ଭୁବନେଶ୍ବରରେ ୫୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା; ଆକ୍ସନ ମୁଡ଼ରେ ବି.ଏମ୍.ସି.

କଟକରେ ୩୫, ପୁରୀରେ ୨୬ ଓ ନୟାଗଡ଼ରେ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ସବୁ ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦ ତଳକୁ ରହିଛି । ଜୁଲାଇ ୨୯ ତାରିଖରେ ୨୯ ବୃଦ୍ଧି ହୋଇ ରୋଗୀ ସଂଖ୍ୟା ୪୮୨ରେ ପହଞ୍ଚିଥିଲା ।

ଭୁବନେଶ୍ବରରେ ୫୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବରରେ ୫୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

  • Share this:
News18 Odia Digital

ଭୁବନେଶ୍ବର: ରାଜଧାନୀରେ ୫୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ୫ ଦିନ ଭିତରେ ୧୫୦ ଅତିକ୍ରାନ୍ତ ହୋଇଥିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। କେବଳ ରାଜଧାନୀରେ ନୁହେଁ ବରଂ ଖୋର୍ଦ୍ଧା, କଟକ, ପୁରୀ ଓ ନୟାଗଡ଼ରେ ଏଡିସ୍ ମଶାର ଆତଙ୍କ ଦେଖିବାକୁ ମିଳିଛି ।

ବି.ଏମ.ସି.କୁ ଛାଡ଼ି ଦେଲେ ଏହି ୪ ଜିଲ୍ଲାରେ ଏଡିସ୍ ମଶାର ବଢ଼ିଛି ପ୍ରଭାବ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ୫୦୦ ଟପିଥିବା ବେଳେ କଟକରେ ୩୫, ପୁରୀରେ ୨୬ ଓ ନୟାଗଡ଼ରେ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ସବୁ ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦ ତଳକୁ ରହିଛି । ଗତ ୨୮ ତାରିଖରେ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩ ଥିବା ବେଳେ ଗୋଟିଏ ଦିନରେ ଅର୍ଥାତ୍ ଜୁଲାଇ ୨୯ ତାରିଖରେ  ୨୯ ବୃଦ୍ଧି ହୋଇ ରୋଗୀ ସଂଖ୍ୟା ୪୮୨ରେ ପହଞ୍ଚିଥିଲା ।

ସ୍ବାସ୍ଥ୍ୟ ବିଭାଗର ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି, ଗତ ଶନିବାର ରାଜଧାନୀରୁ ୨୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ଯାହାକି ୫୦୦କୁ ବୃଦ୍ଧି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଟିମ ଦ୍ୱାରା ମୋଟ ୫୧୭୮ଟି ଘର ବୁଲି ତଥ୍ୟ ସଂଗ୍ରହ କରାଯାଇଛି। ୨୧,୪୯୮ ଲୋକଙ୍କ ସ୍ବାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି।

ରାଜଧାନୀରେ ଡେଙ୍ଗୁ ମୁକାବିଲା


୧୩୯୦ ସ୍ଥାନରୁ ଡେଙ୍ଗୁ ମଶାର ସମ୍ଭାବ୍ୟ ବଂଶ ବୃଦ୍ଧିକୁ ରୋକାଯାଇଛି। ୫୩୩ଟି ସ୍ଥାନରେ ଏଡିସ୍ ମଶାର ଲାର୍ଭା ଦେଖାଯାଇଛି । ଏବେ ବି.ଏମ.ସି. ପାଇଁ ଚିନ୍ତା ବଢ଼ାଇଛି ବାଲକୋନୀ, ଛାତର ଗାର୍ଡେନ ଓ ପାର୍କ ସହ ଘଞ୍ଚ ଅଞ୍ଚଳ। ଯେଉଁଠି କି ପାଣି ଜମିବା  କାରଣରୁ ଡେଙ୍ଗୁ ମଶା ବଂଶ ବିସ୍ତାର କରୁଛନ୍ତି। ସୈଲେଶ୍ରି ବିହାର, ନୀଳାଦ୍ରି ବିହାର, ଶିଖର ଚଣ୍ଡୀ, ପଟିଆ, ବରଗଡ଼ ବ୍ରୀଟ କଲୋନୀ, ଏକ ନମ୍ୱର ଓ ପୁରୁଣା ଭୁବନେଶ୍ଵର ଆଦି ଅଞ୍ଚଳରେ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବାରୁ ଏବେ ଡେଙ୍ଗୁ ମଶା ମାଡ଼ି ଗଲେଣି ସବୁ ଅଞ୍ଚଳକୁ। ସେଥିପାଇଁ ପ୍ରାୟ ବେସରକାରୀ ଓ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି।

ଏ ସବୁ ମୁକାବିଲା କରିବା ପାଇଁ ବି.ଏମ.ସି. ଡେଙ୍ଗୁ ରୋଗୀ ଅଞ୍ଚଳରେ କାର୍ଯ୍ୟକ୍ରମକୁ ବ୍ୟାପକ କରିଛି। ୱାର୍ଡ ଅଫିସର, ସ୍ଵଚ୍ଛ ସାଥୀ , ସୁପର ଭାଇଜର, ଆଶା, ଅଗନ୍ ବାଡ଼ି ଦିଦି କାମ କରୁଥିବା ବେଳେ ବାକି ଭୁବନେଶ୍ବରରରେ ନାହିଁ ଆଖି ଦୃଶିଆ କାର୍ଯ୍ୟକ୍ରମ। ଏବେ ଏନ.ଜି.ଓ. ଉପରେ ଭରସା।

ସାମାଜିକ ଅନୁଷ୍ଠାନ କାମ କରୁଛନ୍ତି ଗ୍ରାସ ରୁଟ ରେ। ମଶା ଧୂଆଁ ଗାଡ଼ି, ଲିମ୍ବ ତେଲ, ମେସିନ ଭିତରେ ରାସାୟନିକ ସାମଗ୍ରୀ ସହ କିରୋସିନ ସ୍ପ୍ରେ, ମସ୍କୁଟିସ , ହାଇଡ୍ରକ୍ଲୋରିକ ଏସିଡ, ବ୍ଲିଚଙ୍ଗ ବ୍ୟବହାର କରାଯାଇ ମଶା ଉତ୍ପତ୍ତି ସ୍ଥଳସହ ଲାର୍ଭା ନଷ୍ଟ କରାଯାଉଛି। ବି.ଏମ.ସି ଠିକଣା ଢ଼ଙ୍ଗରେ ଡେଙ୍ଗୁ ମୁକାବିଲା କରିବାରେ ଫେଲ୍ ମାରିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜଧାନୀ ବାସିନ୍ଦା।

ବି.ଏମ.ସି.ର ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ କହିଛନ୍ତି, ‘‘ଆଉ ସପ୍ତାହ ଭିତରେ କମିଯିବ ଡେଙ୍ଗୁ ରୋଗୀ ସଂଖ୍ୟା। କାରଣ ସଚେତନତାକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଟେଷ୍ଟ ଉପରେ ଫୋକସ କରାଯାଉଛି।"

ଡିଏମଇଟି ସିବିକେ ମହାନ୍ତି କହିଛନ୍ତି,"ଡେଙ୍ଗୁ ଭୟବହତାକୁ ଦେଖି ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡି୨ ଷ୍ଟ୍ରେନ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ।"
Published by:Lipina Das
First published: