କଟକରେ ବେଆଇନ ଲିଙ୍ଗ ନିରୂପଣ ମାମଲା: ଗିରଫ ହେଲା ଅଲ୍ଟ୍ରାସାଉଣ୍ଡ୍ ମେସିନ ଯୋଗାଉଥିବା ଯୁବକ

Fifth arrest made in illegal sex selection case in Cuttack | ଏହି ଘଟଣାରେ ମୋ’ଟ ପାଞ୍ଚ ଜଣ ଗିରଫ ହେଲେଣି । ଆଉ କିଛି ଅଭିଯୁକ୍ତ ଏବେ ଫେରାର୍ ଅଛନ୍ତି । ଯେଉଁ ଦମ୍ପତିମାନେ ଲିଙ୍ଗ ନିରୂପଣ କରିବାକୁ ଆସୁଥିଲେ ସେମାନେ ମଧ୍ୟ ତଦନ୍ତ ପରିସରକୁ ଆସିବେ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ଗିରଫ ଯୁବକ ମାନସ ରଞ୍ଜନ ପଣ୍ଡା ଯାଜପୁର ଜିଲ୍ଲା ସାହୁପଡ଼ା ଅଞ୍ଚଳର ବାସିନ୍ଦା ।

ଗିରଫ ଯୁବକ ମାନସ ରଞ୍ଜନ ପଣ୍ଡା ଯାଜପୁର ଜିଲ୍ଲା ସାହୁପଡ଼ା ଅଞ୍ଚଳର ବାସିନ୍ଦା ।

  • Share this:
ଦ୍ୱିବେନ୍ଦୁ ମିଶ୍ର | News18 Odia Digital

କଟକ: ବେଆଇନ ଲିଙ୍ଗ ନିରୂପଣ ରାକେଟ ଘଟଣାରେ ଗିରଫଦାରୀ ସଂଖ୍ୟା ବଢି଼ ଚାଲିଛି । ପୂର୍ବରୁ ଏହି ଘଟଣାରେ ଚାରି ଜଣ ଗିରଫ ହୋଇସାରିଥିବା ବେଳେ ରବିବାର ଦିନ ମଙ୍ଗଳାବାଗ ପୋଲିସ ଅନ୍ୟତମ ଅଭିଯୁକ୍ତ ମାନସ ରଞ୍ଜନ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯାଜପୁର ଜିଲ୍ଲା ସାହୁପଡ଼ା ଅଞ୍ଚଳର ବାସିନ୍ଦା ମାନସ ପଣ୍ଡା ବେଆଇନ ଲିଙ୍ଗ ନିରୂପଣ କରୁଥିବା ସଂସ୍ଥା ଆଲଫା ହେଲଥକେୟାର୍‌ ସେଣ୍ଟରକୁ ବେଆଇନ ଭାବେ ଅଲ୍ଟ୍ରାସାଉଣ୍ଡ୍‌ ମେସିନ ଯୋଗାଇଥିଲା । ଏହି ସେସିନକୁ ସେ ରାଞ୍ଚିରୁ ଆଣି ୩.୫ ଲକ୍ଷ ଟଙ୍କାରେ ଆଲଫା ହେଲଥକେୟାର୍‌ ସେଣ୍ଟରକୁ ବିକ୍ରି କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା

‘‘ମାନସ ୧୦ ବର୍ଷ ହେବ ମେଡିକାଲ୍‌ କ୍ଷେତ୍ରରେ କାମ କରୁଛନ୍ତି । ବିଭିନ୍ନ ସମୟରେ ସେ ଅଲ୍ଟ୍ରାସାଉଣ୍ଡ୍‌ ମେସିନ୍‌ ସହ ଆଇ.ସି.ୟୁ. ଯନ୍ତ୍ରପାତି ସହରରେ ଥିବା ବିଭିନ୍ନ ନର୍ସିଂହୋମ୍‌ ଓ ନିଦାନ କେନ୍ଦ୍ରଗୁଡି଼କୁ ଯୋଗାଇଥାନ୍ତି । ଆଲଫା ହେଲଥକେୟାରରୁ ଯେଉଁ ଲିଙ୍ଗ ନିରୂପଣ ଅଲ୍ଟ୍ରାସାଉଣ୍ଡ୍‌ ମେସିନ୍‌ ଜବତ କରାଯାଇଛି ତାହା ମଧ୍ୟ ଅଭିଯୁକ୍ତ ମାନସ ହିଁ ଯୋଗାଇଥିଲେ,’’ କହିଛନ୍ତି ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ ।

ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର


ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

ପୋଲିସ ମୁଖ୍ୟତଃ ତିନୋଟି ଦିଗକୁ ନେଇ ତଦନ୍ତ କରୁଥିଲା । ପ୍ରଥମତଃ ବେଆଇନ୍‌ ଲିଙ୍ଗ ନିରୂପଣ କରୁଥିବା ସଂସ୍ଥା, ଦ୍ୱିତୀୟତଃ କିଏ ସେହି ସଂସ୍ଥାକୁ ମେସିନ ଯୋଗାଉଥିଲେ ଓ ତୃତୀୟତଃ ଏହି ବେଆଇନ କାର୍ଯ୍ୟରେ ମାଧ୍ୟମ ସାଜିଥିବା ଦଲାଲମାନଙ୍କ ଗତିବିଧି କ’ଣ ଥିଲା । ଏଥିରେ ପୋଲିସକୁ ଅନେକ ପରିମାଣରେ ସଫଳତା ମିଳିପାରିଛି ବୋଲି କହିଛନ୍ତି ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ଯୋଗାଇଲେ

‘‘ଏହି ଘଟଣାରେ ମୋ’ଟ ପାଞ୍ଚ ଜଣଙ୍କୁ ଗିରଫ କରିସାରିଛୁ । ଅନୁସନ୍ଧାନ ସମୟରେ ଆମେ ଜାଣିବାକୁ ପାଇଥିଲୁ ଯେ କଟକ ଜିଲ୍ଲା ବଡ଼ମ୍ବା ଓ ନରସିଂହପୁର ସହ ଭଦ୍ରକ ଅଞ୍ଚଳର କିଛି ଲୋକ ଭୃଣ ଚିହ୍ନଟ କରିବା ପାଇଁ ସେହି ଅଞ୍ଚଳର ଆଶାକର୍ମୀ , ସ୍ୱାସ୍ଥ୍ୟକର୍ମୀ ଓ ଦଲାଲଙ୍କ ସହାୟତାରେ ଏମିତି ବେଆଇନ୍‌ ଲିଙ୍ଗ ନିରୂପଣ କରିବାକୁ ଆସୁଥିଲେ ଓ ଏଥି ପାଇଁ ୪,୫୦୦ ଟଙ୍କାରୁ ୫,୫୦୦ ଟଙ୍କା ଦେଉଥିଲେ । ଏହି ଘଟଣାରେ ସଂପୃକ୍ତି ଥିବା ଆଉ କିଛି ଲୋକ ଫେରାର୍‌ ଅଛନ୍ତି । ଯେଉଁମାନେ ଲିଙ୍ଗ ନିରୂପଣ କରିବାକୁ ଆସୁଥିଲେ ସେମାନେ ମଧ୍ୟ ତଦନ୍ତ ପରିସରକୁ ଆସିବେ କାରଣ ଉଭୟ ଲିଙ୍ଗ ନିରୂପଣ କରିବା ଓ କରାଇବା ଗୁରୁତର ଅପରାଧ,’’ କହିଛନ୍ତି ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ଥିଲା

କଟକ ବାସିନ୍ଦା ଦିଲ୍ଲୀପ କୁମାର ସାମନ୍ତରାୟ କହିଛନ୍ତି, ‘‘ଲିଙ୍ଗ ନିରୂପଣ କରିବା ଏକ ବିକୃତ ଚିନ୍ତାଧାରାର ପ୍ରତୀକ । ଆଜିର ସଭ୍ୟ ସମାଜରେ ଏଭଳି ହୀନ ମାନସିକତା ରହିବା ଦର୍ଶାଉଛି ଆମେ କେତେ ତଳେ ଅଛନ୍ତି । ଆଜିର ଦିନରେ ପୁଅ ଓ ଝିଅ ମଧ୍ୟରେ କିଛି ଫରକ ନାହିଁ । ଅନେକ କ୍ଷେତ୍ରରେ ଝିଅମାନେ ଉଲ୍ଲେଖନୀୟ ସଫଳତା ଲାଭ କରୁଛନ୍ତି । ସରକାର ଏ ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି କରିଛନ୍ତି । ତଥାପି ଯେଉଁମାନେ ଏହି ହୀନ କର୍ମରେ ଲିପ୍ତ ଅଛନ୍ତି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଆବଶ୍ୟକ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

ଲିଙ୍ଗ ନିରୂପଣ ଘଟଣାରେ କେବଳ ଆଲଫା ହେଲଥକେୟାର୍‌ ସେଣ୍ଟରର ସମ୍ପୃକ୍ତି ଅଛି ନା ଆହୁରି କେତେକ କେନ୍ଦ୍ର ଏହି ବେଆଇନ୍‌ କାର୍ଯ୍ୟ କରୁଛନ୍ତି ତା’ ଉପରେ ଅଧିକ ତଦନ୍ତ କରିବା ପାଇଁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଉଛି । ପୋଲିସ ଏଥିରେ ସହଯୋଗ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି ।
Published by:Anand S.T. Das
First published: