News18 Odia Digital
ପୁରୀ: ଶରଧାବାଲିରେ ଉଦଘାଟନ ହେଲା ୫ ଦିବସୀୟ ଶ୍ରୀକ୍ଷେତ୍ର ମହୋତ୍ସବ। ପାରମ୍ପରିକ ନୃତ୍ୟ ଗୀତରେ କମ୍ପିଲା ବଡ଼ଦାଣ୍ଡ। ଦୀର୍ଘ ୨ ବର୍ଷ ପରେ କୋଭିଡ କଟକଣା ହଟିଥିବା ବେଳେ ପ୍ରଶାସନିକ ସହଯୋଗରେ ଏହି ମହୋତ୍ସବ ଆରମ୍ଭ ହୋଇଛି।
୫ ଦିନ ଧରି ଶରଧାବାଲି ରଙ୍ଗମଞ୍ଚରେ ପାଳିତ ହେବ ଶ୍ରୀକ୍ଷେତ୍ର ମହୋତ୍ସବ। ଚଳିତ ବର୍ଷ ଶ୍ରୀକ୍ଷେତ୍ର ମହୋତ୍ସବର ପରିଚାଲନା ଦୋଳମଣ୍ଡପ ସାହି ଆଖଡା ତରଫରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଜହ୍ନି ମୁଣ୍ଡିଆରୁ ବାହାରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚି ଥିଲା।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ଯୋଗ ଦେଇଥିଲେ। ସେଠାରୁ ଆଜ୍ଞାମାଳ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ସାହିତ ସିଂହାରୀ ଲୋକନାଥ କର ଓ ସାହି ନାହାକା ନୀରାଜନଂ ସିଂହାରୀ ଏକ ରଥରେ ବସି ଶୋଭାଯାତ୍ରା ବାହାର କରିଥିଲେ।

ଶରଧାବାଲିରେ ଉଦଘାଟନ ହେଲା ୫ ଦିବସୀୟ ଶ୍ରୀକ୍ଷେତ୍ର ମହୋତ୍ସବ
ଏହି ଶୋଭାଯାତ୍ରାରେ ପରମ୍ପରା, ସାହିଯାତ ନାଗ, ମେଢ, ଦୂଲ ଦୂଲି, ଘଣ୍ଟୁଆ, ଯୋଡି ସଙ୍ଖ, ଓ ଅନନ୍ୟା ସମରକଳା ସହିତ ଗୁଣ୍ଡିଚା ମନ୍ଦିର ପାଖ ଶରଧାବାଲି ରଙ୍ଗମଞ୍ଚରେ ପହଞ୍ଚିଥିଲା। ସନ୍ଧ୍ୟା ୬ ଘଟିକା ସମୟରେ ମହାଉତ୍ସବର ଉଦଘାଟନ ଉତ୍ସବକୁ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବକୁ ପୁରୀ ଜିଲ୍ଲାର ଜିଲ୍ଲାପାଳ ଓ ଉତ୍ସବ କମିଟିର ଅଧ୍ୟକ୍ଷ ସମର୍ଥ ବର୍ମା ଅଧକ୍ଷତା କରିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଆଠ ସାହି ଆଖଡା ସଭାପତି, ଆଖଡା ଉପସଭାପତି ରାମ କୃଷ୍ଣ ଦାସ ମହାପାତ୍ର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତି ପ୍ରକାଶ ମହାପାତ୍ର, ମହୋତ୍ସବର ସମ୍ପାଦକ ଅନନ୍ତ ତିଆଡ଼ି ଓ ପ୍ରମୁଖ ବ୍ୟକ୍ତି ମାନେ ମଞ୍ଚ ଉପରେ ଉପସ୍ଥିତ ଥିଲେ। ସମାଜ ସେବୀ ଚକ୍ରଧର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।
ଆଠ ସାହି ଆଖଡା ପକ୍ଷରୁ ୫ ମିନିଟି ପାରମ୍ପରିକ ନୃତ୍ୟ ହେବା ସହିତ ପୁରୁଲିଆ ଆସିଥିବା ପୁରୁଲିଆ ନୃତ୍ୟ, ଗୁରୁ ନାରାୟଣ ପଣ୍ଡାଙ୍କ ପରିଚାଳନାରେ ଲିଟିଲ ଷ୍ଟାର୍ ଗ୍ରୁପ ପକ୍ଷରୁ ଆକର୍ଷଣୀୟ ଗୀତି ନାଟ୍ୟ ପରିବେଷଣ କରାଯାଇଥିଲା।
ଓଡ଼ିଶାରେ ଚାଲୁ ଥିବା ବିଶ୍ଵକପ ହକିକୁ ନେଇ ପୁରୀ ଶ୍ରୀକ୍ଷେତ୍ର ମହାଉତ୍ସବ ସହିତ Ormas ପକ୍ଷରୁ ପଲ୍ଲୀଶ୍ରୀ ମେଲା ଆୟୋଜନ କରାଯାଇଥିଲା ଦର୍ଶକ ମହାଉତ୍ସବର ଆନଦ ନେବା ସହିତ ପଲ୍ଲୀଶ୍ରୀ ମେଲାରେ ସାମଗ୍ରୀ କିଣିବା ଓ ଏଲଇଡି ମାଧ୍ୟମରେ ହକି ମଜା ନେଇଥିଲେ ।
ଶ୍ରୀକ୍ଷେତ୍ରର ସର୍ବବହୃତ ଲୋକନୃତ୍ୟ ହେଉଛି ସାହିଯାତ। ଆଉ ସାତସାହି ଆଖଡାର ଦୁଃଶାହସିକ ନୃତ୍ୟକୁ ନେଇ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।