକ ୱେବ୍ ନ୍ୟୁଜ୍ ଚ୍ୟାନେଲରେ କାମ କରୁଛନ୍ତି ।
“ଗିରଫ ହୋଇଥିବା ଅଭିଯୁକ୍ତମାନେ ତମାଣ୍ଡୋରେ ଥିବା ଏକ ଘିଅ ଉତ୍ପାଦନ କରୁଥିବା ପ୍ଲାଣ୍ଟର ମାଲିକଙ୍କ ଠାରୁ ମୋ’ଟ ଏକ ଲକ୍ଷ ୬୪ ହଜର ଟଙ୍କା ଲୁଟି ନେଇଥିଲେ । ସେମାନଙ୍କ ଠାରୁ ୨୪ ହଜାର ଟଙ୍କା ଜବତ କରାଯାଇଛି। ସେମାନେ ଏହି ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରୁଥିଲେ ଓ ତାଙ୍କ ବିରୋଧରେ ନେଗେଟିଭ୍ ନ୍ୟୁଜ୍ ସେମାନଙ୍କ ୱେବସାଇଟରେ ପ୍ରକାଶ କରିବେ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଥିଲା,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ଏହି ତଥାକଥିତ ସାମ୍ବାଦିକମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବା ପରେ ଖଣ୍ଡଗିରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ଏହି ବଟି ଲୁଟ୍ ଘଟଣା ଅକ୍ଟୋବର ୨୪ ତାରିଖରେ ଘଟିଥିଲା । ସେ କହିଛନ୍ତି ଯେ ସାମ୍ବାଦିକ ବୋଲାଇ ଏମିତି ଅପପରାଧ କରୁଥିବା ଲୋକଙ୍କ ବିଷୟରେ ପୂର୍ବରୁ ଅନେକ ଅଭିଯୋଗ ପୋଲିସକୁ ମିଳିଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ
ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!‘‘ୱେବ୍ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକ ଭାବରେ ନିଜକୁ ପରିଚୟ ଦେଇ ଏହି ଛଅ ଜଣ ବ୍ୟକ୍ତି ଏକ ଘିଅ ଉତ୍ପାଦନ କାରଖାନାର ମାଲିକଙ୍କୁ ଧମକ ଚମକ ଦେଉଥିଲେ ଓ ତାଙ୍କୁ ତିନି ଲକ୍ଷ ଟଙ୍କା ମାଗିଥିଲେ । ସେମାନେ କେତୋଟି ପର୍ଯ୍ୟାୟରେ ତାଙ୍କ ଠାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ପ୍ରଥମ କିସ୍ତିରେ ୯୯,୦୦୦ ଟଙ୍କା ଓ ପରେ ୩୧,୦୦୦ ଟଙ୍କା ନେଇଥିଲେ,’’ କହିଛନ୍ତି ଏହି ମାମଲାର ତଦନ୍ତ କରିଥିବା ଜଣେ ପୋଲିସ ଅଧିକାରୀ ।
ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି କାର୍, ଚାରିଟି ମୋଟର ସାଇକେଲ, ୩୧,୦୦୦ ଟଙ୍କା ଓ ଅନେକ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ କାର୍ଯ୍ୟାଳୟରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲାଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବିନାୟକ ବେହେରା (୩୦), ବିଶ୍ୱ ରଞ୍ଜନ ମହାନ୍ତି (୩୨), କାହ୍ନୁ ଚରଣ ନାୟକ (୨୮), ନରସିଂହ ବେହେରା (୩୦), ଲକ୍ଷ୍ମୀକାନ୍ତ ସାହୁ, ଓ ବଳରାମ ବେହେରା (୩୬)। ଏମାନଙ୍କ ବ୍ୟତୀତ ଏହି ଆପରାଧିକ ଗତିବିଧିରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।
‘‘ଆମେ ଜନସାଧାରଣ ଓ ପ୍ରତିଷ୍ଠିତ ତଥା ପଞ୍ଜୀକୃତ ମିଡ଼ିଆ ସଙ୍ଗଠନମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସାମ୍ବାଦିକତା ନାମରେ ହେଉଥିବା ଏହି ପ୍ରକାରର ଅପରାଧର ସୂଚନା ପାଇଲେ ପୋଲିସକୁ ଜଣାନ୍ତୁ । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,’’ କହିଛନ୍ତି ଉମାଶଙ୍କର ଦାଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।