‘‘ଘର କାମ ସାରି ବିଲାତି ବାଡ଼ିକୁ ଆସୁଥିଲୁ’’: କେନ୍ଦୁଝରରେ ବିଲାତି ଚାଷ କରି ୫ ଜଣ ମହିଳା ଲକ୍ଷପତି ହେଲେ

Five Keonjhar women earn lakhs of rupees by tomato farming | ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ବିଲାତି ଉତ୍ପାଦନରୁ ଏହି ପାଞ୍ଚ ଜଣ ମହିଳା ଏ ପର୍ଯ୍ୟନ୍ତ ମୋ’ଟ ୬ ଲକ୍ଷ ୭୨ ହଜାର ଟଙ୍କା ଉପାର୍ଜନ କରି ସାରିଛନ୍ତି । ଏହା ସେମାନଙ୍କୁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ।

ବିଲାତି ଚାଷ ମହିଳାମାନଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରିଛି ।

ବିଲାତି ଚାଷ ମହିଳାମାନଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରିଛି ।

  • Share this:
ଅଭୟ କୁମାର ମହାପାତ୍ର | News18 Odia Digital

କେନ୍ଦୁଝର: ଦିନେ ପରିବାର ପାଳନ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ପାଇଁ ସମ୍ପୂର୍ଣ୍ଣ ରୂପେ ନିଜ ନିଜ ସ୍ୱାମୀଙ୍କ ଉପରେ ନିର୍ଭର କରୁଥିବା ପାଞ୍ଚ ଜଣ ମହିଳା ଏବେ ଆର୍ଥିକ ରୂପେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଟମାଟୋ ଚାଷ କରି ସେମାନେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିବାରେ ସମର୍ଥ ହୋଇଛନ୍ତି ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସଫଳ ମହିଳା ଚାଷୀ ଭାବେ ସୁନାମ ଅର୍ଜନ କରିଛନ୍ତି ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବରଦାପାଳ ଗାଁର ଏହି ପାଞ୍ଚ ଜଣ ମହିଳା ସାଢ଼େ ଚାରି ଏକର ଜମିରେ ଟମୋଟୋ ଚାଷ କରିଥିଲେ । ସେହି ଟମାଟୋକୁ ବିକି ସେମାନେ ଜଣକା ଲକ୍ଷାଧିକ ଟଙ୍କା ଆୟ କରିଛନ୍ତି । ରାଜ୍ୟ ସରକାରଙ୍କର ମହିଳାମାନଙ୍କ ଆୟକୁ ଦ୍ବିଗୁଣିତ କରିବା ଯୋଜନାରେ ଭାଗ ନେଇ ଏହି ମହିଳା ଚାଷୀମାନେ ଲାଭବାନ ହୋଇ ପାରିଛନ୍ତି ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

ବରଦାପାଳ ଗାଁରେ ଆରମ୍ଭ ହୋଇଥିବା ମା’ ମଙ୍ଗଳା ଉତ୍ପାଦିକା ଗୋଷ୍ଠୀରେ ସାମିଲ ଥିବା ୧୫୦ ଜଣ ସଦସ୍ୟାଙ୍କ ମଧ୍ୟରୁ ଏହି ପାଞ୍ଚ ଜଣ ବିଲାତି ଚାଷ କରିଥିଲେ । ସାଢ଼େ ଚାରି ଏକର ଜମିରେ ୨୫ ହଜାର ବିଲାତି ଚାରା ଲଗାଇ ଏବେ ସୁଦ୍ଧା ପ୍ରତ୍ୟେକ ମହିଳା ୧ ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି । ଆଗକୁ ମଧ୍ୟ ଏହି ଚାଷରୁ ଅଧିକ ରୋଜଗାର କରିବାର ଆଶା ରଖିଛନ୍ତି ସେମାନେ ।

ବିଲାତି ଚାଷ କରି ନିଜ ଆର୍ଥିକ ସ୍ଥିତି ଭଲ କରିବାକୁ ଆଶା କରିଥିଲେ ପାଞ୍ଚ ଜଣ ମହିଳା ।


‘‘ଆମେ ପାଞ୍ଚ ଜଣ ମହିଳା ମିଶି ସାଢ଼େ ଚାରି ଏକର ଜମିରେ ବିଲାତି ଚାଷ କରିଥିଲୁ । ବିଲାତି ବହୁତ ଫଳିଥିଲା । ତାକୁ ବିକି ଆମେ ଜଣକା ଲକ୍ଷେ ଟଙ୍କା ଲେଖାଏଁ ପାଇଛୁ । ବର୍ଷାରେ କିଛି ବିଲାତି ନଷ୍ଟ ବି ହୋଇଗଲା । ଆଉ କିଛି ବାକି ଅଛି । ଆଗକୁ ଆମେ ପାଞ୍ଚ ଜଣ ୫୦ ହଜାର ଟଙ୍କା ଲେଖାଏଁ ପାଇବୁ ବୋଲି ଆମର ଆଶା ଅଛି,’’ କହିଛନ୍ତି ମହିଳା ଚାଷୀ ଚେପି ମହାନ୍ତ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ମହିଳା ବିଲାତି ଚାଷୀ ଅନିତା ପ୍ରଧାନ କହିଛନ୍ତି, ‘‘ଘର କାମ ସାରି ଆମେ ସମସ୍ତେ ବିଲାତି ବାଡି଼କୁ ପଳାଇଆସୁ । ପ୍ରାୟ ପାଞ୍ଚ ଏକର ଜାଗାରେ ଆମେ ୨୫ ହଜାର ବିଲାତି ଚାରା ଲଗାଇଥିଲୁ । ବର୍ତ୍ତମାନ ପର୍ଯ୍ୟନ୍ତ ବିଲାତିରୁ ଜଣକା ଲକ୍ଷେ ଟଙ୍କା ପାଇ ସାରିଲୁଣି । ଆଗକୁ ଆହୁରି କିଛି ପାଇବୁ ବୋଲି ଆଶା ଅଛି । ପ୍ରତି ଦିନ ପାଖାପାଖି ୫୦ଟି ଟ୍ରେରେ ବିଲାତି ତୋଳୁଛୁ ଆମେ । ଗାଡି଼ ଆସୁଛି । ଆମ ବାହାରକୁ ବିଲାତି ନେଇଯାଉଛି ।’’

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ବିଲାତି ଚାଷ କରିବା ଲକ୍ଷ୍ୟରେ ଆଇ.ଡି.ଏ. ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଗଠିତ ମା’ ମଙ୍ଗଳା ଉତ୍ପାଦିକା ଗୋଷ୍ଠୀରୁ ଏହି ପାଞ୍ଚ ଜଣ ମହିଳାଙ୍କୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହି ଟଙ୍କାରେ ପାଞ୍ଚ ଜଣ ମହିଳା ବିଲାତି ଚାରା ପ୍ରସ୍ତୁତ କରି ଗତ ଅଗଷ୍ଟ ମାସରେ ଚାରା ରୋପଣ କରିଥିଲେ । ତିନି ମାସ ପରେ ଜମିରେ ଫଳିଥିଲା ସୁନାର ଫସଲ । ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ବିଲାତି ଉତ୍ପାଦନରୁ ଏହି ପାଞ୍ଚ ଜଣ ମହିଳା ଏ ପର୍ଯ୍ୟନ୍ତ ମୋ’ଟ ୬ ଲକ୍ଷ ୭୨ ହଜାର ଟଙ୍କା ଉପାର୍ଜନ କରି ସାରିଛନ୍ତି । ଏହା ସେମାନଙ୍କୁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

‘‘ଚାଷ କରି ଆମର ଆର୍ଥିକ ସ୍ଥିତି ଭଲ ହେବ ବୋଲି ଆଶା କରି ଆମେ ପାଞ୍ଚ ଜଣ ମହିଳା ବିଲାତି ଚାଷ ଆରମ୍ଭ କରିଥିଲୁ । ପ୍ରାୟ ପାଞ୍ଚ ଏକର ଜାଗାରେ ବିଲାତି ଲଗାଇ ଆମେ ପାଞ୍ଚ ଜଣ ଲକ୍ଷେ ଟଙ୍କା ହିସାବରେ ପାଞ୍ଚ ଲକ୍ଷ ଟଙ୍କା ରୋଜଗାର କରିଛୁ । ବର୍ଷାରେ ବିଲାତି ଫଳ କିଛି ଖରାପ ହୋଇଯାଇଛି । ଯାହା ଫଳ ରହିଛି ସେଥିରୁ ଆମେ ଆହୁରି ଦୁଇ ଲକ୍ଷ ଟଙ୍କା ପାଇବୁ ବୋଲି ଭାବୁଛୁ,’’ କହିଛନ୍ତି ମହିଳା ଚାଷୀ ରାହାସ ନାଏକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ଆଇ.ଡି.ଏ. ସ୍ବେଚ୍ଛାସେବୀ ସଙ୍ଗଠନର ବିଷୟବସ୍ତୁ ବିଶେଷଜ୍ଞ ପ୍ରମୋଦ ବଗର୍ତ୍ତି କହିଛନ୍ତି, ‘‘ବରଦାପାଳ ଗାଁରେ ଆମେ ମା’ ମଙ୍ଗଳା ଉତ୍ପାଦିକା ଗୋଷ୍ଠୀ ଗଠନ କରିଛୁ । ସେଥିରେ ୧୫୦ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ୪୦ ହଜାର ଟଙ୍କା ଋଣ ନେଇ ବିଲାତି ଚାଷ ଆରମ୍ଭ କରିଥିଲେ । ଏହି ମହିଳା ଚାଷୀମାନେ ବିଲାତି ଚାଷରେ ସଫଳତା ଅର୍ଜନ କରିଛନ୍ତି । ଏହା ସମଗ୍ର ଜିଲ୍ଲାରେ ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛି ।’’
Published by:Anand S.T. Das
First published: