୬ ମାସରେ ୬ କୋଟି ଠକିଲେଣି ସାଇବର ଠକ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜଧାନୀରେ ସାଇବର ଠକଙ୍କ ଦୌରାତ୍ମ କମିବାରେ ନାଁ ଧରୁନି। ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଇଛନ୍ତି ଅଦୃଶ୍ୟ ଠକ। କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଏକାଧିକ ସଚେତନତା ପରେ ବି ରାଜଧାନୀରୁ ସାଇବର ଠକେଇରେ ରୋକ ଲାଗୁନି। ନୂଆ ନୂଆ ଜ୍ଞାନ କୌଶଳ ଆପଣାଇ ଠକେଇ କରିବାରେ ବ୍ୟସ୍ତ ଠକ। ଏପରିକି ଅଦୃଶ୍ୟ ଠକ ଏବେ ରାଜଧାନୀବାସୀଙ୍କୁ ନୟାନ୍ତ କରିଦେଲେଣି।
ଗତ ମାସ ଗୁଡିକ ତୁଳନାରେ ଜୁନ ମାସରେ ସହରରେ ସାଇବର ଠକେଇ ଅହେତୁକ ବୃଦ୍ଧି ହୋଇଛି। କମିଶନରେଟ ପୋଲିସ ତଥ୍ୟ ଅନୁସାରେ ରାଜଧାନୀରେ ଜୁନ୍ ମାସରେ ୧ କୋଟି ୬ ଲକ୍ଷ ୫୯୭ ଟଙ୍କା ସାଇବର ଠକ ନେଇଯାଇଛନ୍ତି । ୩୯୦ ଟି ସାଇବର ଜନିତ କଲ ସାରା ରାଜ୍ୟରୁ ପୁଲିସର ହେଲ୍ସଡେସ୍କକୁ ଆସିଛି । ସେଥିରୁ ୩୫୭ଟି କଲ୍ ଭୁବନେଶ୍ୱରରୁ ଆସିଛି । ତଦମଧ୍ୟରୁ ୧୪୪ଟି ୟୁପିଆଇ ଠକେଇ , କ୍ରେଡିଟ କାର୍ଡ଼ / ଡେବିଟ୍ କାର୍ଡ଼ କ୍ଷେତ୍ରରେ ୬୯ଟି ଠକେଇ ଅଭିଯୋଗ ହୋଇଥିବା ବେଳେ ୩୩ଟି ଅନ୍ୟା ଠକେଇ ହୋଇଛି । ସେଭଳି ଗୋଲଡେନ ପିରିୟଡ (ଠକେଇ ଘଣ୍ଟାଏ) ଭିତରେ ଅଭିଯୋଗ ହେବାରୁ ୮ଲକ୍ଷ ୮୨ ହଜାର ୮୮୨ ଟଙ୍କା ଠକେଇ ଶିକାର ବ୍ୟକ୍ତି ଫେରସ୍ତ କରାଯାଇଛି । ସେଭଳି ବଡ଼ଧରଣର ଠକେଇ ହୋଇଥିବା ୨ ଟି ମାମଲା ରୁକ୍ତ କରାଯାଇଥିବା ବେଳେ ୩୫ ଟି ସାମାଜିକ ଗଣମାଧ୍ୟମ ଜନିତ ମାମଲା ମଧ୍ୟ ରହିଛି ।
ଜୁନ ମାସର ଠକେଇ ପରିମାଣ ବୃଦ୍ଧି ହୋଇଛି । ତେଣୁ ମୋବାଇଲ ଫୋନ୍କୁ ଆସୁଥିବା ଲିଙ୍କ୍ କିମ୍ବା ଟଙ୍କା ନେଣଦେଣ କରିବା ପୂର୍ବରୁ ସତର୍କ ରହିବା ଜରୁରୀ। ସେପରି ସାଇବର ଅପରାଧୀଙ୍କୁ ଠାବ କରିବା ଲାଗି ନୂଆ ସାଇବର ଥାନାକୁ ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ତେବେ ରାଜଧାନୀର ସେ କୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହେଲେ ହେଲପ ଡେସ୍କ ନମ୍ବର ୭୪୪୦୦୦୫୭୦୯ ରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଜାନୁଆରୀ ମାସଠାରୁ ମେ ମାସ ଅର୍ଥାତ ୫ ମାସରେ ଭୁବନେଶ୍ବରରୁ ୫କୋଟି ୩୪ ଲକ୍ଷ ୭୨ହଜାର ୫୯୭ ଟଙ୍କା ଠକେଇ ହୋଇଛି । ସେପଟେ ୨୦୨୧ ମସିହାରେ ରାଜଧାନୀରୁ ୮କୋଟି ୬ଲକ୍ଷ ୮୧ହଜାର ୭୮୩ ଟଙ୍କା ୦ନେଇ ହୋଇଥିଲା । ଏଥିରେ ୧୩ଜଣଙ୍କୁ ଗିରଫ କରିବା ସହ ୧୩୨ଟି ମାମଲା ରୁଜୁ କରି ତଦନ୍ତ କରାଯାଉଛି । ତେବେ ଭୁବନେଶ୍ବରକୁ ଦିଲ୍ଲୀ ଓ କଲିକତା ସୀମାରେଖାରୁ ଅଧିକ ଠକେଇ କଲ ଆସୁଥିବା ପୋଲିସ ପକ୍ଷରୁ କୁହାଯାଇଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।