ଖୁବ୍ ଶୀଘ୍ର ଆୟୋଜିତ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ

ପୂର୍ବ ୨ଟି ମେକ ଇନ ଓଡ଼ିଶା ସଂସ୍କରଣରୁ ମୋଟ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି।

ଖୁବ୍ ଶୀଘ୍ର ଆୟୋଜିତ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ

ଖୁବ୍ ଶୀଘ୍ର ଆୟୋଜିତ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ

  • Share this:
News18 Odia Digital

ଭୁବନେଶ୍ବର: ନଭେମ୍ବର ୩୦ରୁ ଡିସେମ୍ବର ଆୟୋଜିତ ହେବ ମେକ ଇନ ଓଡ଼ିଶା ତୃତୀୟ ସଂସ୍କରଣ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଥମ ଦୁଇଟି ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣରେ ଅଧିକ ପୁଞ୍ଜିନିବେଶ ଆସିବ ବୋଲି ଆକଳନ କରାଯାଉଛି। ଏହାରି ଭିତରେ ପୂର୍ବ ୨ଟି ସଂସ୍କରଣର ପୁଞ୍ଜି ନିବେଶ ସମ୍ପର୍କରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରତାପ ଦେବ। ଗତ ୨ଟି ମେକ ଇନ ଓଡ଼ିଶା ସଂସ୍କରଣରୁ ମୋଟ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି। ୨୮୬ଟି ଆଗ୍ରହ ପ୍ରସ୍ତାବ ଆସିଥିବା ବେଳେ ସେଥି ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି। ବର୍ତ୍ତମାନ ସୁଦ୍ଧା ୧୬ଟି ବୃହତ୍ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।

ଏହି ପ୍ରକଳ୍ପ ମାଧ୍ୟମରେ ୫୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫୮୭୮ ନିଯୁକ୍ତି ସୁଯୋଗ ଆକଳନ କରାଯାଇଛି। ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାକୁ ୨ଟି ମେକ ଇନ୍ ଓଡ଼ିଶା କରାଯାଇଛି। ୨୦୧୬ରେ ପ୍ରଥମ ସଂସ୍କରଣ ଓ ୨୦୧୮ରେ ଦ୍ବିତୀୟ ସଂସ୍କରଣ ଆୟୋଜନ କରାଯାଇଛି। ୨୦୧୬ ମେକ ଇନ୍ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ହୋଇ ୨୧.୨୬ କୋଟି। ୨୦୧୮ରେ ଦ୍ବିତୀୟ ସଂସ୍କରଣ ପାଇଁ ଖର୍ଚ୍ଚ ହୋଇଛି ୩୩.୭୦ କୋଟି।

୨୦୧୬ ରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨ ଲକ୍ଷ ୩ ହଜାର ୨୩୫ କୋଟିର ପୁଞ୍ଜିନିବେଶ ପାଇ ଆଗ୍ରହ ପ୍ରସ୍ତାବ ଆସୁଥିଲା। ଶିଳ୍ପ ସ୍ଥାପନ ପାଇ ୮୪ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ।

୧ ଲକ୍ଷ ୩୭ ହଜାର ୬୩୪ ନିଯୁକ୍ତିର ଆକଳନ କରାଯାଇଥିଲା।। ୨୦୧୮ରେ ୨୦୨ଟି ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା ବେଳେ ୪ ଲକ୍ଷ ୨୩ ହଜାର ୧୧୪ କୋଟି ପାଇଁ ନିଯୁକ୍ତି ପ୍ରସ୍ତାବ ମିଳିଥିଲା। ୫ ଲକ୍ଷ ୯୧ ହଜାର ୮୪୭ ନିଯୁକ୍ତି ଆକଲନ କରାଯାଇଥିଲା। ୨ ଟି ସଂସ୍କରଣରେ ମୋଟ ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି। ୧୬ ଟି ବୃହତ୍ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।

ଏହା ମାଧ୍ୟମରେ ୫୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫୮୭୮ ନିଯୁକ୍ତି ଆକଳନ୍ କରାଯାଇଛି। ଏହା ସହ ଆଜି ପ୍ରଶ୍ନକାଳରେ ଶିଳ୍ପ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରି କହିଥିଲେ ରାଇସ ମିଲରୁ ଧୂଆଁ ବାହାରୁଛି ଓ ପ୍ରଦୂଷଣ ହେଉଛି।। ନିୟମ ମାନୁ ନାହାଁନ୍ତି ମିଲର କର୍ତ୍ତୃପକ୍ଷ ରାଇସ ମିଲ ନେଇ କଣ ସବସିଡି ଦିଆଯାଉଛି। ଏଭଳି ଅନେକ ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ଉଦବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ ଉତ୍ତରରେ କହିଛନ୍ତି ରାଜ୍ୟରେ ୧୩୫୮ ଟି ରାଇସ ମିଲ ଅଛି।

ଭଦ୍ରକରେ ସେଥିରୁ ୨୫ଟି ରାଇସ ମିଲ ଅଛି। କେଉଁଟି ନିୟମ ପାଳନ ହେଉଛି କି ନାହିଁ ସେନେଇ ଅନୁଧ୍ୟାନ କରାଯିବ। ଏହା ସହ ୧୯୮୫ ମସିହା ପରଠୁ କେଉଁ ଜିଲ୍ଲାରେ କେଉଁ ଶିଳ୍ପ ସଂସ୍ଥା ସରକାରଙ୍କ ଠୁ କେତେ ଜମି ନେଇଛନ୍ତି ,ସେଠାରେ ଶିଳ୍ପ ପ୍ରତିଷ୍ଠା କରିଛନ୍ତି କି ନାହିଁ ,ବର୍ତ୍ତମାନ ତାହାର ସ୍ଥିତି କଣ ଏ ନେଇ ମାସକ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦେବାକୁ DIC (district industrial centre) କୁ କୁହାଯାଇଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ।
Published by:Lipina Das
First published: