News18 Odia Digital
Naba Das Murder Case: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଆଉ ଚାରି ଦିନ ରିମାଣ୍ଡରେ ନେବା ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
କ୍ରାଇମବ୍ରାଞ୍ଚ ୯ ଦିନ ପାଇଁ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା। ହେଲେ କୋର୍ଟ କେବଳ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ରିମାଣ୍ଡର ତୃତୀୟ ଦିନରେ କଡ଼ା ଛାନବିନ କରିଛି କ୍ରାଇମବ୍ରାଞ୍ଚ। ଗୋପାଳଙ୍କୁ ସାଥିରେ ଧରି ରିଜର୍ଭ ପୋଲିସ ବ୍ୟାରେକରୁ ବହାରିଥିଲଲ କ୍ରାଇମବ୍ରାଞ୍ଚର ଏକ ବଡ଼ ଟିମ। ଜଣେ ଡ଼ିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ କ୍ରାଇମବ୍ରାଞ୍ଚ ଟିମର ୩୦ ଜଣ ସଦସ୍ୟ ଓ ଗୋଟିଏ ପ୍ଲାଟୁନ ଫୋର୍ସ ଥିଲେ ସାଥିରେ। ତେବେ ଟିମ ପ୍ରଥମେ ଗୋପାଳଙ୍କୁ ନେଇ ତାଙ୍କ MCL କ୍ୱାଟରକୁ ଯାଇଥିଲା
କ୍ୱାଟର ଭିତରେ ବହୁ ସମୟ ଧରି ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ। ମଧ୍ୟାହ୍ନ ସାଡ଼େ ୧୨ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘର ସବୁ ଜାଗାରେ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ। ଘର ଆସବାପତ୍ର, ଆଲମୀରା ଟେବୁଲ ଡ୍ରଇର ଆଦି ଯାଞ୍ଚ କରିଛି ଟିମ। ତେବେ ଗୋପାଳଙ୍କୁ ସେଠୁ ଆଣିବା ବେଳେ କିଛି ଫାଇଲ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ।
ଏହାପରେ କ୍ରାଇମବ୍ରାଞ୍ଚ ସେଠୁ ଗୋପାଳଙ୍କୁ ଧରି ଆସିଥିଲା ଗାନ୍ଧିଛକ ଫାଣ୍ଡିକୁ। ଯେଉଁଟି ଗୋପାଳ ଏଏସଆଇ ଭାବରେ କାର୍ଯ୍ୟରତ ଥିଲେ। ତେବେ ଏଠାରେ ଘଣ୍ଟାଏରୁ ଅଧିକ ସମୟ ଧରି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା। ବଡ଼ କଥା ହେଲା ଥାନାରେ ଜବତ ଏକ ହୁଣ୍ଡାଇ ଭେରେନା ଗାଡ଼ିରୁ ବାହାରିଛି କିଛି କାଗଜ। ଗାଡ଼ିରୁ କିଛି ଲାଲ କାଗଜ ବାହାରିଛି। ସେହିପରି ଟାଙ୍କିରୁ ଲାଲ ରଙ୍ଗର କାହାଜ ବାହାରିଥିଲା ସାମନ ରଙ୍ଗର ଏକ କାଗଜ ବାହାରିଛି। ଏହି କାରକୁ ଡ଼ିଏସପି ସମେତ ଅଧିକାରୀମାନେ ସର୍ଚ୍ଚ କରିଥିବା ବେଳେ ଏହାକୁ ଭିଡିଓ ରେକର୍ଡ଼ିଂ କରାଯାଇଛି।
ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହାତରେ ଲାଗିଛି ତେବେ ଏହାର ଚେର ଆଗକୁ ଲମ୍ବିବା ସ୍ୱାଭାବିକ। ସେହିପରି ସେହି କାରଟି କାହାର ଆଉ ଏହା ଭିତରେ ଥିବା କାଗଜ କଣ ତାକୁ କାହିଁକି ଜବତ କଲା କ୍ରାଇମବ୍ରାଞ୍ଚ ଏବେ ବଡ଼ ପ୍ରଶ୍ନ।
ତେବେ ଶନିବାର ଗୋପାଳଙ୍କୁ ନେଇ କ୍ରାଇମ ସିନର ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ। ସେହିପରି ଶନିବାର ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଆଗକୁ ଆଉ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।