• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣର ସମୀକ୍ଷା କଲେ ୫ଟି ସଚିବ; ୬ ମାସ ମଧ୍ୟରେ କାମ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣର ସମୀକ୍ଷା କଲେ ୫ଟି ସଚିବ; ୬ ମାସ ମଧ୍ୟରେ କାମ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ

୪୦ କୋଟି ଟଙ୍କା ବ୍ୟୟରେ ପୁରୀ ପେଣ୍ଠକଟାରେ ପ୍ରାୟ ୧୩ ଏକର ପରିମିତ ଜମିରେ ତିଆରି ଚାଲିଛି ଶ୍ରୀଜଗନ୍ନାଥ ଷ୍ଟାଡିୟମ । ତେବେ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ୫ଟି ସଚିବ ଭି.କେ ପାଣ୍ଡିୟାନ ସେ ନେଇ ବୁଧବାର ଅପରାହ୍ନରେ ପୁରୀରେ ପହଞ୍ଚି ସମୀକ୍ଷା କରିଥିଲେ।

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣର ସମୀକ୍ଷା କଲେ ୫ଟି ସଚିବ

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣର ସମୀକ୍ଷା କଲେ ୫ଟି ସଚିବ

  • Share this:
News18 Odia Digital

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ସହିତ ପୁରୀକୁ ସବୁ କ୍ଷେତ୍ରରେ ବିଶ୍ୱସ୍ତରୀୟ କରିବାର ସଂକଳ୍ପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଯୋଡ଼ି ହୋଇଛି । ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପ୍ରତିଭାବାନ କ୍ରୀଡ଼ାବିତ୍ ସୃଷ୍ଟି କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଆଉ ସେଥିରେ ପୁରୀ ପେଣ୍ଠକଟାର ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ପାଲଟିବ ଏନ୍ତୁଡିଶାଳ।

୪୦ କୋଟି ଟଙ୍କା ବ୍ୟୟରେ ପୁରୀ ପେଣ୍ଠକଟାରେ ପ୍ରାୟ ୧୩ ଏକର ପରିମିତ ଜମିରେ ତିଆରି ଚାଲିଛି ଶ୍ରୀଜଗନ୍ନାଥ ଷ୍ଟାଡିୟମ । ତେବେ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ୫ଟି ସଚିବ ଭି.କେ ପାଣ୍ଡିୟାନ ସେ ନେଇ ବୁଧବାର ଅପରାହ୍ନରେ ପୁରୀରେ ପହଞ୍ଚି ସମୀକ୍ଷା କରିଥିଲେ।

ନିର୍ମାଣଧୀନ ଇନଡୋର ହଲ ପରିସରରେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ନିର୍ମାଣକାରୀ ସଂସ୍ଥା ୱାପକ୍ସ ଅଧିକାରୀ ବର୍ତ୍ତମାନ ସୁଦ୍ଧା କ'ଣ କାର୍ଯ୍ୟ ଶେଷ କରିଛନ୍ତି ସେ ନେଇ ଆଲୋଚନା କରିଥିଲେ । ଏହା ପରେ କ୍ରିକେଟ ପଡ଼ିଆ, ସୁଇମିଂ ପୁଲ, ୧୦୦ ଶର୍ଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ , ସମେତ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଛଅ ମାସ ଭିତରେ ସାରିବା ପାଇଁ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ନିର୍ଦ୍ଦେଶ ଦେଇଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

୪୦ କୋଟି ଟଙ୍କା ବ୍ୟୟରେ ପୁରୀ ପେଣ୍ଠକଟାରେ ପ୍ରାୟ ୧୩ ଏକର ପରିମିତ ଜମିରେ ତିଆରି ଚାଲିଛି ଶ୍ରୀଜଗନ୍ନାଥ ଷ୍ଟାଡିୟମ


ସେପଟେ ୫ଟି ସଚିବ ଭି.କେ ପାଣ୍ଡିୟାନ କହିଥିଲେ, "ପୁରୀ ହେଉଛି ସଂସ୍କୃତି ସମୃଦ୍ଧ ଆଖଡ଼ା ସଂସ୍କୃତିର ସ୍ୱତନ୍ତ୍ର ପରିଚୟ। ପୁରାତନ କଳାତ୍ମକ କ୍ରୀଡ଼ା କୌଶଳର ଆଦୃତି ବଢ଼ାଇବା ସହ ଏହାର ଅଧିକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି। କ୍ରୀଡ଼ାର ବିକାଶ ପ୍ରସଙ୍ଗରେ ଆଲୋଚନା କରିବା ପରେ କିଭଳି ପୁରୀର ଆଖଡ଼ା ସଂସ୍କୃତିକୁ ଅଧିକ ପ୍ରୋତ୍ସାହନ ଦେଇ କୁସ୍ତି, ମଲ୍ଲଯୁଦ୍ଧ, ଭାରୋତ୍ତୋଳନ, ଯୋଗ, ଜିମ୍ନାଷ୍ଟିକ ଆଦିର ବିକାଶ କରାଯାଇପାରିବ । ଏହା ସହିତ ପୁରୀର ଆଖଡ଼ାକୁ କିଭଳି ଆଗଧାଡ଼ିର ମାନ୍ୟତା ମିଳିପାରିବ ସେ ନେଇ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛି ।"

ନିର୍ମାଣକାରୀ ସଂସ୍ଥା ୱାପକ୍ସର ଅଧିକାରୀ ଲଳିତ ମହାନ୍ତିଙ୍କ କହିବା ଅନୁସାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ଶେଷ କରିବାକୁ ଆଉ ଆଠ ମାସ ସମୟ ଲାଗିବ। ମଲଟି ପ୍ରପୋଜ ଇନଡୋର ହଲ, ଦର୍ଶକ ଗ୍ୟାଲେରୀ, କ୍ରିକେଟ ଏକାଡେମୀ, କୁସ୍ତି, ଜିମ୍ନାଷ୍ଟିକ, ଖୋଖୋ, କବାଡି, ବାସ୍କେଟବଲ, କୋର୍ଟ ଆଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆଉ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରୀଡ଼ା ସାମଗ୍ରୀ ଉପଲବ୍ଧ ହେବ।

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣର ସମୀକ୍ଷା କଲେ ୫ଟି ସଚିବ


ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ କହିଥିଲେ, ‘‘ଜିଲ୍ଲାରେ ପ୍ରତିଭାବାନ କ୍ରୀଡ଼ାବିତ୍ ମାନଙ୍କୁ ସୃଷ୍ଟି କରିବା ପାଇଁ ଏହି ନବନିର୍ମିତ ଷ୍ଟାଡିୟମ ବେଶ ସହାୟକ ହେବ । ୫ଟି ସଟିବଙ୍କ ସମୀକ୍ଷା ପରେ ଫେବୃୟାରୀ ମଧ୍ୟରେ ଅଗ୍ରାଧୀକାର ଭିତ୍ତିରେ କ୍ରିକେଟ ଷ୍ଟାଡିୟମ, ସୁଇମିଂ ପୁଲ ଓ ମଲଟି ପ୍ରପୋଜ ଇନଡୋର ହଲ କାର୍ଯ୍ୟ ଶେଷ ହେବ।’’

କ୍ରୀଡ଼ାର ବିକାଶ ପାଇଁ ପୁରୀ ସହରରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ ବେଶ ସହାୟକ ହୋଇପାରିବା ସହ କ୍ରୀଡାବିତ୍ ସୃଷ୍ଟି କରିବା ବେଶ ସହଜ ହେବ ।
Published by:Lipina Das
First published: