News18 Odia Digital
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି। ଏହି ୫ଜି ସମାଧାନଗୁଡ଼ିକ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୫ଜି ପ୍ରଯୁକ୍ତିକୁ କାମଧେନୁ ଭାବରେ ଅଭିହିତ କରିଛନ୍ତି। ଏହା ଏଭଳି ଏକ ପ୍ରଯୁକ୍ତି ଯାହା ସହର ସହିତ ଗ୍ରାମାଞ୍ଚଳ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହେବ।
ନିକଟରେ ଲମ୍ପି ରୋଗ ଯୋଗୁଁ ହଜାର ହଜାର ଗାଈଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଏଭଳି ଏକ ଉତ୍ପାଦ ଆବଶ୍ୟକ ହେଉଥିଲା ଯାହା ପଶୁମାନଙ୍କ ରୋଗ ବିଷୟରେ ଆଗ୍ରୁଆ ସୂଚନା ଦେଇପାରିବ। “ଜିଓ ଗୋ ସମୃଦ୍ଧି’ ନାମରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଡିଭାଇସ୍ର ବିକାଶ କରାଯାଇଛି। ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରିପାରୁଥିବା ଏହି ୪ ଇଞ୍ଚର ଡିଭାଇସ୍କୁ କେବଳ ପଶୁମାନଙ୍କ ବେକରେ ଘଣ୍ଟି ଭଳି ବାନ୍ଧିବାକୁ ହେବ। ଏହା ପରେ ଡିଭାଇସ୍ ସବୁ କାମ କରିବ। ଦେଶରେ ଦୁଗ୍ଧ ପ୍ରଦାନ କରୁଥିବା ପ୍ରାୟ ୩୦ କୋଟି ପଶୁମାନଙ୍କ ଉପରେ କେବଳ ୫ଜି ସ୍ପିଡ୍ ଜରିଆରେ ଏକସଙ୍ଗେ ନଜର ରଖାଯାଇପାରିବ।
ପଶୁ କେତେବେଳେ ଖାଦ୍ୟ ଖାଇଲେ, କେତେ ବେଳେ ପାଣି ପିଇଲେ, କେତେବେଳେ ପାକୁଳି କଲେ ଭଳି ମହତ୍ୱପୂର୍ଣ୍ଣ ସୂଚନାକୁ ପଶୁପାଳନମାନଙ୍କୁ ଏହି ଡିଭାଇସ୍ ପ୍ରଦାନ କରିବ। ସବୁ ପଶୁପାଳକ ଏହା ଜାଣନ୍ତି ଯେ ରୋଗଗ୍ରସ୍ତ ହେବା ପୂର୍ବରୁ ପଶୁମାନେ ପାକୁଳି କରିବା କମ୍ କରନ୍ତି କିମ୍ବା ବନ୍ଦ କରିଦିଅନ୍ତି। ପାକୁଳି କମ୍ କରିବା କିମ୍ବା ବନ୍ଦ କରିବା ସମ୍ପର୍କରେ ଏହି ଡିଭାଇସ୍ ସତର୍କ ସୂଚନା ଜାରି କରିବ। ଏହି ଡିଭାଇସ୍ ପଶୁଙ୍କ ଗର୍ଭଧାରଣର ସଠିକ୍ ସମୟ ମଧ୍ୟ ଜଣାଇବ।
ଚାଷ ଜମି ଓ ମୃତ୍ତିକା ସ୍ୱାସ୍ଥ୍ୟର ମଧ୍ୟ ଜିଓର କୃଷି ୫ଜି ଡିଭାଇସ୍ ଯତ୍ନ ନେବ। କେତେ ପରିମାଣର ବର୍ଷା ହୋଇଛି ଓ ମାଟି ତଥା ପରିବେଶରେ ଆର୍ଦ୍ରତା କିଭଳି ରହିଛି ଓ ଅତ୍ୟଧିକ ଗରମ ଭଳି ସୂଚନା ଏହି ଡିଭାଇସ୍ ବାସ୍ତବ ସମୟ ଭିତରେ ଚାଷୀଙ୍କୁ ପ୍ରଦାନ କରିବ। ଏକ ସ୍ୱତନ୍ତ୍ର ପାଣିପାଗ ପରିସ୍ଥିତିରେ କେଉଁଭଳି କୀଟ ଫସଲ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି ତାହାର ସତର୍କ ସୂଚନା ମଧ୍ୟ ଏହି ଡିଭାଇସ୍ ପ୍ରଦାନ କରିବ।
ଜିଓ ଏଭଳି ଡ୍ରୋନ୍ ସମାଧାନ ପ୍ରସ୍ତୁତ କରିଛି ଯେଉଁଥିରେ ୫ଜିର ସଂଯୋଗ ରହିଛି। ଏହି ଡ୍ରୋନ୍ ଜିଓ-କୃଷି ଡିଭାଇସ୍ରୁ ତଥ୍ୟ ସଂଗ୍ରହ କରି ଫସଲରେ କୀଟ ଲାଗିବା ପୂର୍ବରୁ ଔଷଧ ସିଞ୍ଚନ କରିବ। ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ତ୍ବେ ଯଦି ଫସଲରେ କୀଟ ଲାଗିବ ତେବେ ଏହି ବୁଦ୍ଧିମାନ ଡ୍ରୋନ୍ କେବଳ କୀଟ ଲାଗିଥିବା ସ୍ଥାନରେ ଔଷଧ ସିଞ୍ଜନ କରିବ। ମାଟି ଭଲ ରହିଲେ ଫସଲ ମଧ୍ୟ ବଢ଼ିଆ ହେବ ଓ ଗାଁ ସମୃଦ୍ଧ ହୋଇପାରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।