News18 Odia Digital
ଭୁବନେଶ୍ୱର: ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର୍ ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ପାଞ୍ଚ ଜଣ ସାଇବର୍ ଠକଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଏହି ଯୁବକମାନେ ହାଇଦ୍ରାବାଦରେ ଦୁଇ ଜଣ ବ୍ୟକ୍ତିଙ୍କୁ ସୁନା ଦେବେ ବୋଲି କହି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । କମିଶନରେଟ ପୋଲିସର ସହଯୋଗରେ ଭରତପୁର ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି ।
ପାଞ୍ଚ ଜଣ ଅଭିଯୁକ୍ତ ହେଉଛନ୍ତି ଘାଟିକିଆରେ ରହୁଥିବା ଆଦିତ୍ୟ ମହାପାତ (୨୭), ଲକ୍ଷ୍ମୀଧର ମୁର୍ମୁ (୨୯), ପ୍ରମୋଦ ନାୟକ (୨୬) ଓ ବରମୁଣ୍ଡାରେ ରହୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକ (୨୬) ଓ ଦେବାଶିଷ ଓଝା (୨୭) । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର । ଆଦିତ୍ୟ ମହାପାତ୍ର ଏହି ଠକେଇର ମାଷ୍ଟରମାଇଣ୍ଡ୍ ବୋଲି କହିଛି ହାଇଦ୍ରାବାଦ ପୋଲିସ ।
ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ“ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ମହାପାତ୍ର କିଛି ମାସ ପୂର୍ବରୁ ହାଇଦ୍ରାବାଦର ମଣିପୁରମ୍ ଗୋଲ୍ଡ ଲୋନ୍ ସଂସ୍ଥାରେ କାର୍ଯ୍ୟ କରୁଥିଲା । ପରେ ସେ ଚାକିରି ଛାଡି଼ ଦେଇଥିଲା । ସେଠରେ ଚାକିରି କରୁଥିବାରୁ ସେ ସେହି ସଂସ୍ଥା ବିଷୟର ଟିକିନିକି ତଥ୍ୟ ଜାଣିଥିଲା । ଚାକିରି ଛାଡି଼ବା ପରେ ଭୁବନେଶ୍ୱର ଆସି ମଣିପୁରମ୍ ନାମରେ ନକଲି ୱେବସାଇଟ୍ ଖୋଲି ବିଭିନ୍ନ ଲୋକଙ୍କୁ ଫୋନ୍ କରି ଯୋଗାଯୋଗ କରୁଥିଲା । ଯେଉଁମାନେ ଟଙ୍କା ଦେଇ ସୁନା କିଣିବା ପାଇଁ ଚାହୁଁଥିଲେ, ସେମାନଙ୍କୁ ନିଜ ୱେବସାଇଟ୍ ମାଧ୍ୟମରେ ଜାଲ କାଗଜପତ୍ର କରି ଠକୁଥିଲା,” କହିଛନ୍ତି ହାଇଦ୍ରାବାଦ ସାଇବର୍ ପୋଲିସ ଅଧିକାରୀ କେ. ରମେଶ ।

ଏହି ଠକମାନଙ୍କୁ ଗିରଫ କରିବା ପାଇଁ ହାଇଦ୍ରାବାଦରୁ ଭୁବନେଶ୍ୱର ଆସିଥିଲା ଏକ ପୋଲିସ ଟିମ୍ ।
ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ୮ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚଲକଡାଉନ୍ ସମୟରେ ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ମହାପାତ୍ର ନିଜର ଗ୍ୟାଙ୍ଗ ତିଆରି କରିଥିଲା । ମୋବାଇଲ ଫୋନ୍ ମାଧ୍ୟମରେ ହିଁ ସେମାନଙ୍କ ଠକେଇ ଧନ୍ଦା ଅପରେଟ୍ ହେଉଥିଲା । ଯେହେତୁ ଆଦିତ୍ୟ କିଭଳି ଲୋକଙ୍କୁ ସ୍କିମ୍ ବାବଦରେ କୁହାଯାଏ ଜାଣିଥିଲା ଓ ଗ୍ୟାଙ୍ଗର ୍ନ୍ୟ ସଦସ୍ୟମାନଙ୍କୁ ବୁଝାଇଦେଇଥିଲା, ସେମାନେ ସହଜରେ ଠକେଇ କରୁଥିଲେ । ସମସ୍ତଙ୍କ ମୋବାଇଲ ଫୋନକୁ ହାଇଦ୍ରାବାଦ ପୋଲିସ ଜବତ କରିଛି ।
ଏହା ବି ପଢ଼ନ୍ତୁ | ଛାଡ଼ପତ୍ର ଦେଇଥିବା ଆମିର୍ ଖାନ ଓ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ“ହାଇଦ୍ରାବାଦର ଦୁଇ ଜଣ ବ୍ୟକ୍ତି ଏହି ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିôତଲେ । ଉଭୟଙ୍କ ଠାରୁ ସମାନ ଢଙ୍ଗରେ ଏହି ସାଇବର୍ ଠକମାନେ ଟଙ୍କା ଠକିଛନ୍ତି । ୱେବସାଇଟ୍ ଓ ଫୋନ୍ ନମ୍ବରକୁ ଟ୍ରାକ୍ କରିବା ପରେ ଆମେ ଭୁବନେଶ୍ୱର ଆସିଥିଲୁ । କମିଶନରେଟ ପୋଲିସ ସହଯୋଗରେ ଆମେ ସମସ୍ତଙ୍କୁ ଗିରଫ କରିଛୁ । ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବୁ,” କହିଛନ୍ତି ଏହି ମାମଲାର ତଦନ୍ତକାରୀ ଅଧିକାରୀ କେ.ରମେଶ ।
ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କ’ଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ କହିଛନ୍ତି ଯେ ହାଇଦ୍ରାବାଦ ପୋଲିସ କମିଶନରେଟ୍ ପୋଲିସକୁ ସହଯୋଗ ମାଗିଥିଲା । ‘‘ଆମେ ଆବଶ୍ୟକୀୟ ସହଯୋଗ ଦେଇଥିଲୁ । ଏହି ପାଞ୍ଚ ଜଣ ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ ହୋଇଥିବାରୁ ସେମାନେ ଓଡି଼ଶା ଭିତରେ କାହାକୁ ଠକିଛନ୍ତି କି ନାହିଁ ତାହା ଉପରେ ଆମେ ବିଶେଷ ଦୃଷ୍ଟି ଦେଉଛୁ,” କହିଛନ୍ତି ଦାଶ ।
ଏହି ଠକେଇ ମାମଲାର କଥିତ ମାଷ୍ଟରମାଇଣ୍ଡ୍ ଆଦିତ୍ୟ କହିଛନ୍ତି, “ଆମେ ଟଙ୍କାକୁ ଖର୍ଚ୍ଚ କରିନୁ । ପୋଲିସ ଯେଉଁ ଅଭିଯୋଗ କରିଛି ତାହା ଅଧା ସତ ଓ ଅଧା ମିଛ । ଆମେ ସେ ଟଙ୍କାକୁ ଫେରେଇ ଦେବୁ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।