ରାଜ୍ୟରେ ୧୦ଟି ଜିଲ୍ଲାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର: ଅଶ୍ୱନୀ ବୈଷ୍ଣବ

ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର । ଓଡ଼ିଶା ଗସ୍ତ ଅବସରରେ ଏହା ଘୋଷଣା କରିଛନ୍ତି କେନ୍ଦ୍ର ରେଳବାଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ।

ରାଜ୍ୟର ୧୦ଟି ଜିଲ୍ଲାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର (ପ୍ରତୀକାତ୍ମକ ଛବି)

ରାଜ୍ୟର ୧୦ଟି ଜିଲ୍ଲାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର । ଏଥିସହିତ ୨୭୨ଟି ଡ଼ାକଘର ସହିତ ଯୋଡ଼ି ହେବ ଇଣ୍ଟରନେଟ ସଂଯୋଗ । ଓଡ଼ିଶା ଗସ୍ତ ଅବସରରେ ଏହା ଘୋଷଣା କରିଛନ୍ତି କେନ୍ଦ୍ର ରେଳବାଇ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅସଂଯୋଗୀ ଗ୍ରାମଗୁଡ଼ିକ ସହିତ ମୋବାଇଲ ଓ ଇଣ୍ଟରନେଟ ସେବାକୁ ଯୋଡ଼ିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ଉଦ୍ୟମ ହାତକୁ ନିଆଯାଇଛି । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଲୋକଙ୍କ ଚଳଣିକୁ ବିକଶିତ ଧାରାରେ ସାମିଲ କରିବା ପାଇଁ ଏଭଳି ଯୋଜନା ହାତକୁ ନିଆଯାଇଛି । ଖାସ୍‌ କରି ୩୯୩୩ଟି ଗ୍ରାମକୁ ୪ଜି ସଂଯୋଗୀକରଣ ପାଇଁ ନୂତନ ମୋବାଇଲ ଟାୱାର ସ୍ଥାପନ ହେଉଛି କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଭାରତ ସରକାରଙ୍କ ଅସଂଯୋଗୀ ଗ୍ରାମଗୁଡ଼ିକୁ ସଂଯୋଗୀକରଣ ଯୋଜନା ଭିତରେ ଦେଶର ୫ଟି ରାଜ୍ୟକୁ ପ୍ରାଥମିକତା ଦିଆଯାଉଥିବାବେଳେ ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଓଡ଼ିଶା । ଦେଶରେ ମୋଟ ଉପରେ ୪୪ଟି ଆକାଂକ୍ଷୀ ଜିଲ୍ଲାର ୭୨୮୭ ଗ୍ରାମକୁ ଏହି ମୋବାଇଲ ସଂଯୋଗୀକରଣ କରାଯାଉଛି ।

ଓଡ଼ିଶାରେ ୧୦ ଆକାଂକ୍ଷୀ ଜିଲ୍ଲା ଭିତରେ ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ା ରହିଛି । ଏଥିପାଇଁ ଆନୁମାନିକ ବ୍ୟୟ ଅଟକଳ ରହିଛି ୩୨୧୯କୋଟି । ଏହାଛଡ଼ା ମାଓ ଅଧ୍ୟୁଷିତ ଇଲାକାରେ ପ୍ରୋଜେକ୍ଟ ଫେଜ ୨ ଅନ୍ତର୍ଗତ ୯ଟି ଜିଲାରେ ୪୨୧.୬୬ କୋଟି ଟଙ୍କା ବ୍ୟୟରେ ୪୮୩ଟି ମୋବାଇଲ ଟାୱାର ସ୍ଥାପନା ଉଦ୍ୟମ ଜାରି ରହିଛି, ଯାହା ୨୦୨୩ ମାର୍ଚ୍ଚ ସୁ୍‌ଦ୍ଧା ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ୨୭୨ଟି ନୂଆ ଡ଼ାକଘର ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହେବ । ଏହି ଉଦ୍ୟମ ଭିତରେ ଏବେ ସୁଦ୍ଧା ୨୦୨୧ ଅକ୍ଟୋବର ପହିଲାରୁ ଡ଼ିସେମ୍ବର ୩୧ ଭିତରେ ୧୨୮ଟି ଡ଼ାକଘର ସମ୍ପୂର୍ଣ୍ଣ ହୋଇଛି । ବାକି ୧୪୪ଟି ଡ଼ାକଘର ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ । ଏହି ଡ଼ାକଘର ଯୋଜନାରେ ୫୪୪ ଜଣ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଡ଼ାକଘର ସେବା ଯୋଜନାରେ ଓଡ଼ିଶାରେ ଡ଼ିବିଟି ସ୍କିମ୍ ମାଧ୍ୟମରେ ୪ ଲକ୍ଷ ୪୩ ହଜାର ୨୬ ଜଣଙ୍କୁ ୬୨.୯୭କୋଟି ଟଙ୍କା ଓ ଉଜ୍ଜ୍ୱଳା ସ୍କିମ୍‌ରେ ୨ହଜାର ୧୫୫ ଜଣଙ୍କୁ ୪.୭୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ୧୦ ବର୍ଷରୁ କମ ବାଳିକାଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ୮ ଲକ୍ଷ ୯୭ ହଜାର ୫୯୯ଟି ଆକାଉଣ୍ଟ ଖୋଲା ଯାଇଛି । କେବଳ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨ ଲକ୍ଷ ୪ ହଜାର ଆକାଉଣ୍ଟ ଖୋଲାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବେଳେ ବିଏସଏନଏଲର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ ହରିଶଚନ୍ଦ୍ର ମହାନ୍ତି, ବଳରାମ ପାଲ, ବିଜୟ କୁମାର ନାୟକ, ଶୁଭେନ୍ଦୁ ସ୍ୱାଇଁ, ଗଜପତି ବିଧାୟକ କେ. ନାରାୟଣ ରାଓ,ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ପ୍ରମୁଖ ଯୋଗ ଦେଇଥିଲେ ।
Published by:Soumya Das
First published:
)}