ଅଲାରନାଥରେ ୫ଟି ସଚିବ ଭିକେ ପାଣ୍ଡିଆନ; ମନ୍ଦିରର ହେବ ସୋନ୍ଦର୍ଯ୍ୟକରଣ

ଆଜି ଅଚାନକ ଭାବେ ବ୍ରହ୍ମଗିରି ଗସ୍ତ କରି ଶ୍ରୀ ଅଲାରନାଥଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ ।

ଅଲାରନାଥରେ ୫ଟି ସଚିବ ଭିକେ ପାଣ୍ଡିଆନ

ଅଲାରନାଥରେ ୫ଟି ସଚିବ ଭିକେ ପାଣ୍ଡିଆନ

  • Share this:
News 18 Odia Digital

ପୁରୀ; ବ୍ରହ୍ମଗିରି ଅଲାରନାଥଙ୍କ ମନ୍ଦିରର ହେବ ସୋନ୍ଦର୍ଯ୍ୟକରଣ । ଏନେଇ ନିଜେ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ଆଜି ଅଚାନକ ଭାବେ ବ୍ରହ୍ମଗିରି ଗସ୍ତ କରି ଶ୍ରୀ ଅଲାରନାଥଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି । ଭି.କେ. ପାଣ୍ଡିଆନଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ସିଂହଦ୍ୱାର ନିକଟରେ ମନ୍ଦିର ପ୍ରଶାସନ ଓ ସେବାୟତ ମାନେ ଭି.କେ. ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ l ପ୍ରଥମେ ଅଲାରନାଥଙ୍କୁ ପୂଜାର୍ଚ୍ଚନା କରି ରତ୍ନବେଦୀରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ସହିତ ମନ୍ଦିରର ସୌନ୍ଦର୍ଯ୍ୟ କରଣ, ଉନ୍ନତି ଓ ଜଳ ନିଷ୍କାସନ ଉପରେ ସମୀକ୍ଷା କରି ବର୍ଷକ ମଧ୍ୟରେ ମନ୍ଦିରର ଉନ୍ନତିକରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଭିକେ ପାଣ୍ଡିଆନ l



ମନ୍ଦିରର ସୋନ୍ଦର୍ଯ୍ୟ କରଣପରେ ପର୍ଯ୍ୟଟକଙ୍କୁ ଏହାର ପରିବେଶ ଅଧିକ ଆକୃଷ୍ଟ କରିବ । ମନ୍ଦିର ପ୍ରଶାସନ ଓ ସେବାୟତ ଏନେଇ ଖୁସିବ୍ୟକ୍ତ କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ ହୋଇ ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । 5T ସଚିବ ଦର୍ଶନ କରିବା ସହ ମନ୍ଦିର ବୁଲି ସମସ୍ୟା ସମ୍ପର୍କରେ ସେବାୟତଙ୍କ ଠାରୁ ବୁଝିଥିଲେ ।
Published by:Soubhagya Mishra
First published: