ବଢ଼ିଛି ଡ୍ରପ ଆଉଟ ସଂଖ୍ୟା; ସ୍କୁଲ ଆସୁ ନାହାଁନ୍ତି ୩୦% ଛାତ୍ରଛାତ୍ରୀ

ସ୍କୁଲ ଆସୁନାହାଁନ୍ତି ୩୦% ଛାତ୍ରଛାତ୍ରୀ। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ସବୁ ଜିଲ୍ଲା ପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଗଣଶିକ୍ଷା ସଚିବ।

ସ୍କୁଲ ଆସୁ ନାହାଁନ୍ତି ୩୦% ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)

ସ୍କୁଲ ଆସୁ ନାହାଁନ୍ତି ୩୦% ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18Odia Digital

ଭୁବନେଶ୍ୱର: ସ୍କୁଲ ଆସୁନାହାଁନ୍ତି ୩୦% ଛାତ୍ରଛାତ୍ରୀ। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ଅଫଲାଇନ କ୍ଳାସ କାହିଁକି କରୁନାହାନ୍ତି ସେ ନେଇ ତର୍ଜମା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ କମିଟି, ସରପଞ୍ଚ ଓ ଏସ.ଏଚ.ଜି ମହିଳା ଖୋଜିବେ କାରଣ। ଘର ଘର ବୁଲି ଅଭିଭାବକଙ୍କ ସହ କଥା। ସବୁ ଜିଲ୍ଲା ପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଗଣଶିକ୍ଷା ସଚିବ।

ସ୍କୁଲ ଆସୁନାହାଁନ୍ତି ୧୮ ଲକ୍ଷ ଛାତ୍ରଛାତ୍ରୀ। ଦୁଇବର୍ଷ କୋରୋନା ମହାମାରୀ ପରେ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। କୋର୍ସ ଶେଷ କରିବା ପାଇଁ ଚଳିତବର୍ଷ ଖରା ଛୁଟି ରେ ଚାଲିଛି ପାଠପଢ଼ା। ହେଲେ ପ୍ରଥମରୁ ଦ୍ୱାଦଶରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ର ୭୦%। ଯାହାକୁ ନେଇ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ପ୍ରଥମରୁ ଦ୍ୱାଦଶ ରାଜ୍ୟବ୍ୟାପୀ ପଢୁଛନ୍ତି ୬୦ଲକ୍ଷ ଛାତ୍ରଛାତ୍ରୀ। ୩୦% ଯଦି ଅନୁପସ୍ଥିତ ତେବେ ୧୮ ଲକ୍ଷ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ସ୍କୁଲ ଆସୁନାହାନ୍ତି। ତେବେ ଡ୍ରପ ଆଉଟ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ଖୋଦ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

"କରୋନା ମହାମାରୀରେ ଅନେକ ପିଲା ଅନଲାଇନ ଶିକ୍ଷାରୁ ବଞ୍ଚିତ ରହୁଥିଲେ। ହେଲେ ଏବେ ଅଫଳାଇନ ପାଠପଢ଼ାରେ ମଧ୍ୟ ଅନେକ ସ୍କୁଲ ଆସୁନାହାଁନ୍ତି। ମାତ୍ର ୭୦% ପିଲା ସ୍କୁଲ ଆସୁଥିବାବେଳେ ୩୦% ପିଲା ନିୟମିତ ଅନୁସପସ୍ଥିତ ରହୁଥିବା ଜଣାପଡିଛି। ତେଶ ଏହାର କାରଣ ଓ ନିରାକରଣ ପାଇଁ ତର୍ଜମା ଆରମ୍ଭ ହୋଇଛି,"କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡ଼ା ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ରାଜ୍ୟ ହାରଠାରୁ କମ ରହିଛି। ସେହିଭଳି ଅଷ୍ଟମ ପାସ ପରେ ଅନେକ ପିଲା ନବମ ଶ୍ରେଣୀରେ ନାମ ଲେଖାଇନାହାନ୍ତି। ଏଣୁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ମହାମାରିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଫଳରେ ୨ ବର୍ଷ ଧରି ପିଲାମାନେ ପାଠପଢ଼ାରୁ ବଞ୍ଚିତ ରହିଲେ । ଏଣୁ ଦୁଇବର୍ଷ ପରେ ପାଠ ପ୍ରତି ଆଗ୍ରହ ନରହିବାରୁ ଅଧାରୁ ପାଠ ଛାଡ଼ୁଛନ୍ତି,"କହିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ।

"ଅଭିଭାବକଙ୍କୁ ଶିକ୍ଷା ଓ ଶିକ୍ଷାର ମହତ୍ୱ ସମ୍ପର୍କରେ ବୁଝାଇବା ଦରକାର। ସଚେତନତା ର ଆବଶ୍ୟକ ରହିଛି। କେଉଁ କାରଣ ପାଇଁ ପିଲା ପାଠ ପ୍ରତି ଆଗ୍ରହ ଦେଖାଉନାହିଁ ତାକୁ ଜାଣିବା ଓ ତାର ସମାଧାନ କରିବା ଦରକାର,"କହିଛନ୍ତି ଶିକ୍ଷାବିତ ସୁବାଷ ଚନ୍ଦ୍ର ସାହୁ।

"କରୋନା ସମୟରେ ବହୁତ ପିଲା ୨ ବର୍ଷ କାଳ ପାଠ ପଢ଼ି ପାରିଲେ ନାହିଁ। ଏବେ ସ୍କୁଲ ଆସିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି। ଅନେକ ପିଲା ଫଳ ମୂଳ ବିକ୍ରି କରି ଚଳୁଛନ୍ତି। ଅନେକ ସ୍କୁଲରେ ଶିକ୍ଷକ ନାହଁନ୍ତି। ଏଭଳି ସ୍ଥିତିରେ ଡ୍ରପ ଆଉଟ ସଂଖ୍ୟା ବଢ଼ିବାରେ ଲାଗୁଛି,"କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ।
Published by:Soumya Das
First published: