ବ୍ରହ୍ମପୁର ବିଶ୍ବବିଦ୍ୟାଳରେ ପାଳିତ ହୋଇଛି ୫୬ତମ ପ୍ରତିଷ୍ଠା ଦିବସ; ଯୋଗ ଦେଇଥିଲେ ଜଣାଶୁଣା ଅତିଥି

୫୬ ବର୍ଷରେ ପାଦ ଦେଇଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ରବିବାର ଦିନରେ ଅର୍ଥାତ୍‌ ୧୯୬୫ ମସିହାରେ ଦକ୍ଷିଣ ଓଡ଼ିଶାର ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତଥା ଭଞ୍ଜବିହାର ।

ବ୍ରହ୍ମପୁର ବିଶ୍ବବିଦ୍ୟାଳରେ ପାଳିତ ହୋଇଛି ୫୬ତମ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର ବିଶ୍ବବିଦ୍ୟାଳରେ ପାଳିତ ହୋଇଛି ୫୬ତମ ପ୍ରତିଷ୍ଠା ଦିବସ

  • Share this:
News18 Odia Digital

ବ୍ରହ୍ମପୁର: ରବିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭଞ୍ଜବିହାର କ୍ୟାମ୍ପସରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ଡ଼. ହଳଧର ନାଗ। ପ୍ରଖ୍ୟାତ ସାହିତ୍ୟିକ ରାମାକାନ୍ତ ରଥଙ୍କୁ ସାହିତ୍ୟ କ୍ଷେତ୍ରରେ ଜୀବନକାଳ ଉପଲବ୍ଧି ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଗଞ୍ଜାମର ଲୋକ କଳା ତଥା ଯୋଡି ଶଙ୍ଖବାଦକ ରାଜେନ୍ଦ୍ର ମହାପାତ୍ର ଓ କୋୟା ନୃତ୍ୟଶିଳ୍ପିଙ୍କୁ ଦକ୍ଷିଣ ଓଡ଼ିଶା ଲୋକକଳା ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

୫୬ ବର୍ଷରେ ପାଦ ଦେଇଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ରବିବାର ଦିନରେ ଅର୍ଥାତ୍‌ ୧୯୬୫ ମସିହାରେ ଦକ୍ଷିଣ ଓଡ଼ିଶାର ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତଥା ଭଞ୍ଜବିହାର । ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚତ୍ତର ଶିକ୍ଷା ଓ ବେଗଷଣା ପାଇଁ ଉଦ୍ଧିଷ୍ଟ ଏହି ଶିକ୍ଷାନୁଷ୍ଠାନ ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରିଛି । ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ଗୋବିନ୍ଦ କେ. ଚକ୍ରପାଣିଙ୍କ ପୌରହିତ୍ୟରେ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ଡ଼ଃ. ହଳଧର ନାଗ । ନିଜ ଭାଷାକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ଗୁରୁତ୍ୱରୋପ କରିଥିଲେ। ଏହା ସହ ଏଭଳି ଉତ୍ସବରେ ଯୋଗ ଦେଇ ନଜିକୁ ଧନ୍ୟ ମନେ କରିଥିଲେ ସେ । ଏହା ସହ ନିଜେ ଲେଖିଥିବା ତାଙ୍କର ପ୍ରଥମ କବିତା ବରଗଛ ବିଷୟରେ ସମସ୍ତଙ୍କୁ ଶୁଣାଇଥିଲେ । ଯାହା ଉପସ୍ଥିତ ଥିବା ସମସ୍ତଙ୍କ ମନମୁଗ୍ଧ କରିଥିଲା।

‘‘ଓଡ଼ିଶାର କବି ଓ ଶ୍ରଷ୍ଠାମାନଙ୍କୁ ଆମ ମାଟିର ଇତିହାସକୁ ବଜାୟ ରଖନ୍ତୁ ଓ ଛାତ୍ରଛାତ୍ରୀମାନେ ନୂଆ ନୂଆ ସାହିତ୍ୟ ସୃଷ୍ଟି କରନ୍ତୁ । ଓଡ଼ିଶା ମାଟିର ଗର୍ବକୁ ଆହୁରି ବଢ଼ାନ୍ତୁ,’’ କହିଥିଲେ ପଦ୍ମଶ୍ରୀ ଡ଼ଃ. ହଳଧର ନାଗ।

‘‘ପୂର୍ବ ଅପେକ୍ଷା ବିଶ୍ବବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ବେଶ ଆଗକୁ ବଢ଼ି ଚାଲିଛନ୍ତି। ଏହି ବିଶ୍ୱବିଦ୍ୟାଳୟକୁ ଆଗାମୀ ଦିନରେ କିଭଳି ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ କରାଯାଇପାରିବ ସେଥିପାଇଁ ଉଦ୍ୟମ ଜାରି ରହିଥିବା,’’ କହିଥିଲେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ କେ.ଚକ୍ରପାଣି।

ଏହି ପ୍ରତିଷ୍ଠା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସ୍ତରର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ଯୋଡ଼ି ଶଙ୍ଖ ବାଦକ ରାଜେନ୍ଦ୍ର ମହାପାତ୍ର ଓ କୋୟା ନୃତ୍ୟଶିଳ୍ପି ଶ୍ରୀମତୀ ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡ଼ିଶା ଲୋକକଳା ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହି ଭଳି ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟଗୁରୁ ମନ୍ମଥ କୁମାର ଶତପଥି ଓ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରିଛି ବିଶ୍ୱବିଦ୍ୟାଳୟ। ସେହିପରି ବିଶ୍ୱିବିଦ୍ୟାଳୟର ପୁରାତନ ଛାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ଓ ଛାତ୍ରୀ ଡକ୍ଟର ସଂଘମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ସହିତ ଗବେଷଣାତ୍ମକ ଶିକ୍ଷାଦାନ କରିବା ଉପରେ ଗୁରୁତ୍ତ୍ବ ଦେବା ଆବଶ୍ୟକ । ଏହାଛଡ଼ା ନିଜ ଅଞ୍ଚଳର ସାହିତ ଓ ଭାଷାକୁ କିଭଳି ଭାବେ ବଞ୍ଚାଇ ରଖାଯାଇପାରିବ ଓ ଏହାର ବିକାଶ ହୋଇପାରିବ ସେ ନେଇ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ସାହିତ୍ୟିକ ନାଟ୍ୟଗୁରୁ ମନ୍ମଥ କୁମାର ଶତପଥି।

ଏହି ଅବସରରେ ପଦ୍ମଶ୍ରୀ ଡ଼ଃ ହଳଧରଙ୍କ କବିତା ପୁସ୍ତକ କାବ୍ୟଞ୍ଜଳି -୫ର ଉନ୍ମୋଚନ ହୋଇଥିଲା । ଶେଷରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲ। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
Published by:Lipina Das
First published:
)}