ଓଡ଼ିଆ ଜାତିର ସବୁଠୁ ବଡ଼ ପରିଚୟ ହେଉଛନ୍ତି ନବୀନ ପଟ୍ଟନାୟକ: 5T ସଚିବ

5T Speech on Naveen Patnaik: ସମୃଦ୍ଧ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶର ପ୍ରବେଶ ଦ୍ୱାର ଦୁବାଇରେ ‘ଓଡ଼ିଶା ଦିବସ’ ପାଳିଛନ୍ତି ଓଡ଼ିଆ। ଯେଉଁଥିରେ ନବୀନଙ୍କ ଗୁଣ ଗାନ କରିଛନ୍ତି ୫ଟି ସଚିବ।

ଭିକେ ପାଣ୍ଡିଆନଙ୍କ ବୟାନ

ଭିକେ ପାଣ୍ଡିଆନଙ୍କ ବୟାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

5T Speech on Naveen Patnaik: ଦୁବାଇରେ (Dubai) ଓଡ଼ିଶା (Odisha) ଦିବସ ସମାରୋହ ଅବସରରେ 5T ସଚିବ ଭି.କେ. ପାଣ୍ଡିଆନ୍ (VK Pandian) ବଖାଣିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Patnaik) ମହାନତା, ସମୟାନୁବର୍ତ୍ତିତା ଓ ସଫଳତା।

କହିଛନ୍ତି, ମୁଖ୍ୟମନ୍ତ୍ରୀ (Naveen Patnaik) ପ୍ରକୃତରେ କ’ଣ, ଆପଣଙ୍କ ପରବର୍ତ୍ତୀ ପିଢ଼ି ଅନୁଭବ କରିପାରିବେ। ଓଡ଼ିଆ ଜାତିର ସବୁଠୁ ବଡ଼ ପରିଚୟ ହେଉଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଛି ଅନେକ ଅବଦାନ। CMଙ୍କ ନିଷ୍ଠା ଓ ଆନ୍ତରିକତା, କେବଳ ଓଡ଼ିଶାବାସୀଙ୍କ ପାଇଁ ବୋଲି କହିଛନ୍ତି ପାଣ୍ଡିଆନ।

୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ କୌଣସି ସଭାକୁ କେବେବି ବିଳମ୍ବରେ ଯାଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ଜଣେ ଚର୍ଚ୍ଚିତ ଲେଖକ, ୩ଟି ପୁସ୍ତକର ରଚୟିତା ମଧ୍ୟ। ଆଉ ଜାକଲିନ୍ କେନେଡି ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକର ସମ୍ପାଦନା କରିଛନ୍ତି ବୋଲି ସେ କହିଛନ୍ତି।

ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରିପ୍ରେକ୍ଷୀରେ ଦୁବାଇଠାରେ ଆୟୋଜିତ ଓଡ଼ିଶା ଦିବସରେ ଯୋଗ ଦେଇଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିଛନ୍ତି ୫-ଟି ସଚିବ ଶ୍ରୀ ପାଣ୍ଡିଆନ।

ଏହି ଅବସରରେ ସେ କହିଛନ୍ତି ଯେ ଆମ ଦେଶରେ ବହୁ ମହାନ ବ୍ୟକ୍ତିବିଶେଷ ଥିଲେ ଆଉ ଅଛନ୍ତି ମଧ୍ୟ; କିନ୍ତୁ ନବୀନ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ। ଅତ୍ୟନ୍ତ ସରଳ, ଉଦାର, ସମ୍ବେଦନଶୀଳ ମଣିଷ ଭାବରେ ସେ ସ୍ୱତନ୍ତ୍ର। ତାଙ୍କ ପାଖରେ ଏତେ ସଦ୍‌‌ଗୁଣ ରହିଛି ତାହା ଉପରେ ଚର୍ଚ୍ଚା କଲେ ପୂରା ଦିନ ବିତିଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସେବାରେ ସମର୍ପି ଦେଇଛନ୍ତି।

ତାଙ୍କ ପାଖରେ କାମ କରିବା ସବୁଠାରୁ ବଡ଼ ଗର୍ବର ବିଷୟ ବୋଲି ପାଣ୍ଡିଆନ୍‌‌ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୁହୂର୍ତ୍ତରେ ଆମମାନଙ୍କୁ ପ୍ରେରଣା ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ଜଣେ ଓଡ଼ିଶା ସରକାର ଗରିବ ଲୋକଙ୍କୁ କାହିଁକି ବିଭିନ୍ନ ଜିନିଷ ମାଗଣାରେ ଦେଉଛନ୍ତି ବୋଲି ଜଣେ ମହିଳା ୫-ଟି ସଚିବଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ପାଣ୍ଡିଆନ୍‌‌ କହିଥିଲେ ମୁଖ୍ୟମନ୍ତ୍ରୀ ଯାହା ବି କିଛି ଯୋଜନା ପ୍ରଣୟନ କରନ୍ତି, କିଛି କାର୍ଯ୍ୟକ୍ରମ ଆରମ୍ଭ କରନ୍ତି ତା ପଛରେ କିଛି ଉଦ୍ଦେଶ୍ୟ ଥାଏ। ଯଦି ଆମେ ରାଜ୍ୟ ତଥା ଦେଶର ବିକାଶ କରିବାକୁ ଚାହୁଁଛୁ ତା ହେଲେ ସମସ୍ତଙ୍କୁ ସାଙ୍ଗରେ ଧରି ଯିବାକୁ ପଡ଼ିବ। ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା, ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ। ଆଗରୁ ଦେହ ଖରାପ ହେଲେ ଚିକିତ୍ସା ପାଇଁ ଗରିବ ଲୋକଟିଏ ମହାଜନ ଠାରୁ ସୁଧରେ ଟଙ୍କା ଆଣୁଥିଲା। ଜମି, ଗହଣା ବନ୍ଧା ରଖିବା ପାଇଁ ବାଧ୍ୟ ହେଉଥିଲେ; କିନ୍ତୁ ଆମେ ବିଏସ୍‌‌କେୱାଇରେ ବାର୍ଷିକ ପ୍ରାୟ ୨୨୦ କୋଟି ଟଙ୍କା ବ୍ୟୟ କରିବା ଦ୍ୱାରା ଲକ୍ଷ ଲକ୍ଷ ପରିବାର ଆଉ ଚିକିତ୍ସା ପାଇଁ କରଜ କରୁ ନାହାନ୍ତି।

ସମାଜର ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ବିକାଶ ହେଉଛି ସରକାରଙ୍କର ଦାୟିତ୍ୱ ଆଉ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ ଅବା ରୂପାନ୍ତରଣ କାର୍ଯ୍ୟ ଦେଶର ଆଗାମୀ ପିଢ଼ି ନିକଟରେ ନବୀନ ପଟ୍ଟନାୟକ ସର୍ବଦା ସ୍ମରଣୀୟ ହୋଇରହିବେ।

ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ, ତାଙ୍କ ବ୍ୟକ୍ତିତ୍ୱ, ତାଙ୍କ ନେତୃତ୍ୱକୁ ନେଇ ହାଭାର୍ଡ ଠାରୁ ଆରମ୍ଭ କରି ଦେଶ ବିଦେଶର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରାଯିବ, ଏଥିରେ ସନ୍ଦେହ ନାହିଁ ବୋଲି ପାଣ୍ଡିଆନ‌ ପ୍ରକାଶ କରିଥିଲେ। ଏହି ଅବସରରେ ସେ ଆଇନଷ୍ଟାଇନଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଲ୍ଲେଖ କରି ନବୀନଙ୍କ ଜୀବନରେ ଗାନ୍ଧିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।

ପଢ଼ନ୍ତୁ ଏହି ଖବର:  ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ; ଏଥର ବି ବିଳମ୍ବରେ ଆସିବ ମୌସୁମୀ

ଆଉ କିଛି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏବେ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା ବେଳେ ଆସନ୍ତା ମାସ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ସେବା ଆରମ୍ଭ ହେବ। ଏହି ସେବା କିପରି ସବୁଦିନ ଚାଲିବ ତାହା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏଥିସହ ଏହି ସେବାକୁ ଅନ୍ୟ ଦେଶକୁ ସମ୍ପ୍ରସାରଣ ସହିତ ନୂଆ ସ୍ଥାନକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ପାଇଁ ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ପାଣ୍ଡିଆନ୍‌‌ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
Published by:Lipina Das
First published: