News18 Odia Digital
କଟକ: ମାହାଙ୍ଗାରେ BJP ନେତା କୁଳମଣି ବରାଳ ଓ ତାଙ୍କର ଜଣେ ବୟସ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଜଘନ୍ୟ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ଏହି ଲୋମହର୍ଷକ ଡବଲ୍ ମର୍ଡ଼ରରେ (Mahanga double murder) ବ୍ୟବହାର ହୋଇଥିବା ଖଣ୍ଡାକୁ ବି ଜବତ କରିଛି ପୋଲିସ ।
ଗିରଫ ହୋଇଥିବା ଚାରି ଜଣ ଅଭିଯୁକ୍ତ ହେଉଛନ୍ତି ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, ପ୍ରୀତିଶ ଆଚାର୍ଯ୍ୟ ଓ ଲଳିତ ମୋହନ ବରାଳ। ଏମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପଞ୍ଚାନନ ସେଠୀ । ପୂର୍ବ ଶତ୍ରୁତାକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା‘‘ଏହି ଅପରାଧ ଘଟିବାର ୪୮ ଘଣ୍ଟା ମଧ୍ୟରେ ଆମେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛୁ । ଆମର ପାଞ୍ଚଟି ତଦନ୍ତକାରୀ ଦଳ କାମରେ ଲାଗିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିଥିଲା ଓ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରା ପଡ଼ିଛନ୍ତି,’’ କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍.ପି. ବି. ଯୁଗଳ କିଶୋର ।

ଡବଲ୍ ମର୍ଡ଼ରରେ ବ୍ୟବହାର ହୋଇଥିବା ଖଣ୍ଡା
ଏହି ଡବଲ୍ ମର୍ଡ଼ରରେ (Kulamani Baral murder) ବ୍ୟବହୃତ ଖଣ୍ଡା ବି ପୋଲିସ ଜବତ କରିଛି । ଏହା ସହିତ ଦୁଇଟି ମୋଟର ସାଇକେଲ୍ ଓ ଚାରିଟି ମୋବାଇଲ୍ ଫୋନ୍ ବି ଜବତ ହୋଇଛି । ତଦନ୍ତ ଏବେ ଚାଲିଛି ଓ ଅନ୍ୟ ଅଭିଯୁକ୍ତମାନେ ଜଲଦି ଗିରଫ ହେବେ ବୋଲି କହିଛି ପୋଲିସ ।
ଏହା ବି ପଢ଼ନ୍ତୁ | ସଲମାନ୍ ଖାନଙ୍କ ‘ଅଖତର ଚାଚା’ ଠେଲା ଲଗେଇ ଦରିଦ୍ର ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛିତଦନ୍ତରୁ ଓ ଗିରଫ ଅଭିଯୁକ୍ତଙ୍କ ସହ ପଚରାଉଚରାରୁ ଜଣାପଡ଼ିଛି ଯେ ହତ୍ୟାକାରୀମାନେ ଘଟଣା ଦିନ କୁଳମଣିଙ୍କ ଗତିବିଧି ଉପରେ ନଜର ରଖିଥିଲେ । କୁଳମଣିଙ୍କୁ ହତ୍ୟା କରିବା ପାଇଁ ସେମାନେ ପ୍ରଥମେ ସ୍ଥାନ ବି ଚିହ୍ନଟ କରିଥିଲେ । ବାଇକ୍ରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଓରଫ ପଚା ବରାଳ ଆସୁଥିବା ବେଳେ ସେମାନଙ୍କ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା ।

କଟକ ଗ୍ରାମାଞ୍ଚଳ ଏସ୍.ପି. ବି. ଯୁଗଳ କିଶୋର
କୁଳମଣି ପଡ଼ିଯିବା ପରେ ଖଣ୍ଡାରେ ତାଙ୍କ ମଥା, ମୁହଁ ଓ ବେକକୁ ହାଣି ତାଙ୍କୁ ରକ୍ତାକ୍ତ ଓ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ ହତ୍ୟାକାରୀମାନେ । ଠିକ୍ ସେହି ପରି ବାଇକ୍ ପଛରେ ବସିଥିବା ଦିବ୍ୟସିଂହଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ | Inside PHOTOS: କରୀନା, କଙ୍ଗନା, ମଲାଇକା... ଏମାନେ କେମିତି Christmas 2020 ପାଳନ କଲେବିଜେପି ନେତା ତଥା ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ରାଜ୍ୟର ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ ଜଣଙ୍କ ନାଁରେ ଏତଲା ଦେଇଥିଲେ କୁଳମଣିଙ୍କ ପୁଅ । ଏହି ହତ୍ୟାକାଣ୍ଡକୁ ନେଇ ଆରୋପ-ପ୍ରତ୍ୟାରୋପର ରାଜନୀତି ଆରମ୍ଭ ହୋଇଛି ।
ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଆୟୋଜନ କରିବା ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ବିଜେପି । ଏତଲାରେ ନାଁ ଥିବା ଲୋକଙ୍କ ବିରୋଧରେ ଆକ୍ସନ ପାଇଁ ଦାବି କରିଛି କଂଗ୍ରେସ । ଘଟଣାକୁ ଅଯଥା ରାଜନୈତିକ ରଙ୍ଗ ଦେବାକୁ ବିରୋଧୀ ପ୍ରୟାସ କରୁଥିବା ଆଇନ୍ ମନ୍ତ୍ରୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।