ଢେଙ୍କାନାଳ: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ଧରମ ମାମୁଁ; ୩ ଦିନ ପରେ ଧରାପଡ଼ିଲା

ନିଖୋଜ ହେବାର ପର ଦିନ ସକାଳେ ଏକ ନାଳ ନିକଟରେ କୁନି ଝିଅଟି ମରି ପଡ଼ିଥିବାର ଲୋକେ ଦେଖିଥିଲେ । ତା’ ବାପାଙ୍କୁ ପଚରା ଉଚୁରା କରିବା ପରେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ତିନି ଦିନ ମାରାଥନ ଜେରା କରିଥିଲା ।

ଢେଙ୍କାନାଳ: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ଧରମ ମାମୁଁ; ୩ ଦିନ ପରେ ଧରାପଡ଼ିଲା
ଗିରଫ ହେବା ପରେ ଅଭିଯୁକ୍ତ ଧରମ ମାମୁଁ ଶଙ୍କର ଦେହୁରୀ
  • News18 Odia
  • Last Updated: November 19, 2020, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଖରଖରୀ ଗାଁରେ ଚାରି ବର୍ଷର ନିଷ୍ପାପ ଶିଶୁକନ୍ୟା ଦୁଷ୍କର୍ମ ଓ ହତ୍ଯା ଘଟଣାର ପର୍ଦାଫାସ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଶିଶୁକନ୍ୟାର ଧରମ ମାମୁଁ ଶଙ୍କର ଦେହୁରୀ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଚାରି ବର୍ଷୀୟ ଶିଶୁକନ୍ୟାଟି ଗତ ୧୨ ତାରିଖ ଦିନ ଢେଙ୍କାନାଳ ଯାଜପୁର ସୀମାନ୍ତ ଖରଖରୀ ଗାଁରେ ଥିବା ନିଜ ଘରୁ ଅପରାହ୍ଣ ୪ଟା ସମୟରେ ହଠାତ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ଦୀର୍ଘ ସମୟ ଧରି ବହୁ ଖୋଜାଖୋଜି କରିବା ପରେ ବି ତା’ର ପତା ନ ମିଳିବାରୁ କଙ୍କଡାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଖୋଜାଖୋଜି କରି ବିଫଳ ହୋଇଥିଲା । କିନ୍ତୁ ତା’ ପର ଦିନ ସକାଳେ ଗାଁର କିଛି ଲୋକ ମାରାମ୍ବୁର ନାଳ ନିକଟରେ ନିଖୋଜ କୁନି ଝିଅଟି ମରି ପଡ଼ିଥିବାର ଦେଖିବାକୁ ପାଇଥିଲେ । ଶିଶୁକନ୍ୟାର ଶବ ଜବତ କରି ଛାନଭିନ ଆରମ୍ଭ କରିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ମୃତ ଶିଶୁକନ୍ୟାର ଶୋକାକୁଳ ପରିଜନ


ମୃତ ଦେହ ପଡ଼ିଥିବା ମାରାମ୍ବୁର ନାଳ ନିକଟକୁ କଙ୍କଡାହାଡ଼ ଥାନା ଆଇଆଇସି ଆଶିଷ ଜେନା, କାମାକ୍ଷାନଗର ଉପଖଣ୍ଡ ଏସଡିପିଓ ସୁପ୍ରଶନ ମଲ୍ଲିକ ଓ ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀଣା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ ଟିମ ଓ ଡଗ୍‌ ସ୍କାଡର ସାହାଯ୍ୟ ନିଆଯିବା ପରେ ବି ଅଭିଯୁକ୍ତ ପାଖରେ ପହଞ୍ଚିବା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା । ଶିଶୁକନ୍ୟାର ବାପାଙ୍କୁ ପଚରା ଉଚୁରା କରିବା ପରେ କଙ୍କଡାହାଡ଼ ପୋଲିସ ଚାରି ଜଣଙ୍କୁ ଅଟକ ରଖି ତିନି ଦିନ ମାରାଥନ ଜେରା କରିଥିଲା ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀଣାଙ୍କ ନେତୃତ୍ୱରେ କଙ୍କଡାହାଡ଼ ଆଇଆଇସି ଆଶିଷ ଜେନା ଓ କାମାକ୍ଷାନଗର ଏସଡିପିଓ ୭୨ ଘଣ୍ଟାର ଖୋଳତାଡ଼ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ ।

‘‘ଗତ ୧୨ ତାରିଖରେ ଖରଖରୀ ଗାଁରେ ମାରାମ୍ବୁର ହାଟ ଚାଲୁଥିବା ସମୟରେ ନିଜର ସମ୍ପର୍କୀୟ ମାମୁଁ ଶଙ୍କର ଦେହୁରୀ ଢଚାଟ ଖୁଆଇଥିବାର କିଛି ଲୋକ ଦେଖିଥିଲେ । ପରେ ଶୌଚ ପାଇଁ ନିକଟସ୍ଥ ନାଳକୁ ଶିଶୁକନ୍ୟାକୁ ନେଇ ସେ ଦୁଷ୍କର୍ମ କରିଥିଲା ଓ ଘଟଣା ପ୍ରଘଟ ହେବା ଭୟରେ ତାକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦେଇଥିଲା,’’ କହିଛନ୍ତି କଙ୍କଡାହାଡ଼ ଆଇଆଇସି ଆଶିଷ ଜେନା ।



ଅଭିଯୁକ୍ତ ଶଙ୍କର ଦେହୁରୀ ବିରୁଦ୍ଧରେ ଆଇପିସି ଧାରା ୩୬୩, ୩୭୬ (ଡି ଓ ବି), ୩୦୨ ଏବଂ ପୋକ୍ସୋ ଆକ୍ଟ ଭଳି ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତର କୋଭିଡ ଟେଷ୍ଟ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି କାମାକ୍ଷାନଗର ଉପଖଣ୍ଡ ଏସଡିପିଓ ସୁପ୍ରଶନ ମଲ୍ଲିକ ।
Published by: Anand Shankar Thankur Das
First published: November 19, 2020, 11:00 PM IST
corona virus btn
corona virus btn
Loading