ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରେ ୨ ମାସ ଧରି ପୋଲିସର ନିଦ ହଜାଇଥିବା ୪-ଜଣିଆ ବ୍ୟାଙ୍କ୍ ଡକାୟତ ଗ୍ୟାଙ୍ଗ ଧରାପଡ଼ିଲା

କଟକରେ ୨ ମାସ ଧରି ପୋଲିସର ନିଦ ହଜାଇଥିବା ୪-ଜଣିଆ ବ୍ୟାଙ୍କ୍ ଡକାୟତ ଗ୍ୟାଙ୍ଗ ଧରାପଡ଼ିଲା

Four members of bank looters gang arrested in Cuttack | ଏହି ଗ୍ୟାଙ୍ଗରେ ଅଛନ୍ତି ଦୁଇ ଭାଇ । ଗତ ମାସ ଜଗତପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରରେ ଓ ସାଲେପୁରରେ ଥିବା SBIର ଗ୍ରାହକ ସେବା କେନ୍ଦ୍ରରେ ଏମାନେ ଦୁଇଟି ସଶସ୍ତ୍ର ଡକାୟତି କରି ଟଙ୍କା ଲୁଟିନେଇଥିଲେ ।

କଟକରେ ୨ ମାସ ଧରି ପୋଲିସର ନିଦ ହଜାଇଥିବା ୪-ଜଣିଆ ବ୍ୟାଙ୍କ୍ ଡକାୟତ ଗ୍ୟାଙ୍ଗ ଧରାପଡ଼ିଲା
ଗିରଫ ହୋଇଥିବା ଚାରି ଜଣ ଯୁବକ
  • News18 Odia
  • Last Updated: November 13, 2021, 4:15 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
Newws18 Odia Digital

କଟକ: ଗୋଟିଏ ପରେ ଗୋଟିଏ ଡକାୟତି ଓ ଲୁଟ୍‌ କରି କଟକ କମିଶନରେଟ୍‌ ପୋଲିସ ଓ ଗ୍ରାମାଞ୍ଚଳ ପୋଲିସର ନିଦ ହଜାଇ ଦେଇଥିବା ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଗତପୁର ପୋଲିସ । ପୋଲିସ କବଜାରେ ଏହି ଗ୍ୟାଙ୍ଗର ଚାରି ଜଣ ସଦସ୍ୟ ପଡ଼ିବା ସହ ସେମାନଙ୍କଠାରୁ ଲୁଟ୍‌ ଅର୍ଜିତ ଏକ ଲକ୍ଷ ଟଙ୍କା ସହ ଗୋଟିଏ ମାଉଜର୍‌, ଗୋଟିଏ ଖେଳନା ବନ୍ଧୁକ ଓ ଏକ ଖଣ୍ଡାକୁ ଜବତ କରିଛି ପୋଲିସ ।

ଗିରଫ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର – କ୍ଷୀରୋଧ ସେଠୀ ଓରଫ ଲିପୁ, ଚକ୍ରଧର ସେଠୀ ଓରଫ ଦୀପୁ ଓ ଖଗେଶ୍ବର ଜେନା ଓରଫ ଚିକୁ । ଚତୁର୍ଥ ଅଭିଯୁକ୍ତ ହେଉଛି ଜଗତସିଂହପୁର ଜିଲ୍ଲା ଏସରମା ବାସିନ୍ଦା ପ୍ରତାପ ଦାସ ଓରଫ ବାବୁ । ଅକ୍ଟୋବର ମାସରେ ଜଗତପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରରେ ଓ ସାଲେପୁରରେ ଥିବା ଏସ୍‌.ବି.ଆଇ.ର ଗ୍ରାହକ ସେବା କେନ୍ଦ୍ରରେ ଏମାନେ ଦୁଇଟି ଡକାୟତି କରିଥିଲେ । ଗିରଫ ହୋଇଥିବା ଏହି ଗ୍ୟାଙ୍ଗରେ ରହିଛନ୍ତି ଦୁଇ ଭାଇ – ଲିପୁ ଓ ଦୀପୁ  ।

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅକ୍ଟୋବର ୪ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଏହି ଚାରି-ଜଣିଆ ଗ୍ୟାଙ୍ଗ୍‌ ପୁରୁଷୋତ୍ତମପୁରରେ ଥିବା ଏସ୍‌.ବି.ଆଇ.ର ଗ୍ରାହକ ସେବା କେନ୍ଦ୍ରରେ ସଶସ୍ତ୍ର ଡକାୟତି କରିଥିଲେ । ବାବୁ ଓ ଦୀପୁ ହାତରେ ଦୁଇଟି ବନ୍ଧୁକ ଧରି ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶିଥିଲେ । ବାହାରେ ରହିଥିଲେ ଲିପୁ ଓ ଚିକୁ । ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶିବା ପରେ ବାବୁ ନିଜ ପାଖରେ ରହିଥିବା ବନ୍ଧୁକରୁ ଗୁଳି ଚାଳନା କରିଥିଲା । ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଓ ଗ୍ରାହକମାନଙ୍କୁ ଭୟଭୀତ କରି ସମସ୍ତଙ୍କୁ ଗୋଟିଏ ସ୍ଥାନରେ ବନ୍ଧକ ରଖିଥିଲେ ଉଭୟ । ତା’ ପରେ ଗ୍ରାହକ ସେବା କେନ୍ଦ୍ରର ଲକର୍‌ ଚାବି ଆଣି ସେଥିରେ ଥିବା ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍‌ କରି ନେଇଥିଲେ ସେମାନେ ।

ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି କଟକ ଡି.ସି.ପି. ପ୍ରତୀକ ସିଂ (ଡାହାଣ)।


ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

ଏହାର ଚାରି ଦିନ ପରେ ସମାନ ଢଙ୍ଗରେ ସାଲେପୁର ସ୍ଥିତ ଗ୍ରାହକ ସେବା କେନ୍ଦ୍ରରେ ବି ଡକାୟତି କରି ଫେରାର ହେବାରେ ଏମାନେ ସଫଳ ହୋଇଥିଲେ । ଏହି ଗ୍ୟାଙ୍ଗ ଗତ ଦୁଇ ମାସ ମଧ୍ୟରେ ଟାଙ୍ଗୀ, ବୈରୀ, ଚୌଦ୍ବାର, ଜଗତପୁର ଓ ସାଲେପୁର ଅଞ୍ଚଳରେ ୧୦ରୁ ଉର୍ଦ୍ଧ୍ୱ ଲୁଟ୍‌ ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ସେଥି ମଧ୍ୟରେ ପେଟ୍ରୋଲ ପମ୍ପ, ଫାଇନାନ୍ସ କମ୍ପାନୀ ଏଜେଣ୍ଟ୍‌ ଓ ବ୍ୟାଙ୍କ୍‌ ଡ଼କାୟତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି ।

ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ

‘‘ବିଶେଷ କରି ବ୍ୟାଙ୍କର ଏଜେଣ୍ଟମାନଙ୍କ ଉପରେ ଏମାନେ ନଜର ରଖିଥାନ୍ତି । ଏଜେଣ୍ଟମାନେ କେଉଁ ଦିନ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଯାଉଛନ୍ତି ସେ ବାବଦରେ ଏମାନେ ସୂଚନା ପାଇବା ପରେ ଲୁଟ୍‌ କରିଥାନ୍ତି । ବ୍ୟାଙ୍କ ଲୁଟ୍‌ କରିବାର ଗୋଟିଏ ଦିନ ପୂର୍ବରୁ ରେକି କରିଥାନ୍ତି । ତା’ ପରେ ସଶସ୍ତ୍ର ଡକାୟତି କରନ୍ତି ଏମାନେ । କୌଣସି ବ୍ୟାଙ୍କ୍‌ ଏଜେଣ୍ଟଙ୍କ ସହିତ ଏମାନଙ୍କ ସମ୍ପୃକ୍ତି କଥା ଏବେ ସାମାନାକୁ ଆସିନାହିଁ । ତଥାପି ସେ ଦିଗରେ ବି ତଦନ୍ତ କରାଯାଉଛି,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡି.ସି.ପି. ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ | ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

ଗିରଫ ହୋଇଥିବା ଦୁଇ ଭାଇ ଲିପୁ ଓ ଦୀପୁ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଯଥା କ୍ରମେ ସାତଟି ଓ ତିନିଟି ମାମଲା ରହିଥିବା ବେଳେ ବାବୁ ବିରୁଦ୍ଧରେ ୧୦ଟି ମାମଲା ରହିଛି । ଗତ ଦୁଇ ମାସ ମଧ୍ୟରେ କେବଳ କଟକ ଜିଲ୍ଲାରେ ଘଟିଥିବା ୧୦ଟି ମାମଲାରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଲୁଟ୍‌ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।
Published by: Anand S.T. Das
First published: November 12, 2021, 11:59 PM IST