ପୁରୀରେ ରାତିଅଧିଆ ‘ପ୍ରେମ’: ରେଳ ଅଧିକାରୀଙ୍କ କାରରୁ ବଙ୍ଗୀୟ ଯୁବତୀଙ୍କ ସହ ଧରା ପଡ଼ିଲେ ୪ ଯୁବକ

ବଙ୍ଗୀୟ ଯୁବତୀଙ୍କୁ ପଚରା ଉଚରା ପାଇଁ କାର୍ ବାହାରକୁ ଆସିବାକୁ RPF ଅଧିକାରୀ କହିବାରୁ ରେଳ ଅଧିକାରୀଙ୍କ ପିଅନ କହିଥିଲେ, ‘‘ସେ ଗାଁ ଝିଅ ତ, ଲାଜ କରୁଛି । ତାକୁ ବେଶି କିଛି ପଚାରନ୍ତୁନି, ଆଜ୍ଞା ।’’ ସେମାନେ ଭୁବନେଶ୍ୱରରେ ମଦ ପିଇ ପୁରୀ ଆସିଥିବା କହିଥିଲେ ।

ପୁରୀରେ ରାତିଅଧିଆ ‘ପ୍ରେମ’: ରେଳ ଅଧିକାରୀଙ୍କ କାରରୁ ବଙ୍ଗୀୟ ଯୁବତୀଙ୍କ ସହ ଧରା ପଡ଼ିଲେ ୪ ଯୁବକ
ଯୁବତୀ ଓ ଚାରି ଯୁବକଙ୍କ ସହ ପଚରା ଉଚରା କରୁଛନ୍ତି ଜଣେ ଆର୍.ପି.ଏଫ୍. ଅଧିକାରୀ ।
  • News18 Odia
  • Last Updated: December 6, 2020, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରେଳ ବିଭାଗର ସରକାରୀ ଗାଡ଼ିର ଅପବ୍ୟବହାର କରି ସେଥିରେ ଯୁବକ ଯୁବତୀମାନେ ‘‘ରୋମାନ୍ସ’’ କରୁଥିବାର ଏକ ମାମଲା ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି । ଭୁବନେଶ୍ୱରରେ ମଦ ପିଇ ଚାରି ଜଣ ଯୁବକ ଜଣେ ବଙ୍ଗୀୟ ଯୁବତୀଙ୍କ ସହ ପୁରୀ ଆସି ରେଳ ଷ୍ଟେସନ୍‌ ପରିସରରେ ସେହି ସରକାରୀ କାର୍‌ ରଖି ତା’ ଭିତରେ ବସି ‘‘ମଉଜ’’ କରୁଥିବା ଆର୍‌.ପି.ଏଫ୍‌. ଅଧିକାରୀଙ୍କ ନଜରକୁ ଆସିଥିଲା ।

ଧଳା କାରରେ ଲେଖାଥିଲା ‘ଭାରତ ସରକାର’ । ଭୁବନେଶ୍ୱରରୁ ବାହାରିଥିବା ଏହି ସରକାରୀ ଗାଡ଼ି ପୁରୀ ଷ୍ଟେସନରେ ପହଞ୍ଚିଥିଲା ରାତିରେ । ପୁରୀ ରେଳ ଷ୍ଟେସନ ପରିସରର ସୁରକ୍ଷା ବଳୟ ଭିତରେ ଏହି କାର୍‌ ଭିତରେ ଚାରି ଜଣ ଜଣ ଯୁବକ ଓ ଜଣେ ଯୁବତୀ ‘‘ରୋମାନ୍ସ’’ ଚଳାଇଥିବାର ଅଭିଯୋଗ ହୋଇଥିଲା । ତା’ ପରେ ପୁରୀ ଆର୍‌.ପି.ଏଫ୍‌. ଥାନା ସମ୍ମୁଖରେ ସେମାନେ ଉତ୍ପାତ ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ସେହି ସରକାରୀ କାର୍‌ (ନମ୍ବର ଓଡି-୦୫ ଜେଡ୍‌-୦୩୧୨) ଭିତରେ ଥିବା ଚାରି ଜଣ ରୋମିଓ ଥିଲେ ଜଣେ ରେଳ ଅଧିକାରୀଙ୍କ ବଙ୍ଗଳା ପିଅନ, ଦୁଇ ଜଣ ଡ୍ରାଇଭର ଓ ସେମାନଙ୍କର ଜଣେ ସାଙ୍ଗ। ଡ୍ରାଇଭର୍‌ ସିଟରେ ଜଣେ ଯୁବକ ବସିଥିବା ବେଳେ ପଛ ସିଟରେ ତିନି ଜଣ ଯୁବକଙ୍କ ମଝିରେ ଥିଲେ ଯୁବତୀ । ନଭେମ୍ବର ୨୯ ତାରିଖ ରାତିର ଏହି ଘଟଣା ଷ୍ଟେସନ୍‌ ପରିସରରେ ବୁଲୁଥିବା କିଛି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଖବର ପ୍ରଚାରିତ ହେବା ପରେ କାର୍‌ ଭିତରୁ ବଙ୍ଗଳା ପିଅନ ଓ ଯୁବତୀ ବାହାରିଥିଲେ ଓ ଷ୍ଟେସନ୍‌ ପରିସରରେ ଥିବା ଏକ ବର ଗଛ ମୂଳରେ ବସି ପୁଣି ‘‘ରୋମାନ୍ସ’’ରେ ମଜ୍ଜି ଯାଇଥିଲେ । ସେହି ସମୟରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ପୁରୀ ଆର୍‌.ପି.ଏଫ୍‌. ଏ.ଏସ୍‌.ଆଇ. କେ.ପି ପାଣି ।

ସମସ୍ତଙ୍କୁ ଆର୍‌.ପି.ଏଫ୍‌. ଥାନାକୁ ନିଆଯାଇଥିଲା


‘‘ମୁଁ ପ୍ରଥମେ ସେମାନଙ୍କୁ ବାରଣ କରିଥିଲି ଓ ତା’ ପରେ ପଚରାଉଚୁରା କରିଥିଲି । ପିଅନ ଜଣକ କହିଥିଲେ ଯେ ସେମାନେ ରେଳ ବିଭାଗର କର୍ମଚାରୀ । ଓଲଟା ସେମାନଙ୍କୁ ଡିଷ୍ଟର୍ବ ନ କରିବାକୁ କହିଥିଲେ । କାରରେ ଥିବା ଅନ୍ୟମାନେ ବାହାରକୁ ଆସି ମୋତେ ଘେରି ପରିଚୟ ଦେଇ ପକାଇଥିଲେ । ସମସ୍ତଙ୍କୁ ଆର୍‌.ପି.ଏଫ୍‌. ଥାନାକୁ ନିଆଯାଇଥିଲା,’’ କହିଛନ୍ତି ପାଣି ।

ଏହା ବି ପଢ଼ନ୍ତୁପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ସେହି କାରଟି ପୂର୍ବତଟ ରେଳବାଇର ଡେପୁଟି ସି.ଇ.ଏନ୍‌.ଏଚ୍‌.ଏମ୍‌. ଜେ.କେ ସାହୁଙ୍କ ପାଇଁ ମଞ୍ଜୁର ହୋଇଥିବା ଜଣାପଡ଼ିଥିଲା । କାର୍‌ ପାଇଁ ଦୁଇ ଜଣ ଡ୍ରାଇଭର୍‌ ନିୟୋଜିତ ହୋଇଛନ୍ତି । ରବିବାର ଛୁଟି ଥିବାରୁ ଅଫିସର୍‌ ଶ୍ରୀ ସାହୁଙ୍କ ବଙ୍ଗଳା ପିଅନ, ଦୁଇ ଜଣ ଡ୍ରାଇଭର୍‌ ଓ ସେମାନଙ୍କ ଜଣେ ସାଙ୍ଗ ମିଶି ଏହି ‘‘ମଉଜ’’ ଯୋଜନା କରିଥିଲେ ବୋଲି ସେମାନେ ପୋଲିସକୁ କହିଥିଲେ ।

କାରଟି ପୂର୍ବତଟ ରେଳବାଇର ଡେପୁଟି ସି.ଇ.ଏନ୍‌.ଏଚ୍‌.ଏମ୍‌. ଜେ.କେ ସାହୁଙ୍କ ପାଇଁ ମଞ୍ଜୁର ହୋଇଛି ।


ପଚରାଉଚରାରୁ ଜଣାପଡ଼ିଥିଲା ଯେ ଯୋଜନା ଅନୁଯାୟୀ ସେମାନଙ୍କ ପାଖରେ ପହଞ୍ଚିଥିଲେ ଏହି ବଙ୍ଗୀୟ ଯୁବତୀ । ଡ୍ରାଇଭର୍‌ ୩୫ ବର୍ଷୀୟ ସୁରେନ୍ଦ୍ରଙ୍କ କହିଥିଲେ, ‘‘ଭୁବନେଶ୍ୱରରେ ପ୍ରଥମେ ଆମେ ମଦ ପିଇଥିଲୁ । ତା’ପରେ ପୁରୀ ଆସିଥିଲୁ । ରେଳ କର୍ମଚାରୀ ବୋଲି ଷ୍ଟେସନ୍‌ ପରିସର ଆମ ପାଇଁ ସୁରକ୍ଷିତ ବୋଲି ଭାବି ସେଇଠି ରାତି ବିତାଇ ସକାଳେ ଚନ୍ଦ୍ରଭାଗାରେ ସୂର୍ଯୋଦୟ ଦେଖି ପଳାଇଥାଆନ୍ତୁ । ଅଧିକାରୀଙ୍କ ଅଫିସ୍‌ ଡ୍ୟୁଟି ପୂର୍ବରୁ ପହଞ୍ଚିଯିବା ଆମ ଯୋଜନା ଥିଲା ।’’

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

‘‘କମର୍ସିଆଲ୍‌ ମ୍ୟାନେଜରଙ୍କ ଝିଅ ବାହାଘରରେ ଏହି ସରକାରୀ ଗାଡ଼ି ସବୁ ନିୟୋଜିତ ହେଉଛି । ତେଣୁ ସେହି ମଉକାରେ ଟିକେ ମଉଜ କରିବାକୁ ଚାଲି ଆସିଥିଲୁ,’’ କହିଥିଲେ ଅନ୍ୟ ଡ୍ରାଇଭର ଜଣକ । ତେବେ ଯୁବତୀଙ୍କୁ ପଚରା ଉଚରା ପାଇଁ କାର୍‌ ବାହାରକୁ ପୋଲିସ ଡାକିବା ବେଳେ ପିଅନ ଜଣକ କହିଥିଲେ, ‘‘ସେ ଗାଁ ଝିଅ ତ, ଲାଜ କରୁଛି । ତାକୁ ବେଶି କିଛି ପଚାରନ୍ତୁନି, ଆଜ୍ଞା ।’’

ପୁରୀ ଆର.ପି.ଏଫ. ଥାନା ଅଧିକାରୀ ଅନିଲ୍ କୁମାର ସିଂ


ରେଳ ଅଧିକାରୀ ଶ୍ରୀ ସାହୁଙ୍କ ସହ କଥା ହେବାକୁ ଆର୍‌.ପି.ଏଫ୍‌. ଏ.ଏସ୍‌.ଆଇ. ଶ୍ରୀ ପାଣି ତାଙ୍କ ଫୋନ୍‌ ନମ୍ବର ମାଗିଥିଲେ । ହେଲେ ଚତୁରତାର ସହ ବଙ୍ଗଳା ପିଅନ ନିଜ ମାମୁଁଙ୍କ ଫୋନ୍‌ ନମ୍ବର ଦେଇଥିଲେ । ପ୍ରଥମେ ଏ ସବୁ ଜାଣି ନ ଥିବା କହିଥିଲେ ପିଅନଙ୍କ ମାମୁଁ । ପରେ ପିଅନ ଜଣକ ମାମୁଁଙ୍କ ସହ କଥା ହୋଇ ଏହି ଘଟଣା ସମ୍ପର୍କରେ ଠାରି ଦେଇଥିଲେ । ଏହା ପରେ ମାମୁଁ ନିଜକୁ ଅଫିସର୍‌ ଶ୍ରୀ ସାହୁ ବୋଲି ପରିଚୟ ଦେଇ ଆର୍‌.ପି.ଏଫ୍‌. ଅଧିକାରୀଙ୍କ ସହ କଥା ହୋଇଥିଲେ । ‘‘ସେମାନେ ଭୁଲ୍‌ କରିଦେଇଛନ୍ତି, ଏହି ଥର ସେମାନଙ୍କୁ ଛାଡି ଦିଅନ୍ତୁ’’ ବୋଲି ସେ କହିଥିଲେ । କିନ୍ତୁ ଟ୍ରୁ କଲରରୁ ନାଁ ଜଣାପଡ଼ିବା ପରେ ସମସ୍ତେ ଫସିଥିଲେ ।

ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିର୍‌ଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

‘‘ଆର୍‌.ପି.ଏଫ୍‌. ଥାନାକୁ ନିଆଯିବା ପରେ ସେମାନେ ଭୁଲ୍‌ କରିଥିବା ସ୍ୱୀକାର କରିଥିଲେ । ତା’ ପରେ ରେଳ ବିଭାଗର ଅଧିକାରୀ ଶ୍ରୀ ସାହୁଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏସବୁ ବିଷୟ ଜାଣି ନ ଥିବା କହିଥିଲେ  । ଆମେ କାରର କାଗଜପତ୍ର ଯାଞ୍ଚ କରିଥିଲୁ । ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲୁ । ପରେ ସେମାନଙ୍କୁ ଛଡା ଯାଇଥିଲା,’’ କହିଛନ୍ତି ପୁରୀ ଆର.ପି.ଏଫ. ଥାନା ଅଧିକାରୀ ଅନିଲ୍ କୁମାର ସିଂ ।

ଏହି ଘଟଣା ବିଷୟରେ ପୂର୍ବତଟ ରେଳବାଇର ଡେପୁଟି ସି.ଇ.ଏନ୍‌.ଏଚ୍‌.ଏମ୍‌. ଜେ.କେ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ‘‘ମୁଁ ମୋ’ କର୍ମଚାରୀଙ୍କ ଉପରେ ବିଶ୍ୱାସ କରି ଭୁଲ କରିଛି  । କେତେ କାର୍‌ ଗଡ଼ିଲା ତା’ର ହିସାବ ରଖାଯାଉନାହିଁ । ବିନା ଅନୁମତିରେ ଗାଡ଼ି ନେଇ ବାହାରକୁ ଯିବା ଡ୍ରାଇଭରର ବିଶ୍ୱାସଘାତକତା । ଏହି ଘଟଣାର ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ପ୍ରକ୍ରିୟା ଆରମ୍ଭ ହୋଇଛି  ।’’



ଖାଲି ରେଳ ବିଭାଗର ଗାଡ଼ି ନୁହେଁ, ଡ୍ରାଇଭରମାନେ ସରକାରୀ ଗାଡିର ଅପବ୍ୟବହାର କରୁଥିବାର ଅନେକ ଉଦାହରଣ ସାମନାକୁ ଆସୁଛି । ଏହା ଉପରେ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Published by: Anand Shankar Thankur Das
First published: December 6, 2020, 10:44 PM IST
corona virus btn
corona virus btn
Loading