News18 Odia Digital
Heatwave in Odisha: ଜଳୁଛି ଉପକୂଳରୁ ଉପାନ୍ତ। ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଉପକୂଳରେ ବି ଖରା ଗରମ ଅସହ୍ୟ ହୋଇ ପଡ଼ୁଛି। ଆହୁରି ୨ ଦିନ ରହିବ ହିଟ୍ ୱେବ୍ ସ୍ଥିତି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି।
ଆଜି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୂର୍ ଓ ବଲାଙ୍ଗିରରେ ହିଟ୍ ୱେବ୍ ରହିବ। ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହି। ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି, ଫଳରେ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଆସନ୍ତା ୨ ଦିନ ଏଭଳି ତାପମାତ୍ରା ଅଧିକ ରହିବ।
ଉଚ୍ଚ ତାପମାତ୍ରା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ବର୍ଷାର ପ୍ରକୋପ ବିଶେଷ ନାହିଁ, ବର୍ତ୍ତମାନ । ୩ ଦିନ ପରେ ବଢ଼ିବ ବର୍ଷା। ୨୧ ଓ ୨୨ ରେ କାଳବୈଶାଖୀ ବର୍ଷା ବଢିବ।
ଉପକୂଳ ରେ ଉଚ୍ଚ ତାପମାତ୍ରା ସହ ଗୁଳୁଗୁଳି ରହିବ ଏଣୁ ଅଧିକ କଷ୍ଟ ଅନୁଭୂତ ହେବ।
ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିବ। ଆଜି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରର ସହ ଅନ୍ୟ ଗୋଟିଏ ଦୁଇଟି ସ୍ଥାନରେ ହିଟ ୱେବ୍ ସ୍ଥିତି ରହିବ।
ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବନାହିଁ। ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।
ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ ଏକ ଗୁରୁଚାପ ବଳୟ। ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାସ୍ପା ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢ଼ିବା ସହ ତାପମାତ୍ରା କିଛି ହ୍ରାସ ପାଇବ। ହେଲେ ବର୍ତ୍ତମାନ ଦକ୍ଷିଣ ଦକ୍ଷିଣ - ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଛି ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇଛି। ଏହାସହ ଉପକୂଳରେ ଆର୍ଦ୍ରତାର ପରିମାଣ ୪୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ବ୍ୟସ୍ତ କରୁଛି।
ଆସନ୍ତା ୨୧ ତାରିଖ ଜାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ଆଜି ଠୁ ୨୦ ତାରିଖ ଜାଏଁ ପ୍ରବଳ ଖରା ହେବ ବୋଲି ବିଶେଷଜ୍ଞ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ନେଇ ଆକଳନ କରିଛନ୍ତି ବିଶେଷଜ୍ଞ। ତେବେ ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବେଶ କରିବା ସହ ଜଳୀୟବାସ୍ପା ବାୟୁମଣ୍ଡଳରେ କମ ରହୁଛି। ଫଳରେ ଆଭ୍ୟନ୍ତରୀଣ ସହ ଉପକୂଳରେ ବି ଟାଣ ଖରା ସହ ଗରମ ଅନୁଭୂତ ହେଉଛି।
ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ହାଲୁକା ବର୍ଷା ହେବ। ହେଲେ ଦିନରେ ଖରା ଗରମ ରହିବ।
ଗ୍ରୀଷ୍ମ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କରିସାରିଛନ୍ତି ପ୍ରସ୍ତୁତି। ସବୁ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମୀଳା ମଲ୍ଲିକ।
ପଢ଼ନ୍ତୁ ଏହି ଖବର: କାହିଁକି ବର୍ଷା ଓ ପୋଲିସ ସାମ୍ନାରେ ହାତ ଯୋଡୁଛନ୍ତି ଅନୁଭବ ମହାନ୍ତି; ଦେଖନ୍ତୁ ଭିଡିଓମନ୍ତ୍ରୀ କହିଥିଲେ, ‘‘ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ କରିପାରିବେ ନାହିଁ। ଏହି ନିୟମ ସଠିକ୍ ଭାବେ ଲାଗୁ କରାଯାଉଛି କି ନାହିଁ, ତା'ର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ। ବସ୍ରେ ଓଭରଲୋଡିଂ ହେବନାହିଁ। ଯାତ୍ରୀବାହୀ ବସ୍ରେ ଆବଶ୍ୟକ ପାଣି, ଓଆରଏସ୍ ଏବଂ ବରଫ ମହଜୁଦ ରଖାଯିବ । ବ୍ଲକ ଓ ସଦର ମହକୁମାରେ ଜଳଛତ୍ର ଖୋଲାଯିବ। ଗ୍ରୀଷ୍ମ ସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।