ଝାରସୁଗୁଡ଼ା ଇବ୍ ଥର୍ମାଲ ଦୁର୍ଘଟଣା: ୩ ଶ୍ରମିକ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର; ଆନ୍ଦୋଳନ ଜାରି

ଇବ ଥର୍ମାଲର ୟୁନିଟ ୩ର ସାଇଲୋର ହପର ଭାଙ୍ଗିବାରୁ ଗରମ ପାଉଁଶ ପଡ଼ି ଛଅ ଜଣ ଶ୍ରମିକଙ୍କ ଶରୀର ପୋଡ଼ି ଯାଇଥିଲା । ଆହତ ଶ୍ରମିକମାନଙ୍କୁ ଓପିଜିସି କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଝାରସୁଗୁଡ଼ା ଇବ୍ ଥର୍ମାଲ ଦୁର୍ଘଟଣା: ୩ ଶ୍ରମିକ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର; ଆନ୍ଦୋଳନ ଜାରି
ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • News18 Odia
  • Last Updated: September 7, 2020, 10:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଝାରସୁଗୁଡ଼ା: ଜିଲ୍ଲାର ବନହରପାଲୀ ଠାରେ ଥିବା ଓପିଜିସି ପରିଚାଳନାଧୀନ ଇବ ଥର୍ମାଲରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଛଅ ଜଣ ଶ୍ରମିକ ଆହତ ହେବା ପରେ ଆଜି (ସୋମବାର) ଏହି ଦୁର୍ଘଟଣାକୁ ନେଇ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନହରପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ ।

ଆହତ ଶ୍ରମିକମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଥିବାରୁ ସେମାନଙ୍କୁ ଇବ ଥର୍ମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଇବ ଥର୍ମାଲର ୟୁନିଟ ୩ର ସାଇଲୋର ହପର ଭାଙ୍ଗିବାରୁ ଗରମ ପାଉଁଶ ପଡ଼ି ଛଅ ଜଣ ଶ୍ରମିକଙ୍କ ଶରୀର ପୋଡ଼ି ଯାଇଥିଲା । ଆହତଙ୍କୁ ଓପିଜିସି କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରୁ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇ ଥିବା ବେଳେ ଠିକା ଶ୍ରମିକ ପି. ଭଗବାନ ପାତ୍ର, ହୃଷିକେଶ କର୍ତ୍ତା ଓ ଆକାଶ ଖମାରୀଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନାକୁ ପୋଲିସ ଶାନ୍ତ କରିବାକୁ ଚେଷ୍ଟା କରୁଛି ।


ବନହରପାଲି ସ୍ଥିତ ଓପିଜିସିର ପରିଚାଳନାଧୀନ ଇବ ଥର୍ମାଲରେ ସୋବାର ସକାଳୁ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରି କାରଖାନାର ଫାଟକ ବନ୍ଦ କରିଥିଲେ । ଦିନ ତମାମ ଲାଗି ରହିଥିଲା ଉତ୍ତେଜନା । ଲୋକଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଯେତେ ବୁଝା ସୁଝା କରିଥିଲେ ମଧ୍ୟ ବୁଝି ନ ଥିଲେ ସେମାନେ । କାରଖାନା ଭିତରେ କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ଉପରେ ଉଚିତ ଧ୍ୟାନ ଦିଆଯାଉ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଥିଲେ ଆନ୍ଦୋଳନକାରୀମାନେ ।

୨୦୧୯ ମସିହାରେ ଓପିଜିସିର ୟୁନିଟ ୩ ଓ ୪ର ଉଦଘାଟନ ହୋଇଥିଲା । ଏହାର ନିର୍ମାଣ ସମୟର ତୃଟି ପାଇଁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ୧,୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ହାସଲ ହୋଇପାରି ନାହିଁ । ଇଏସପିର ତ୍ରୁଟି ଯୋଗୁଁ ଗତ ଶନିବାର ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ନୂତନ ଭାବେ ଗଢ଼ି ଉଠିଥିବା ଏକ କାରଖାନାର ୟୁନିଟରେ କିପରି ଦୁର୍ଘଟଣା ଘଟିଲା ଓ ନିରାପତ୍ତା ବ୍ୟବସ୍ଥା କାହିଁକି ଫେଲ ମାରିଲା ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଓପିଜିସି ନିଜଟସ୍ଥ ତେଲେନପାଲି ଗାଁର ଲୋକେ ଓପିଜିସି ଫାଟକକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୌଣସି ଅଧିକାରୀ କର୍ମଚାରୀଙ୍କୁ କାରଖାନା ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ସ୍ଥାନୀୟ ଲୋକଙ୍କ ଉତ୍ତେଜନାକୁ ଦେଖି ବନହରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ଆରମ୍ଭ କରିଥିଲା ।



କାରଖାନା ଭିତରେ ଶ୍ରମିକ କାର୍ମଚାରୀଙ୍କ ନିରପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଓ ଭବିଷ୍ୟତରେ ଯେଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥି ପାଇଁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ହଟିବେ ବୋଲି କହିଛନ୍ତି ଆନ୍ଦୋଳନକାରୀମାନେ । ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କାରଖାନା ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Published by: Anand Shankar Thankur Das
First published: September 7, 2020, 10:08 PM IST
corona virus btn
corona virus btn
Loading