ଦଶମ ଶ୍ରେଣୀ ପରୀକ୍ଷାରୁ ୪୬ ହଜାର ମାଟ୍ରିକ ପରୀକ୍ଷାର୍ଥୀ ଗାୟବ: ସନ୍ଦେହଜନକ ସ୍ଥିତିରେ ବୋର୍ଡ଼ର ଭୂମିକା

ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଥିବା କହୁଥିବା ବେଳେ ଏହି ବ୍ୟବସ୍ଥାରେ ଏକ ବିରାଟ ବିଭ୍ରାଟ ଏବେ ସାମନାକୁ ଆସିଛି । ଚଳିତବର୍ଷ ୪୬ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥି ପରୀକ୍ଷା କେନ୍ଦ୍ରରୁ ଗାୟବ ହୋଇଯାଛନ୍ତି।

ଦଶମ ଶ୍ରେଣୀ ପରୀକ୍ଷାରୁ ୪୬ ହଜାର ମାଟ୍ରିକ ପରୀକ୍ଷାର୍ଥୀ ଗାୟବ ହୋଇଯାଇଛନ୍ତି (ପ୍ରତୀକାତ୍ମକ ଛବି)

ଦଶମ ଶ୍ରେଣୀ ପରୀକ୍ଷାରୁ ୪୬ ହଜାର ମାଟ୍ରିକ ପରୀକ୍ଷାର୍ଥୀ ଗାୟବ ହୋଇଯାଇଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଦଶମ ଶ୍ରେଣୀ ପରୀକ୍ଷାକୁ ଶୃଙ୍ଖଳିତ ଓ ତୃଟି ଶୁନ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଥିବା କହୁଥିବା ବେଳେ ଏହି ବ୍ୟବସ୍ଥାରେ ଏକ ବିରାଟ ବିଭ୍ରାଟ ଏବେ ସାମନାକୁ ଆସିଛି । ଚଳିତବର୍ଷ ୪୬ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥି ପରୀକ୍ଷା କେନ୍ଦ୍ରରୁ ଗାୟବ ହୋଇଯାଛନ୍ତି।

କୁଆଡେ ଗଲେ ୪୬ ହଜାରରୁ ଉର୍ଦ୍ଧ ମାଟ୍ରିକ ପରୀକ୍ଷାର୍ଥୀ ? ମାଟ୍ରିକ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରି କାହିଁକି ଦେଲେ ନାହିଁ ପରୀକ୍ଷା ? ବାସ୍ତବିକ ଚଳିତବର୍ଷ କେତେ ଜଣ ପରୀକ୍ଷାର୍ଥୀ ଦଶମ ଶ୍ରେଣୀ ପରିକ୍ଷା ଦେଉଛନ୍ତି? ତାର ହିସାବ ଦେବା ବଦଳରେ ଏହି ଘଟଣା ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ନାରାଜ ମାଧ୍ୟମିକ ଶିକ୍ଷା ପରିଷଦ ।

ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବର୍ଷକୁ ଗୋଟିଏ ବଦଳରେ ଦୁଇଟି ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଫର୍ମ ପୂରଣ କରିଥିବା ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିନାହାଁନ୍ତି । ବଡ଼ କଥା ହେଉଛି କି ଏହି ୪୬ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅଧିକାଶଂ ପାରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେଇ ନ ଥିଲେ ମଧ୍ୟ ସେମାନଙ୍କୁ ସମେଟିଭ ୨ ପରୀକ୍ଷା ପାଇଁ ବୋର୍ଡ଼ ସେମାନଙ୍କୁ କେମିତି ଅନୁମତି ଦେଲା ତାହା ଏବେ ଏକ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏନେଇ ପଚରାଯିବାରୁ ଉତ୍ତର ଦେବାକୁ ସଫା ସଫା ମନା କରିଛନ୍ତି ବୋର୍ଡ଼ ସଭାପତି ରାମଶିଷ ହାଜରା।

କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ କଟକ ଜିଲ୍ଲାରେ ଚଳିତବର୍ଷ ମୋଟ ୩୧ ହଜାର ୫୩୬ ଜଣ ପରୀକ୍ଷାର୍ଥୀ ଫର୍ମପୁରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଛିନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲେ ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ୱୀକୃତି ବଜାୟ ରଖିବା ପାଇଁ  କରାଯାଇଛି ଏଭଳି ଚଞ୍ଚକତା କରାଯାଇଥିବା ସନ୍ଦେହ କରାଯାଉଛି । କେବଳ ସେତିକି ନୁହେଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ସରକାରୀ ଯୋଜନାର ଲାଭ ହାତେଇବା ପାଇଁ ସମସ୍ତେ ମିଳିମିଶି ଏହି ଷଢଜନ୍ତ୍ର ରଚନା କରିଥିବା କୁହାଯାଉଛି  ।

"ପୂର୍ବରୁ ପିଲା ସ୍କୁଲକୁ ଆସୁ ନଥିଲେ କିନ୍ତୁ ପରୀକ୍ଷା ପାଇଁ ଆସୁଥିଲେ । କିନ୍ତୁ ଏବେ ଅଜବ ସ୍ଥିତି ଦେଖା ଦେଇଛ । ପିଲାଏ ସ୍କୁଲକୁ ଆସୁଛନ୍ତି ହେଲେ ପରୀକ୍ଷା ପାଇଁ ଆସୁନାହାଁନ୍ତି । ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ୱୀକୃତି ବଜାୟ ରଖିବା ପାଇଁ ଏହି ସବୁ କରାଯାଇଥିବା ମୁଁ ଭାବୁଛି । କେବଳ ବୋର୍ଡ଼ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଏଥିପାଇଁ ଦାୟୀ" କହିଛନ୍ତି ବରିଷ୍ଠ ଶିକ୍ଷାବିତ ସତ୍ୟକାମ ମିଶ୍ର ।
Published by:Soumya Das
First published: