କିସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ; ୩୦ ହଜାରରୁ ଊର୍ଦ୍ଧ୍ୱ ଲଡୁ ପ୍ରସ୍ତୁତ

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ପାଇଥିବାରୁ କିସ୍‍ର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତିଙ୍କ ବିଜୟ ଉତ୍ସବ ପାଳନ ଉପଲକ୍ଷେ ଦୁଇ ଦିନ ଧରି କିସ୍‍ରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲଡ଼ୁ ପ୍ରସ୍ତୁତ କରାଯାଇଥିଲା ।

କିସର ଛାତ୍ରଛାତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳୁଛନ୍ତି

କିସର ଛାତ୍ରଛାତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳୁଛନ୍ତି

  • Share this:
News 18 Odia Digital

ଭୁବନେଶ୍ୱର : ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଏଥି ପାଇଁ ଓଡିଶା କାଲି ଉତ୍ସବ ମୁଖର ଥିଲା । ପ୍ରଥମ ଥର ଲାଗି ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିଲେ । ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ  ପଦରେ ବସିବା ପରେ ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍‍ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ରପତିଙ୍କ ବିଜୟ ଉତ୍ସବ ପାଳନ ଉପଲକ୍ଷେ ଦୁଇ ଦିନ ଧରି କିସରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲଡ଼ୁ ପ୍ରସ୍ତୁତ କରାଯାଇଥିଲା । ଏହି ଲଡ଼ୁ ପ୍ରସ୍ତୁତିରେ ଶ୍ରୀମତୀ ମୁର୍ମୁଙ୍କ ଗ୍ରାମର ପିଲାମାନେ ସହଯୋଗ କରିଥିଲେ ।

ଏହା ଦ୍ୱାରା ଆମମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଆମେ ମାନେ ମଧ୍ୟ କିଛି ନା କିଛି କରିପାରିବୁ ବୋଲ ଆମେ ଆଶାବାଦୀ ହୋଇପାରୁଛୁ ବୋଲି କିସ୍‍ର ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ବହୁ ସଂଘର୍ଷ କରି ମୁର୍ମୁ ନିଜେ ଶିକ୍ଷା ଗ୍ରହଣ କରିବା ସହ ଶିକ୍ଷାର ଗୁରୁତ୍ୱ ଭଲ ଭାବେ ବୁଝିଛନ୍ତି । ସେଥିପାଇଁ ନିଜ ପରିବାର ଓ ନିଜ ଅଞ୍ଚଳରୁ ବହୁ ଗରିବ ଛାତ୍ରଛାତ୍ରୀଙ୍କୁ କିସ୍‍କୁ ପଠାଇ ନାମ ଲେଖାଇଥିଲେ । ସେହି ପିଲାମାନେ ଆଜି ଉଚ୍ଚ ଶିକ୍ଷିତ ହେବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେବା ସହ ଓଡ଼ିଶାର ଜଣେ ଜନଜାତି ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଭିଷିକ୍ତ କରାଇବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରାଇଥିବାରୁ ଛାତ୍ରଛାତ୍ରୀମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଗୌରବର ବିଷୟ ହେଉଛି ବିଶ୍ୱର ଏହି ସର୍ବବୃହତ ଶିକ୍ଷାନୁଷ୍ଠାନ କିସ୍‍ ରେ ରାଷ୍ଟ୍ରପତିଙ୍କ ଜ୍ୱାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ୍‍ ଦୀର୍ଘ ୧୫ବର୍ଷ ଧରି ଶିକ୍ଷା ଗ୍ରହଣ କରିଥିଲେ ।  ମୁର୍ମୁଙ୍କ ସୁପୁତ୍ର ମଧ୍ୟ କିଟ୍‍ରେ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।
Published by:Sujit Swain
First published: