• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଫେବୃୟାରୀ ସୁଧା ସରିବ ୫୦ ଲକ୍ଷ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କାର୍ଯ୍ୟ; ରାଜ୍ୟ ସଡ଼କ ପରିବହନ ବିଭାଗର ସୂଚନା

ଫେବୃୟାରୀ ସୁଧା ସରିବ ୫୦ ଲକ୍ଷ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କାର୍ଯ୍ୟ; ରାଜ୍ୟ ସଡ଼କ ପରିବହନ ବିଭାଗର ସୂଚନା

କେନ୍ଦ୍ର ସଡ଼କ ପରିବହନ ବିଭାଗର ନିର୍ଦ୍ଦେଶ ଅନୁସାରେ ଏପର୍ଯ୍ୟନ୍ତ ୭୦ ପ୍ରତିଶତ ଗାଡ଼ିରେ ଏହି ନମ୍ବର ପ୍ଲେଟ କାର୍ଯ୍ୟ ଶେଷ ହୋଇଛି । ବାକି ୩୦ ପ୍ରତିଶତ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବୃୟାରୀ ସୁଧା ସରିବ ୫୦ ଲକ୍ଷ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କାର୍ଯ୍ୟ; ରାଜ୍ୟ ସଡ଼କ ପରିବହନ ବିଭାଗର ସୂଚନା

ଫେବୃୟାରୀ ସୁଧା ସରିବ ୫୦ ଲକ୍ଷ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କାର୍ଯ୍ୟ; ରାଜ୍ୟ ସଡ଼କ ପରିବହନ ବିଭାଗର ସୂଚନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆସନ୍ତା ଫେବୃୟାରୀ ସୁଦ୍ଧା ରାଜ୍ୟରେ ଉଚ୍ଚ ସୁରକ୍ଷା ସମ୍ପନ୍ନ ନମ୍ବର ପ୍ଲେଟ୍ ବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କାର୍ଯ୍ୟ ଶେଷ ହେବ । ଏ ପର୍ଯ୍ୟନ୍ତ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ସାରିଥିବା ବେଳେ ଫେବୃୟାରୀ ଶେଷ ସୁ୍‌ଦ୍ଧା ବାକି ୧୭ ଲକ୍ଷ ଗାଡ଼ିରେ ଏହି ନମ୍ବର ପ୍ଲେଟ ଲାଗିବା କାର୍ଯ୍ୟ ଶେଷ ହେବ । ମୋଟ ଉପରେ କେନ୍ଦ୍ର ସଡ଼କ ପରିବହନ ବିଭାଗର ନିର୍ଦ୍ଦେଶ ଅନୁସାରେ ଏପର୍ଯ୍ୟନ୍ତ ୭୦ ପ୍ରତିଶତ ଗାଡ଼ିରେ ଏହି ନମ୍ବର ପ୍ଲେଟ କାର୍ଯ୍ୟ ଶେଷ ହୋଇଛି । ବାକି ୩୦ ପ୍ରତିଶତ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଦିପ୍ତୀରଞ୍ଜନ ପାତ୍ରଙ୍କ ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ବିଭାଗର ନିର୍ଦ୍ଦେଶ ଅନୁସାରେ ୨୦୧୯ ମସିହା ଏପ୍ରିଲ ମାସ ପୂର୍ବରୁ କିଣାଯାଇଥିବା ବା ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ି ଗୁଡ଼ିକରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯିବ । ଆନୁମାନିକ ଭାବେ ଏହି ସଂଖ୍ୟା ୫୦ ଲକ୍ଷ । ସେପ୍ଟେମ୍ବର ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବା ପାଇଁ ପ୍ରାରମ୍ଭିକ ଅବଧି ରଖାଯାଇଥିବା ବେଳେ ବିଭିନ୍ନ କାରଣରୁ ସାନି ଭାବେ ଫେବୃୟାରୀ ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି । ସେ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ପରିବହନ ବିଭାଗର ନିଷ୍ପତି କ୍ରମେ ଚଳିତ ବର୍ଷ ମେ' ମାସରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଅଗଷ୍ଟ ମାସ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଅବଧି ଧାର୍ଯ୍ୟ ହୋଇଥିଲା । ଯେଉଁ ଗାଡ଼ିର ନମ୍ବରର ଶେଷ ଅଙ୍କ ୧ କିମ୍ବା ୨ ରହୁଛି ସେମାନଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ଏହି ପ୍ଲେଟ ଲଗାଇବାକୁ ପଡ଼ିବ ବୋଲି କୁହାଯାଇଥିଲା । ସେହିଭଳି ଯେଉଁ ଗାଡ଼ିର ନମ୍ବର ଶେଷ ଅଙ୍କ ୩ କିମ୍ବା ୪ ସେମାନେ ସେପ୍ଟମ୍ବର ସୁଦ୍ଧ। , ଯେଉଁ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ସେମାନେ ଅକ୍ଟୋବର ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ ଲଗାଇବାର ଥିଲା । ସେହିଭଳି ଯେଉଁ ଗାଡ଼ି ନମ୍ବର ଶେଷ ଅଙ୍କ ୭ ଓ ୮ ସେମାନେ ନଭେମ୍ବର ସୁଦ୍ଧା ଓ ଯେଉଁ ଗାଡ଼ିର ନମ୍ବରର ଶେଷ ଅଙ୍କ ୯ କିମ୍ବା ୦ ସେମାନେ ଡ଼ିସେମ୍ବର ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ ବୋଲି କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା କି ଏହି ଧାର୍ଯ୍ୟ ଅବଧି ଭିତରେ ନୂଆ ନମ୍ବର ପ୍ଲେଟ କାର୍ଯ୍ୟ ଶେଷ ହେଉନାହିଁ । ବିଭିନ୍ନ ଏଜେନ୍ସିରେ ଲୋକଙ୍କ ଗହଳି ଲାଗି ରହୁଛି । ତେଣୁ ଏହି ଅବଧିର ତାରିଖ ବାରମ୍ବାର ବଦଳାଯାଉଛି ।

ସେ ସ୍ପଷ୍ଟ କରିଛନ୍ତି ଯେ, ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ପୁଣି ପରିବର୍ତ୍ତନ କରାଯାଇଛି । ଯେଉଁ ଗାଡ଼ି ଗୁଡ଼ିକ ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪ ରେ ସରୁଛି ସେମାନେ ନଭେମ୍ବର ୩୦ ତାରିଖ ସୁଦ୍ଧା ନୂଆ ନମ୍ବର ପ୍ଲେଟ ବ୍ୟବହାର କରିବେ । ଯେଉଁ ଗାଡ଼ି ନମ୍ବରର ଶେଷ ଅଙ୍କ ୫ କିମ୍ବା ୬ରେ ସରୁଛି ସେମାନେ ଡ଼ିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ ବ୍ୟବହାର କରିବେ । ସେହିଭଳି ଯେଉଁ ଗାଡ଼ିର ଶେଷ ଅଙ୍କ ୭ ଓ ୮ରେ ସରୁଛି ସେମାନେ ଜାନୁୟାରୀ ସୁଦ୍ଧା ଓ ଯେଉଁମାନଙ୍କର ଶେଷ ଅଙ୍କ ୯ କିମ୍ବା ୦ ସେମାନେ ଫେବୃୟାରୀ ସୁଦ୍ଧା ଲଗାଇବେ । କେନ୍ଦ୍ର ସଡ଼କ ପରିବହନ ବିଭାଗର ସୂଚନା ଅନୁସାରେ, ସଡ଼କ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଦୁର୍ଘଟଣାର ହାର କମାଇବା ଓ ରାସ୍ତା ଉପରେ ଚୋରା ଗାଡ଼ିକୁ ଚେକ୍ ଦେବା ପାଇଁ ଏଭଳି ହାଇସିକ୍ୟୁଏଡ଼୍ ନମ୍ବର ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି । ଯଦିଓ ଏହା ସମୟସାପେକ୍ଷ ତଥାପି ଏହାକୁ ନିତୀଗତ ଭାବେ କାର୍ଯ୍ୟ କରିବା ପାଇଁ ଉଦ୍ୟମ କରାଯାଇଛି । ଏହି ନମ୍ବର ପ୍ଲେଟ ଲାଗିଥିବା ଚିପ୍ ଜରିଆରେ ଲେଜର କୋଡ଼୍ ବ୍ୟବହାର କରି ଗାଡ଼ି ବିଷୟରେ ସବୁତଥ୍ୟ ଜାଣିହେବ । ଏହାକୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ । ସେ ଦୃଷ୍ଟିରୁ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।
Published by:Soubhagya Mishra
First published: