ଆହତ କୁକୁର ଚିକିତ୍ସା ପାଇଁ କରିଥିଲେ ୫ଟଙ୍କାର ରେଜିଷ୍ଟ୍ରେସନ; ଆକାଉଣ୍ଟରୁ କଟିଗଲା ୫ ହଜାର

ଆହତ କୁକୁର ଚିକିତ୍ସା ସହାୟତା ପାଇଁ କଷ୍ଟମର କେୟାର ନଂରେ କରିଥିଲେ ୫ଟଙ୍କାର ରେଜିଷ୍ଟ୍ରେସନ । କିନ୍ତୁ ଆକାଉଣ୍ଟରୁ କଟିଗଲା ୫ହଜାର ।

ଆହତ କୁକୁର (ପ୍ରତୀକାତ୍ମକ ଛବି)

ଆହତ କୁକୁର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ସହାୟତା କରିବାକୁ ଯାଇ ସର୍ବସ୍ବ ହରାଇଲେ ଯୁବତୀ । ଚଞ୍ଚକତା କରି ଯୁବତୀଙ୍କ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ। ଦୁର୍ଘଟଣା ଗ୍ରସ୍ତ ଏକ ଆହତ କୁକୁରକୁ ସହାୟତା କରିବାକୁ ଯାଇ ଅନଲାଇନରେ ଲୁଟର ଶିକାର ହୋଇଛନ୍ତି ଯୁବତୀ।

ଯୁବତୀ ଜଣଙ୍କ ଗୁଗୁଲରେ ଆନିମଲ କେୟାର କଷ୍ଟମର ନମ୍ବର ଖୋଜିବାକୁ ଯାଇ ସାଇବର ଲୁଟେରାଙ୍କ ହାବୁଡ଼ରେ ପଡିଯାଇଥିବା ନେଇ ଅଭିଯୋଗ ହୋଇଛି। ସାଇବର ଥାନାରେ ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ଗୁଗୁଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ। ଆଉ ଏକ ନମ୍ବର ମଧ୍ୟ ପାଇଥିଲେ । ପରେ ସେ ନମ୍ବରରେ ୫ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବାକୁ କୁହାଯାଇଥିଲା ।

ଗୁଗୁଲରେ ଆନିମଲ କେୟାର କଷ୍ଟମର ନମ୍ବର ନେଇଥିଲେ ଯୁବତୀ


ଯୁବତୀ ଜଣଙ୍କ ସାଇବର ଠକ କହିବା ମୁତାବକ screen share, any desk app ଡାଉନଲୋଡ କରିଥିଲେ । ଆଉ ତାପରେ ନିଜର ଅକାଉଣ୍ଟ ନମ୍ବର ଓ କାର୍ଡ଼ ନମ୍ବର ଦେଇଥିଲେ। ଆଉ କିଛି ସମୟ ପରେ ଆକାଉଣ୍ଟରୁ କଟି ଯାଇଥିଲା ୫ହଜାର ଟଙ୍କା । ଏନେଇ ଯୁବତୀ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
Published by:Soumya Das
First published: