News18 Odia Digital
ନୂଆ ଦିଲ୍ଲୀ: ମାର୍କେଟ କ୍ୟାପ୍ ଦୃଷ୍ଟିରୁ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର (Reliance Industries Limited) ବାର୍ଷିକ ସାଧାରଣ ସଭା (AGM-Annual General Meeting) ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଭର୍ଚ୍ଚୁଆଲ୍ ମାଧ୍ୟରେ ହେବାକୁ ଥିବା ଏହି ସଭାରେ କମ୍ପାନୀର ଆଗାମୀ ଭବିଷ୍ୟତ ଯୋଜନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇପାରେ ।
ସିଏନବିସି ଆୱାଜ(CNBC Awaaz)ର ଖବର ଅନୁଯାୟୀ କମ୍ପାନୀ ସମୟ ପୂର୍ବରୁ ରିଲାଏନ୍ସ ଜିଓ (Reliance Jio) ଡିଲ୍ ଓ ଋଣ ମୁକ୍ତ (Net Debt Free) ହୋଇଥିବା ସଫଳତା ବିଷୟରେ ଏହି ସଭାରେ ଆଲୋଚନା କରିପାରେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (Reliance Industry Chairman Mukesh Ambani) ଫେସବୁକ୍ ପରି ବିଶ୍ୱରେ ଟେକନୋଲେଜି କ୍ଷେତ୍ରର ଦିଗ୍ଗଜ କମ୍ପାନୀମାନଙ୍କ ସହ ହୋଇଥିବା ସହଭାଗୀତାରୁ ମିଳିବାକୁ ଥିବା ଲାଭ ବିଷୟରେ ଘୋଷଣା କରିପାରନ୍ତି । ଏହା ବି ଅନୁମାନ କରାଯାଇଛି ଯେ ଏହି ସଭାରେ ଅମ୍ବାନୀ ତାଙ୍କର ଅଂଶୀଦାର ଫ୍ଲାଗସିପ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (flagship company Reliance Industries) ରେ ତୈଳ କୁ ରାସାୟନିକ ପଦାର୍ଥରେ ପରିଣତ କରିବା (Oil to Chemicals, O2C) ପାଇଁ ପ୍ରମୁଖ ସମ୍ପ୍ରସାରଣ ଯୋଜନା ବିଷୟରେ ସୂଚନା ଦେବେ ।
ଖୁଚୁରା ବ୍ୟବସାୟ ଅଭିବୃଦ୍ଧି ଯୋଜନା:ଏହି ବୈଠକରେ କମ୍ପାନୀର ଖୁଚୁରା ବ୍ୟବସାୟର ଅଭିବୃଦ୍ଧି ଯୋଜନା ଉପରେ ବି ଫୋକସ୍ କରାଯାଇପାରେ । ଏହା ସହିତ O2C ବ୍ୟବସାୟ ପାଇଁ ଆଗାମୀ ଯୋଜନା ବି କୁହାଯାଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବାର୍ଷିକ ସାଧାରଣ ସଭାରେ କମ୍ପାନୀ ଆରାମକୋ (Aramco) ଡିଲ୍ ବିଷୟରେ ସୂଚନା ଦେଇପାରେ । ମୋର୍ଗାନ ଷ୍ଟାନଲି (Morgan Stanley)ଙ୍କ ଅନୁଯାୟୀ ଆଜିର ବାର୍ଷିକ ସାଧାରଣ ସଭା (AGM)ରେ ଇନୱିଟ୍ ଓ O2C ବ୍ୟବସାୟରେ ଅଂଶଧନ ବିକ୍ରିର ଅଗ୍ରଗତି ସମ୍ପର୍କରେ ଅବଗତ କରାଯିବ ।

ଜିଓ ପ୍ଲାଟଫର୍ମ୍ସରେ ୧୨ ସପ୍ତାହରେ ହୋଇଥିବା ୧୩ଟି ନିବେଶର ସୂଚୀ
ଏହା ବ୍ୟତୀତ ଡିଜିଟାଲ୍ ବ୍ୟବସାୟରେ ରଣନୀତିକ ସହଭାଗୀତା ଓ ଆର୍ଥିକ ବ୍ୟବସାୟ ଅଭିବୃଦ୍ଧି ଯୋଜନା ଏବଂ ତୈଳରୁ ରାସାୟନିକ ଏକୀକରଣ ପ୍ରକ୍ରିୟା ତଥା ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ଅଧିକ ସୂଚନା ଏହି ବୈଠକରେ ଦିଆଯାଇପାରେ ।
ଆଜିର ବାର୍ଷିକ ସାଧାରଣ ସଭା (AGM) ରେ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି କରିବା ପାଇଁ ଶକ୍ତି କଣିକାକୁ ଅଙ୍ଗାରକାମ୍ଳ ମୁକ୍ତ କରିବା ଦିଗରେ କମ୍ପାନୀର ଯୋଜନା ବିଷୟରେ ବି ଆଲୋଚନା କରାଯାଇପାରେ। ଏହି ପ୍ରକାରର ଉତ୍ପାଦଗୁଡ଼ିକରୁ ଅଙ୍ଗାରକାମ୍ଳ ନିର୍ଗମନ ହେବ ନାହିଁ । ବିଶେଷଜ୍ଞମାନେ ଏହା ବି ପୂର୍ବାନୁମାନ କରିଛନ୍ତି ଯେ ଆଜିର AGMରେ କରୋନା ଅବଧି ପରେ କମ୍ପାନୀର ବ୍ୟାବସାୟିକ ରଣନୀତି ଓ ସମ୍ପତ୍ତିର ବିମୁଦ୍ରୀକରଣ ବିଷୟରେ ମଧ୍ୟ ସୂଚନା ମିଳିପାରେ ।
ଜିଓ ପ୍ଲାଟଫର୍ମର ଲିଷ୍ଟିଂ ଓ 5G ଘୋଷିତ ହୋଇପାରେଜିଓ ପ୍ଲାଟଫର୍ମକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ନିବେଶକମାନଙ୍କ ଠାରୁ ଏତେ ଭଲ ପ୍ରତିକ୍ରିୟା ମିଳିବା ପରେ ଏହି କମ୍ପାନୀକପ ତାଲିକାବଦ୍ଧ (ଲିଷ୍ଟିଂ) କରିବା ଉପରେ ବି ଘୋଷଣା କରାଯାଇପାରେ । କମ୍ପାନୀ ପୂର୍ବରୁ ବି ସଂକ୍ତ ଦେଇଛି ଯେ ନିବେଶ ଯୋଗାଡ଼ କରିବା ପାଇଁ ଏହାକୁ ଅନ୍ତର୍ଜାତୀୟ ବଜାରରେ ତାଲିକାବଦ୍ଧ କରିବ । ଆହୁରି ମଧ୍ୟ କମ୍ପାନୀ ଜିଓ ଫାଇବର ଏବଂ 5G ସମ୍ବନ୍ଧରେ ନୂତନ ଘୋଷଣା କରିପାରେ ।
ସମୟ ପୂର୍ବରୁ ଋଣମୁକ୍ତ ହେବାର ପ୍ରତିଶୃତି ପୂରା ହୋଇଛିବିଶ୍ୱ ସାରା ବ୍ୟାପ୍ତ କରୋନା ଭାଇରସ୍ ସଙ୍କଟ ସମୟରେ ବି ବିଶ୍ୱର ସବୁଠୁ ବଡ଼ ନିବେଶକମାନଙ୍କ ତରଫରୁ ରିଲାଏନ୍ସ୍ ନିଜ ଡିଜିଟାଲ ପ୍ଲାଟଫର୍ମରେ ବିପୁଳ ପୁଞ୍ଜି ବିନିଯୋଗ କରାଇବାରେ ସକ୍ଷମ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ଶାଖା Reliance Jio ପ୍ଲାଟଫର୍ମରେ ୨୨ ଏପ୍ରିଲରୁ ୧୨ ଜୁଲାଇ ମଧ୍ୟରେ ୨୫.୨୪ ପ୍ରତିଶତ ଅଂଶଧନ ବିକ୍ରୟରୁ ମୋଟ ୧,୧୮,୩୧୮.୪୫ କୋଟି ଟଙ୍କା ମିଳିଛି । ଏହା ବ୍ୟତୀତ ନିଜ ଅଂଶୀଦାରମାନଙ୍କୁ ରାଇଟ୍ସ ଇସ୍ୟୁ ଜାରି କରି ରିଲାଏନ୍ସ ୫୩,୧୨୪ କୋଟି ଟଙ୍କା ସଂଗ୍ରହ କରିଛି । ଶକ୍ତି ଏବଂ ଖୁଚୁରା ବ୍ୟବସାୟରେ ଷ୍ଟକ୍ ବିକ୍ରୟ କରି କମ୍ପାନୀ ୭,୦୦୦ କୋଟି ଟଙ୍କା ମଧ୍ୟ ସଂଗ୍ରହ କରିଛି। ଏ ସବୁ ଦ୍ୱାରା ରିଲାଏନ୍ସ୍ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ଋଣମୁକ୍ତ ହୋଇଯାଇଛି ।
ଏହା ବି ପଢ଼ନ୍ତୁ:
Qualcomm-Jio Deal: ଜିଓ ପ୍ଲାଟଫର୍ମ୍ସରେ ୭୩୦ କୋଟି ଟଙ୍କା ବିନିଯୋଗ କରିବ ଆମେରିକାର କ୍ୱାଲକମ୍ଏହା ବି ପଢ଼ନ୍ତୁ:
Jioରେ ଇଣ୍ଟେଲ୍ ଅଂଶଧନ କିଣିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ବଢ଼ିଲାକମ୍ପାନୀ ଅଗଷ୍ଟ ୧୨, ୨୦୧୯ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ସାଧାରଣ ସଭାରେ (AGM) ନିଜ ଟେକ୍ନୋଲୋଜି ବ୍ୟବସାୟ ଓ ତୈଳରୁ ରାସାୟନିକ ବ୍ୟବସାୟରେ ଅଂଶଧନ ବିକ୍ରୟ ମାଧ୍ୟମରେ ମାର୍ଚ୍ଚ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ଋଣମୁକ୍ତ ହେବାର ଯୋଜନା ଘୋଷଣା କରିଥିଲା ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।