News18 Odia Digital
ଭୁବନେଶ୍ଵର: ତାମିଲନାଡୁ, କର୍ଣ୍ଣାଟକ, ମୁମ୍ବାଇ ଓ ଦିଲ୍ଲୀ ଭଳି ସ୍ଥିତି ଓଡ଼ିଶାରେ ଉପୁଜି ନାହିଁ । ସେଠାରେ ଯେଉଁଭଳି ସଂକ୍ରମଣକୁ ନେଇ ସରକାର ଓ ରାଜ୍ୟବାସୀ ଚିନ୍ତାରେ। ଏଠାରେ ସେଭଳି ସ୍ଥିତି ଯଦିଓ ନାହିଁ କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ହେଲେ ବିପଦ ଆଗରୁ ସତର୍କ ରହିବା ଉଚିତ୍। ନିଜ ସ୍ବାସ୍ଥ୍ୟ ପାଇଁ ନିଜେ ସଚେତନ ରହିବା ଆବଶ୍ୟକ। ଟିକା ନେଇଥିଲେ ମଧ୍ୟ ମାକ୍ସ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଦେଇଛି। ମାନବ ସମ୍ବଳ ବଢ଼ାଇବାକୁ ସବୁ ମେଡ଼ିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି।
Corona Vaccine: ଟିକାକରଣ ପାଇଁ ନୂଆ ଗାଇଡଲାଇନ୍ସ ଜାରି କଲେ କେନ୍ଦ୍ର ସରକାର
ଦେଶ ପରେ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପୁଣି ପୁରୁଣା ଷ୍ଟ୍ରଟେଜି ଆପଣାଇଛି। ଟୀକାକରଣ ସହ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି। ଆଜି ଠାରୁ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ ଆରମ୍ଭ ହେବ । ଏଥିରେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ ରୋଗୀଙ୍କୁ ଆଇସଲେସନ କରାଯାଇ ଚିକିତ୍ସା କରାଯିବ । ଏହା ସହ ଲ୍ୟାବ ଟେଷ୍ଟ, RRT, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ବର୍ତ୍ତମାନ ଯାଏଁ ଆଲାରାମିଙ୍ଗ ସିଚୁଏସନ ନାହିଁ ।
୬-୧୨ବର୍ଷର ପିଲାଙ୍କୁ ଲାଗିପାରିବ କୋଭାକ୍ସିନ ଟିକା; DCGI ଦେଲା ମଞ୍ଜୁରୀ
ଭିଡ ଜାଗାକୁ ଯାଉଥିଲେ, ମାସ୍କ ପିନ୍ଧନ୍ତୁ। ଟିକା ନେଇଥିଲେ ବି ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେପଟେ ଟିକା ନେବାକୁ ଏବେ ବି ଅନେକ ଅମଙ୍ଗ ହେଉଛନ୍ତି। ରାଜ୍ୟର ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାଁନ୍ତି। ସେହିପରି ପ୍ରିକସନ ଡୋଜ ଟିକା ନେଇ ନାହାଁନ୍ତି ରାଜ୍ୟର ୪୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ । ୯୦ ପ୍ରତିଶତ ଫ୍ରଣ୍ଟଲାଇନ ୱାର୍କର ପ୍ରିକସନ ଡୋଜ ଟିକା ନେଇ ସାରିଛନ୍ତି।
ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ କାର୍ଯ୍ୟକ୍ରମ। ଏଥିରେ କିଏ ପ୍ରଥମ ଡୋଜ ନେଇଛି, କିଏ ଦ୍ୱିତୀୟ ଡୋଜ ନେଇଛି, କିଏ ପ୍ରିକସନ ଡୋଜ ନେଇଛି, କିଏ ଟିକା ନେଇନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇଲ ଭ୍ୟାନ ଜରିଆରେ ଘର ଘର ବୁଲି ଟୀକା ଦିଆଯାଉଛି । ଜୁନ ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର ୩୩୪ ଡୋଜ ଟୀକା ଦିଆସରିଛି । ଏବେ ରାଜ୍ୟର ୨୨୭୭ ଟୀକାକରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।