କୋରାପୁଟ: ଦ୍ରୁତ ଗତି ଯୋଗୁଁ ୟୁ-ଟର୍ଣ୍ଣରେ ମୋଟର ସାଇକେଲ ଖସିଲା ଖାଲକୁ; ୪ ଜଣ ନାବାଳକ ମୃତ

ଚାରି ଜଣ ଯାକ ନାବାଳକଙ୍କର ସେହି ଖାଲରେ ପଡ଼ି ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ଓ ପୋଲିସ ସେଠାରେ ପହଞ୍ଚି ଦେଖିବା ବେଳକୁ ଚାରି ଜଣଙ୍କ ଦେହରେ ଆଉ ଜୀବନ ନ ଥିଲା । ଅସାବଧାନ ହୋଇ ଗାଡ଼ି ଚାଳନା କରୁଥିବାରୁ ଚାଲିଗଲା ଚାରି ଚାରିଟି କଅଁଳ ଜୀବନ ।

କୋରାପୁଟ: ଦ୍ରୁତ ଗତି ଯୋଗୁଁ ୟୁ-ଟର୍ଣ୍ଣରେ ମୋଟର ସାଇକେଲ ଖସିଲା ଖାଲକୁ; ୪ ଜଣ ନାବାଳକ ମୃତ
ରାସ୍ତା ତଳକୁ ବାଇକଟି ଖସିପଡ଼ିଥିଲା । ତା’ ସହିତ ଖସିପଡ଼ିଥିଲେ ଚାରି ଜଣ ବାଳକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋରାପୁଟ: ଗୋଟିଏ ମୋଟର୍‌ ସାଇକେଲରେ ବସିଥିଲେ ଚାରି ଜଣ । ଅତି ଦ୍ରୁତ ଗତିରେ ଚଳାଉଥିଲେ ମୋଟର୍‌ ସାଇକେଲ୍‌ । ତାହା ପୁଣି ଗୋଟିଏ ୟୁ-ଟର୍ଣ୍ଣ ସ୍ଥାନରେ । ମୋଟର୍‌ ସାଇକେଲଟି ରାସ୍ତାରୁ ତଳକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଚାରି ଜଣ ଯାକ ନାବାଳକ ।

ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲାର ପାଡ଼ୁଆ ଡାକ ବଙ୍ଗଳା ଛକ ନିକଟ । ମୃତକ ନାବାଳକମାନେ ହେଉଛନ୍ତି ପଙ୍କଜ ମହାନ୍ତି (୧୫), ପ୍ରଶାନ୍ତ ଖରା (୧୬), ଶଶି ଖିଲ (୧୧) ଓ ପାଡ଼ୁଆ ଗାଁର କୃଷ୍ଣ ହନ୍ତଲା (୧୨) ।

ପୋଲିସର ସୂଚନା ଅନୁସାରେ ଶୁକ୍ରବାର ସକାଳେ ଏହି ଚାରି ଜଣ ନାବାଳକ ଏକ ବାଇକ୍ ଚଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପାଡ଼ୁଆ ଡାକ ବଙ୍ଗଳାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ୟୁ ଟର୍ନ ନିକଟରେ ତୀବ୍ର ବେଗରେ ଆସି ବାଇକ୍‌ ବୁଲାଉଥିବା ବେଳେ ଚାଳକ ନାବାଳକ ବାଇକ୍‌ ଉପରେ ନିୟନ୍ତ୍ରଣ ହରାଇବସିଥିଲା । ଏହା ପରେ ବାଇକଟି ରାସ୍ତାରୁ ଖସି ଯାଇଥିଲା ତଳକୁ ଓ ଏକ ଗହୀର ଖାଲରେ ପଡ଼ିଥିଲା । ଚାରି ଜଣ ଯାକ ନାବାଳକଙ୍କର ସେହି ଖାଲରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ଲୋକେ ସେଠି ପହଞ୍ଚିବା ବେଳକୁ ଚାରି ଜଣଙ୍କ ଦେହରେ ଜୀବନ ନ ଥିଲା ।


କେତେକ ସ୍ଥାନୀୟ ଲୋକ ଓ କିଛି ଯାତ୍ରୀ ମୃତ ଦେହଗୁଡ଼ିକୁ ଦେଖି ତୁରନ୍ତ ପୋଲିସକୁ ଏ ବିଷୟରେ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲା ଯେ ଚାରି ଜଣ ଯାକ ନାବାଳକଙ୍କ ଦେହରେ ଜୀବନ ନାହିଁ । ତଥାପି ସେମାନଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ହେଲେ ହସପିଟାଲରେ ପହଞ୍ଚିବା ମାତ୍ରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ତା’ ପରେ ସେମାନଙ୍କ ପରିବାରକୁ ଜଣାଇ ପୋଷ୍ଟ ମର୍ଟମ ଶବଗୁଡ଼ିକୁ ପଠାଇଥିଲା ।

ସ୍ଥାନୀୟ ଲୋକେ ସେଠି ପହଞ୍ଚିବା ବେଳକୁ ଚାରି ଜଣଙ୍କ ଦେହରେ ଜୀବନ ନ ଥିଲା ।


ଏହି ଚାରି ଜଣ ନାବାଳକ ମଦ ପିଇ ବାଇକ୍‌ ଚଳାଉଥିଲେ କି ନାହିଁ ସେ ବିଷୟରେ ପୋଷ୍ଟ ମର୍ଟମ୍‌ ରିପୋର୍ଟରୁ ଜଣା ପଡ଼ିବ ବୋଲି ସହିଛନ୍ତି ଜଣେ ପୋଲିସ୍‌ ଅଧିକାରୀ ।

ପାଡ଼ୁଆ ଡାକ ବଙ୍ଗଳାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ୟୁ ଟର୍ନ ନିକଟରେ ଘଟିଥିଲା ଏହି ଦୁର୍ଘଟଣା ।


ଅସାବଧାନ ଗାଡ଼ି ଚାଳନା ପାଇଁ ଚାଲିଗଲା ଚାରି ଚାରିଟି ଅଳ୍ପ-ବୟସ୍କ ପିଲାଙ୍କ ଜୀବନ । ଆଇନ ଅନୁସାରେ ସେମାନେ ବାଇକ୍‌ ଚଳାଇବା ପାଇଁ ବୟସ ଅନୁସାରେ ଯୋଗ୍ୟ ନୁହନ୍ତି । ତା’ ସହିତ ଗୋଟିଏ ବାଇକରେ ଚାରି ଜଣ ବସି ଯିବା ବି ବେଆଇନ୍‌ । ଏ ସବୁ ସତ୍ତ୍ୱେ ତୀବ୍ର ବେଗରେ ବାଇକ୍‌ ଚାଳନା କରିବା ଓ ଏକ ୟୁ ଟର୍ଣ୍ଣ ନିକଟରେ ଆବଶ୍ୟକ ସାବଧାନତା ଅବଲମ୍ବନ ନ କରିବା ହିଁ ଏହି ଚାରି ଜଣ ନାବାଳକଙ୍କ ଜୀବନ ଲୀଳା ଶେଷ କରିଦେଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏହି ଲୋମହର୍ଷକ ଦୁର୍ଘଟଣାଜନିତ ମୃତ୍ୟୁ ପରେ ପାଡୁଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
First published: July 3, 2020, 9:06 PM IST
corona virus btn
corona virus btn
Loading