ରାଜ୍ୟ କ୍ୟାବିନେଟରେ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱରରେ ବିଧାୟକଙ୍କ ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ବହୁତଳ କ୍ୱାଟର୍ସ। ୫୧୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି କ୍ୱାଟର୍ସ କାମ ଅଢ଼େଇ ବର୍ଷରେ ଶେଷ ହେବ।

ରାଜ୍ୟ କ୍ୟାବିନେଟରେ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

ରାଜ୍ୟ କ୍ୟାବିନେଟରେ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ୱର: ଗୁରୁବାର ରାଜ୍ୟ କ୍ୟାବିନେଟରେ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗର ୩୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଜଳସମ୍ପଦ ବିଭାଗ, ସମବାୟ, କ୍ରୀଡ଼ା, ଅବକାରୀ, ପୂର୍ତ୍ତ ବିଭାଗ ପରି ବିଭାଗର ବହୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜଳ ସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯାଜପୁର ବୈତରଣୀ ନଦୀରେ ହେବ ୨ଟି ଆନିକଟ।

ଏହାଦ୍ବାରା ଉପକୃତ ହେବେ ଧାମନଗର ଓ ଦଶରଥପୁରର ଅଞ୍ଚଳର ଲୋକେ। ଉଭୟ ଟେଣ୍ଡରକୁ କ୍ୟାବିନେଟ ମୋହର ମାରିଥିବା ବେଳେ ଏଥିପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା। ଅଢ଼େଇ ବର୍ଷରେ ସରିବ ନିର୍ମାଣ କାମ।।

ସେହିପରି ବଲାଙ୍ଗୀର ଜଳସେଚନ ପ୍ରକଳ୍ପ ପାଇଁ ୬୩୪ କୋଟି ଖର୍ଚ୍ଚ ହେବ। ଭୂତଳ ପାଇପ ଜରିଆରେ ଲୋୟର ସୁକତେଲ ପ୍ରକଳ୍ପର ବାମ ପାର୍ଶ୍ବରେ ଏହି ଜଳସେଚନ ପ୍ରକଳ୍ପ କରାଯିବ। ୧୩ ହଜାର ହେକ୍ଟର ଜମିରେ ଜଳସେଚନ ହେବ। ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ମହାନଦୀ ଓ ବ୍ରାହ୍ମଣୀ ନଦୀରେ ହେବ ୯ଟି ମେଗା ଲିଫ୍ଟ ପ୍ରକଳ୍ପ। ଏହାଦ୍ବାରା ୧୪,୪୩୦ ହେକ୍ଟର ଜମିରେ ହେବ ଜଳସେଚନ। ୩ ବର୍ଷରେ ଏହାର ସରିବ କାମ ଓ ଖର୍ଚ୍ଚ ହେବ ୪୩୧କୋଟି ଟଙ୍କା।

ଅନୁଗୁଳ ଓ କଟକ ଜିଲ୍ଲାର ଚାଷୀ ଏହା ଦ୍ବାରା ଉପକୃତ ହେବେ। କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୮୭୫.୭୮ କୋଟି ଖର୍ଚ୍ଚ ହେବ। କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ହକି ଷ୍ଟାଡିୟମ୍ ବିକାଶ ହେବ। କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ଅନୁମୋଦନ। ‘ଓଡ଼ିଶା ପର୍ଯ୍ୟଟନ ସେବା’ ବର୍ଗର ପୁନର୍ଗଠନକୁ ଅନୁମୋଦନ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ୭ଟି ଉପଖଣ୍ଡରେ ବିଭକ୍ତ କରାଯିବ।

୯ଟି ନୂଆ ଅବକାରୀ ଥାନା ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ ବିଧାୟକ ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ କ୍ୱାଟର୍ସ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏଥିପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅଢ଼େଇ ବର୍ଷରେ କାମ ଶେଷ ହେବ। ରାଜ୍ୟ କ୍ୟାବିନେଟ ବୈଠକ ପରେ ଏ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
Published by:Lipina Das
First published: