ଅସହାୟତାଙ୍କୁ ସହାୟତାର ହାତ ବଢାଇଲେ ୫ଟି ସଚିବ ଭି.କେ ପାଣ୍ତିଆନ

ଅସହାୟତାଙ୍କୁ ସହାୟତାର ହାତ ବଢାଇଲେ ୫ଟି ସଚିବ ଭି.କେ ପାଣ୍ତିଆନ

ଅସହାୟତାଙ୍କୁ ସହାୟତାର ହାତ ବଢାଇଲେ ୫ଟି ସଚିବ ଭି.କେ ପାଣ୍ତିଆନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଓଡ଼ିଶା: ପୁଣି ସହାୟତାର ହାତ ବଢାଇଲେ ୫ଟି ସଚିବ ( 5T secretary ) ଭି.କେ ପାଣ୍ତିଆନ୍ ( VK Pandian ) । ମାନବିକତାର ପରିଚୟ ଦେଖାଇ ପୁଣି ଚର୍ଚ୍ଚାରେ ୫ଟି ସଚିବ ( 5T secretary )। ସବୁବେଳେ ଅନ୍ୟକୁ ସାହର୍ଯ୍ୟ କରି ଚର୍ଚ୍ଚାରେ ଥାନ୍ତି ୫ଟି ସଚିବ ( 5T secretary )। ସେହିପରି ପୁଣି ଗଞ୍ଜାମ ( ganjam ) ଜିଲ୍ଲା ଖଲ୍ଳିକୋଟ ବ୍ଲକର ସାମଲନାସି ଅଞ୍ଚଳର ଯୁବକଙ୍କୁ ରତ୍ନାକର ଜାଲିଙ୍କୁ ସାହର୍ଯ୍ୟ କରିଛନ୍ତି ।

ରତ୍ନାକର ଜାଲି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିଲେ ସେ ଓଲ୍ଲାଇବା ବେଳେ ପଡିଯାଇଥିଲେ । ଫଳରେ ତାଙ୍କ ହାତ କଟି ଯାଇଥିଲା ପରେ ସଙ୍ଗେ ସଙ୍ଗେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଭୁବନେଶ୍ୱର ଏମ୍ସରେ ( AIIMS ) ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଆଇସିୟୁ ବେଡ୍‌ ନ ମିଳିବାରୁ ବହୁ ହୀନସ୍ଥା ହୋଇଥିଲେ । ତାଙ୍କ ପାଇଁ ଅର୍ଥ ମଧ୍ୟ ବାଧାକ ସାଜିଥିଲା । ଏହି ଘଟଣା ଶୁଣିବା ପରେ ତାଙ୍କ ପରିବାର ଉପରେ ଦୁଃଖର ବ୍ରଜ ପ୍ରହାର ପଡ଼ିଲା ଭଳି ଲାଗିଥିଲା ।

ଏଭଳି ସମୟରେ ବ୍ରହ୍ମପୁରର ସମାଜ ସେବୀ ପ୍ରବୀର ପଣ୍ଡା ନାମକ ଏକ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ ଦ୍ବାରା ଯୋଗାଯୋଗ କରି ଏହି ବିଷୟରେ ଜଣାଇଥିଲେ । କିନ୍ତୁ ଏହି ଖବର ୫ଟି ସଚିବ ଭି.କେ ପାଣ୍ତିଆନଙ୍କ ପାଖରେ ପହଞ୍ଚିଥିଲା । ପରେ ଏହି ଘଟଣାକୁ ୫ଟି ସଚିବ ଗୁରୁତର ସହ ନେଇ ତୁରନ୍ତ ଉକ୍ତ ବ୍ୟକ୍ତିକୁ BSKYରେ ମାଗଣା ଚିକିତ୍ସା ସେବା ସମ୍ ହସ୍ପିଟାଲ୍‌ରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଉକ୍ତ ବ୍ୟକ୍ତି କିପରି ହସ୍ପିଟାଲରେ ଉତ୍ତମ ଚିକିତ୍ସା ମିଳିବା ଓ ତାଙ୍କାର ତଦାରଖ କରିବା ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ୧୦ ମିନିଟ୍‌ରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱବଧାନରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା । ମାଗଣାରେ ଅପରେସନ ପରେ ଏବେ ସେ ସୁସ୍ଥ ଅଛିନ୍ତି । ୫ଟି ସଚିବଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇଁ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା । ତେଣୁ ବିଭିନ୍ନ ମହଲରୁ ୫ଟି ସଚିବଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ପରିବାର ଲୋକବି ୫ଟି ସଚିବଙ୍କ ( 5T secretary ) ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Published by:Sujit Swain
First published: