News18 Odia Digital
ନୟାଗଡ଼: ମାତ୍ର ପାଞ୍ଚ ବର୍ଷର ଝିଅ ସେ । ଡାକ ନାଁ ପରୀ; ଶୁଭ ନାମ ଅମ୍ରିତା ସ୍ନେହା । ଜୀବନ କଣ ଜାଣିବା ପୂର୍ବରୁ ତାକୁ କେହି ଦୁର୍ବୃତ୍ତ ନିଜ ଶିକାର ବନେଇ ମୃତ୍ୟୁଲୋକକୁ ପଠେଇଦେଲା । ନୟାଗଡ଼ର ଏଇ କୁନି ଝିଅଟିକୁ ଅପହରଣ କରିବା ପରେ ବୀଭତ୍ସ ରୁପେ ହତ୍ୟାକରାଯାଇଥିଲା । ତା’ ଶରୀରକୁ ଖଣ୍ଡ ଖଣ୍ଡ କରି କଟାଯାଇଥିଲା ।
ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁରେ ନିଜ ଘର ଆଖପାଖରେ ଗତ ୧୪ ତାରିଖ ଦିନ ଖେଳୁଥିବା ସମୟରେ ଅପହରଣ କରିନିଆଯାଇଥିଲା ଅଶୋକ କୁମାର ସାହୁଙ୍କ ଝିଅ ପରୀକୁ । ନଅ ଦିନ ପରେ ମିଳିଲା ତା’ର ଗଳିତ ମୃତ ଦେହ । ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହୋଇଥିଲେ । ଗୁରୁବାର ସନ୍ଧ୍ୟାରେ ସେହି ଗାଁର ଏକ ପରିତ୍ୟକ୍ତ ପୋଖରୀ ପରିସରରୁ ଉଦ୍ଧାର ହୋଇଥିଲା ତା’ର ଗଳିତ ଶବ । କୁନି ଝିଅଟିର ଖଣ୍ଡ ବିଖଣ୍ଡିତ ଶବକୁ ଏକ ଅଖାରେ ପୂରେଇ ପୋଖରୀ ନିକଟରେ ଥିବା ଘାସ ବଣରେ ଫିଙ୍ଗି ଦେଇଥିଲା ହତ୍ୟାକାରୀ ।
ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାରୀ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ କେମିକାଲ ପକାଇ ପୋଡ଼ି ନଷ୍ଟ କରିବାର ବି ପ୍ରୟାସ କରିଥିଲା ବୋଲି ପୋଲିସ କହିଛି । ଅଖା ଭିତରୁ ନିଖୋଜ ପରୀର ମୃତ ଦେହର ହାଡ଼ କଙ୍କାଳ ଜବତ କରିଛି ପୋଲିସ । ହତ୍ୟାକାଣ୍ଡ ପଛରେ ଗାଁର ଓ ବାହାର ଗାଁର ଅନେକ ଲୋକଙ୍କ ସମ୍ପୃକ୍ତି ରହିଥିବା ମୃତ ଝିଅଟିର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ପରୀର ମାଆ ଓ ତା’ ବାପା ଅଶୋକ କୁମାର ସାହୁ
‘‘ମୋ’ ଝିଅ ୧୪ ତାରିଖ ଦିନ ୧୦ଟା ବେଳୁ ନିଖୋଜ ହୋଇଯାଇଥିଲା । ବହୁତ ଖୋଜିବା ପରେ ବି ଆମେ ତାକୁ ପାଇ ନ ଥିଲୁ । ଏବେ ଗୋଟି ବସ୍ତା ଭିତରେ ତା’ ମତ ଦେହ ମିଳିଲା । ବସ୍ତାର ମୁହଁ ଖୋଲି ତଳକୁ କଲା ବେଳକୁ ତା’ ମୁଣ୍ଡଟା ଗଳି ପଡ଼ିଲା । ମୋ’ ଝିଅକୁ ମାରିଦେଇଛନ୍ତି… ତାକୁ ପିସ୍ ପିସ୍ କରିଦେଇଛନ୍ତି, ଆଜ୍ଞା…,’’ କାନ୍ଦି କାନ୍ଦି କହିଛନ୍ତି ପରୀର ବାପା ଅଶୋକ କୁମାର ସାହୁ ।
କେହି ଜଣେ ରାଗ ରଖି ଏମିତି କରିଛି ବୋଲି କହି ଏହି ଜଘନ୍ୟ ହତ୍ୟାର ଉପଯୁକ୍ତ ତଦନ୍ତ ହୋଇ ଅପରାଧୀକୁ ଧରିବାକୁ ପୋଲିସକୁ ନିବେଦନ କରିଛନ୍ତି ଅଶୋକ ଶାହୁ । ‘‘କିଛି ଦିନ ତଳେ ଦୁଇ ତିନି ଜଣଙ୍କ ସହିତ ଆମର ପାଟିତୁଣ୍ଡ ହୋଇଥିଲା । ଆମେ ସେମାନଙ୍କୁ ବାଡ଼ିଆବାଡ଼ି କରିଥିଲୁ । ସେମାନଙ୍କ ଭିତରୁ କେହି ମୋ’ ଝିଅକୁ ମାରିକି ପକେଇଥିବ,’’ କହିଛନ୍ତି ସାହୁ ।

ପୋଖରି ହୁଡ଼ାରେ ଏହି ସ୍ଥାନରେ ମିଳିଥିଲା ପରୀର ଶବ ଥିବା ଅଖା ।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଶୀଘ୍ର ତଦନ୍ତ ସାରି ହତ୍ୟାକାରୀକୁ ଧରି ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି । ‘‘ଏହି ହତ୍ୟାକାଣ୍ଡର ଶୀଘ୍ର ଉଦ୍ଭେଦନ କରି ହତ୍ୟାକାରୀକୁ ଧରା ନ ଗଲେ ଜନ ଅସନ୍ତୋଷ ବଢ଼ିଚାଲିବ । ଏମିତି ରାକ୍ଷସକୁ କେବଳ ମୃତ୍ୟୁ ଦଣ୍ଡ ହିଁ ମିଳିବା ଉଚିତ । ଏଠି ଲୋକେ ଯେତିକି ଭୟଭୀତ ଅଛନ୍ତି ସେତିକି କ୍ରୋଧରେ ବି ଅଛନ୍ତି,’’ କହିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ।
ଏହା ବି ପଢ଼ନ୍ତୁ: ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେଗ୍ରାମବାସୀମାନଙ୍କ କହିବା କଥା ଯେ ଏହି ହତ୍ୟା ଗୋଟିଏ ଲୋକର କାମ ହୋଇ ନ ପାରେ । ପୋଲିସ ଡଗ୍ ସ୍ୱାର୍ଡ଼ ଓ ଫରେନସିକ ସାଇନ୍ସ ଟିମ୍ ବ୍ୟବହାର କରି ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି । ଗ୍ରାମବାସୀମାନଙ୍କ ଭିତରୁ କେତେକଙ୍କ ସହ ପ୍ରାଥମିକ ସ୍ତରର ପଚରାଉଚରା କରାଯାଇଛି ।
ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।