ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନାହାଁନ୍ତି ୪୬ ହଜାର ୯୧ ଜଣ ଛାତ୍ରଛାତ୍ରୀ

ପରୀକ୍ଷା କେନ୍ଦ୍ରକୁ ବିଲକୁଲ ଆସିନଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୪୫ ହାଜର ୯୧ । ଯାହାକି ପୂର୍ବ ବର୍ଷଗୁଡ଼ିକ ତଳନା ବହୁତ ଅଧିକ ।

ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନାହାଁନ୍ତି ୪୬ ହଜାର ୯୧ ଜଣ ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)

ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନାହାଁନ୍ତି ୪୬ ହଜାର ୯୧ ଜଣ ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ମୋଟ ପାସ ହାର ୯୦.୫୫ ପ୍ରତିଶତ ଥିବା ବେଳେ ଦଶମ ଶ୍ରେଣୀ ରେଗୁଲାର ବିଭାଗରେ ମୋଟ ପାସ ହାର ୯୦.୭୯ ରହିଛି ଯାହାକି ଏକ ସର୍ବକାଳୀନ ରେକର୍ଡ଼ । କାରଣ ଏହା ପୂର୍ବରୁ କେବେ ବି ମାଟ୍ରିକ ପରୀକ୍ଷାରେ ପାସ ହାର ଏହି ୯୦ ପ୍ରତିଶତକୁ ଛୁଇଁ ନଥିଲା ।

ସେପଟେ ବୋର୍ଡ଼ର ନୂଆ ମୂଲ୍ୟାୟନ ପଦ୍ଧତି ପାଇଁ ରେକର୍ଡ଼ ପରିମାଣର ପରୀକ୍ଷାର୍ଥୀ ପାସ କରିଥିବା ବେଳେ ବିଭିନ୍ନ ଗ୍ରେଡରେ ମଧ୍ୟରେ ରେକର୍ଡ଼ ପରିମାଣର ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । କଟକ ତୁଳସୀପୁର ଠାରେ ଥିବା ସରସ୍ବତୀ ଶିଶୁମନ୍ଦିରର ପରୀକ୍ଷା ଫଳକୁ ଉଦାହରଣ ସ୍ବରୂପ ନିଆଯାଇ ପାରେ । ଏହି ସ୍କୁଲରେ ମୋଟ ୧୪୮ ପରୀକ୍ଷାର୍ଥୀ ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୨୯ ଜଣ କେବଳ ଏ -୧ ଗ୍ରେଡ ହାସଲ କରିଥିବା ବେଳେ 70 ଜଣ ପରୀକ୍ଷାର୍ଥୀ ଏ-୨ ଗ୍ରେଡରେ ସ୍ଥାନ ପାଇଛନ୍ତି । ତାଙ୍କ ସ୍କୁଲର ପରୀକ୍ଷାର୍ଥୀମାନେ ଆଶା ଠାରୁ ଭଲ ଫଳ ପାଇଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଖୁସି କହିଲେ ନ ସରେ ।

ତେବେ ବୋର୍ଡ଼ର ନୂଆ ମୂଲ୍ୟାୟନ ବ୍ୟବସ୍ଥା ବ୍ୟତିତ ଏହି ଫଳ ପଛରେ ମୁଖତଃ ଦୁଇଟି କାରଣ ରହିଥିବା କୁହାଯାଉଛି । ପ୍ରଥମତଃ କୋଭିଡ ପାଇଁ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମକୁ ୩୦ ପ୍ରତିଶତ କମ କରିଦିଆଯିବା, ଦ୍ବିତୀୟତଃ ନିଜ ସ୍କୁଲରେ ଛାତ୍ରଛାତ୍ରୀମାନେ ପରୀକ୍ଷା ହେବା । ପାଠ୍ୟକ୍ରମ କମିବା ଯୋଗୁଁ  ଛାତ୍ରଛାତ୍ରୀଙ୍କ ଉପରେ ପାଠର ବୋଝ କମିବା ସହ ଅନ୍ୟ ସ୍କୁଲର ତତ୍ବାବଧାନରେ ହେଲେ ମଧ୍ୟ ନିଜ ସ୍କୁଲରେ ପରୀକ୍ଷା ହେବା ଦ୍ବାରା ପରୀକ୍ଷାର୍ଥୀମାନେ ନିର୍ଭୟ ଭାବେ ପରୀକ୍ଷା ଦେଇ ପାରିଥିଲେ ।

ସେପଟେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାଁନ୍ତି । ମାଟ୍ରିକ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୭୧ ହାଜର ୯୦୯ ଜଣ ପରୀକ୍ଷାର୍ଥୀ ଫର୍ମପୁରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୬ ହଜାର ୮୧୯ ଜଣ ହିଁ ପରୀକ୍ଷା ଦେଇଥିଲେ ।  ପରୀକ୍ଷା କେନ୍ଦ୍ରକୁ ବିଲକୁଲ ଆସିନଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୪୫ ହାଜର ୯୧ । ଯାହାକି ପୂର୍ବ ବର୍ଷଗୁଡ଼ିକ ତଳନା ବହୁତ ଅଧିକ । ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ ନାହିଁ ସେ ନେଇ ନା ବୋର୍ଡ ନା ଗଣ ଶିକ୍ଷାବିଭାଗ କାହା ପାଖରେ କିଛି ଉତ୍ତର ନାହିଁ ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି,"ଏହା ନିହାତି ଭାବେ ଏକ ଚିନ୍ତାର ବିଷୟ ଯେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେ ନାହିଁ । ଏହି ପ୍ରସଙ୍ଗର ଅନୁଧ୍ୟାନ କରାଯିବ"।
Published by:Soumya Das
First published: