ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟିଲା ବସ; ୩୦ ଆହତ

ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟିଲା ବସ୍। ଏଥିରେ ୩୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। 

ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟିଲା ବସ (ପ୍ରତୀକାତ୍ମକ ଛବି)

ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟିଲା ବସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଭାରସାମ୍ୟ ହରାଇ ନଦୀକୁ ଓଲଟିଲା ବସ୍। ଏଥିରେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ନିକଟରେ ଏକ ତୀର୍ଥ ଯାତ୍ରୀ ବସ ଭାରସାମ୍ୟ ହରାଇ ନୟନ ଜୋରିକୁ ଓଲଟି ପଡ଼ିଛି। ଏଥିରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ପୁରୀ ଯାଉଥିବା ଏହି ଘରୋଇ ଵସର ନାମ ହେଉଛି ମମତାଜ।

ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ୫ଟି ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଡାକ୍ତରଖାନକୁ ନିଆଯାଇଛି। ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ଆହତ ମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।
Published by:Soumya Das
First published: