News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଥିବା ଥାନାମାନଙ୍କରେ ଚଳିତ ବର୍ଷ ମେ ମାସରେ ସମୁଦାୟ ୪୬ ଗୋଟି ଅପହରଣ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ଖଣ୍ଡଗିରି ଥାନାରେ ସର୍ବାଧିକ ୯ରି ମାମଲା ରୁଜୁ ହୋଇଥିବାବେଳେ ନୟାପଲ୍ଲୀ ଥାନାରେ ୫ଟି ମାମଲା ରୁଜୁ ହୋଇଛି । ସେହିପରି ମଞ୍ଚେଶ୍ୱର ଥାନାରେ ୪ ଟି ମାମଲା ରୁଜୁ ହୋଇଥିବା ବେଳେ ବଡଗଡ , ଭରତପୁର ଓ ଶହୀଦନଗର ଥାନାରେ ୩ଟି ଲେଖାଏଁ ମାମଲା ରୁଜୁ ହୋଇଥିଲା ।
ପୂର୍ବରୁ ଅଭିଯୋଗ ହୋଇଥିବା ସହ ଚଳିତ ମେ ମାସ ଶେଷ ପର୍ଯ୍ୟନ୍ତ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ସମସ୍ତ ଥାନା ଓ କିଡନାପିଙ୍ଗ ମ୍ୟାନ୍ ମିସିଂ ସେଲର ମିଳିତ ଉଦ୍ୟମରେ ସର୍ବମୋଟ ୪୮ ଟି ମାମଲାର ତଦନ୍ତ ଶେଷ କରାଯାଇପାରିଛି ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ମେ ମାସରୁ ଡି.ସି.ପି ଅଫିସ, ଭୁବନେଶ୍ବରେ ଗଠିତ ହୋଇଥିବା Kidnapping ଓ Man Missing Cell ୨୦୦୮ ମସିହାରୁ ରାଜଧାନୀର ବିଭିନ୍ନ ଥାନା ମାନଙ୍କରେ ରୁଜୁ ହୋଇଥିବା ଅପହରଣ ମାମଲାର ତଦନ୍ତରେ ତଦନ୍ତକାରୀ ଅଫିସରମାନଙ୍କୁ ଉଚିତ ସହାୟତା ଯୋଗାଇ ଆସୁଛି । ଗତ ବର୍ଷ ମଇ ମାସରୁ ଚଳିତ ବର୍ଷ ମଇ ମାସ ଶେଷ ପର୍ଯ୍ୟନ୍ତ କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲ ତଥା ଥାନାର ତଦନ୍ତକାରୀ ଅଫିସରମାନଙ୍କ ପ୍ରୟାସ କ୍ରମେ ୪୩୨ ଗୋଟି ମାମଲାରେ ନିଖୋଜ ଥିବା ୪୪୪ଜଣ ନାବାଳକ ତଥା ନାବାଳିକାଙ୍କୁ ଉଦ୍ଧାର କରାଯାଇପାରିଛି ।
୧୮ବର୍ଷରୁ କମ୍ ବୟସର ନାବାଳକ ଓ ନାବାଳିକା ସ୍ଵଇଚ୍ଛାରେ ପାରିବାରିକ ଗଣ୍ଡଗୋଳ କିମ୍ଵା ପ୍ରେମ ସମ୍ପର୍କ ଥାଇ ଘରୁ ପଳାୟନ କଲେ ମଧ୍ୟ ଆଇନ ଗତ ଦୃଷ୍ଟିକୋଣରୁ ଅପହରଣ ମାମଲା ରୁଜୁ କରାଯିବାର ପ୍ରାବଧାନ ରହିଛି। Kidnapping ଓ Man Missing Cell " ର ପ୍ରଚେଷ୍ଟା କ୍ରମେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ବିଭିନ୍ନ ଥାନା ମାନଙ୍କରେ ୨୦୦୮ ମସିହାରୁ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ଗତ ବର୍ଷ ମଇ ମାସରୁ ଚଳିତ ବର୍ଷ ୩୧.୦୫ .୨୦୨୨ ମଧ୍ୟରେ ସମୁଦାୟ ୫୧୨୩ଜଣ ଅଭିଯୋଗକାରୀ ତଥା ଅପହରଣ ମାମଲାରେ ଅନ୍ତର୍ଭୁକ୍ତ ଥିବା ନାବାଳକ ଓ ନାବାଳିକା ମାନଙ୍କୁ ସେଲ ତରଫରୁ ସମ୍ପର୍କ କରାଯାଇ ସେମାନକୁ ଉଚିତ ପରାମର୍ଶ ଦିଆଯାଇଛି । ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପକ୍ଷରୁ ପ୍ରାରମ୍ଭ ହେଲ୍ଡଲାଇନ ନମ୍ବର ୦୬୭୪ - ୨୫୪୫୪୪୫ ଜାରି କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।