୩ ଜଣ ମହିଳାଙ୍କର ଜଣେ ସ୍ୱାମୀ: କୌଣସି କାମ କରୁ ନାହାନ୍ତି, ପତ୍ନୀମାନେ ଚଳାଉଛନ୍ତି ଘର

ନିଜର ଭୂମିକାକୁ ଚେସବୋର୍ଡ ସହିତ ତୁଳନା କରି ଦୁଇ ଛୁଆଙ୍କ ପିତା ନିକ ଡେଭିସ୍ କହିଛନ୍ତି ଯେ, ତାଙ୍କର ଚାକିରି ନାହିଁ କାରଣ 'ଚେସ ବୋର୍ଡରେ ରାଜା ଏପଟ ସେପଟ ବେଶି ବୁଲନ୍ତି ନାହିଁ ଓ ରାଣୀଙ୍କ ପାଖରେ ଅଧିକ ଶକ୍ତି ରହିଥାଏ ।

୩ ଜଣ ମହିଳାଙ୍କର ଜଣେ ସ୍ୱାମୀ: କୌଣସି କାମ କରୁ ନାହାନ୍ତି, ପତ୍ନୀମାନେ ଚଳାଉଛନ୍ତି ଘର

୩ ଜଣ ମହିଳାଙ୍କର ଜଣେ ସ୍ୱାମୀ: କୌଣସି କାମ କରୁ ନାହାନ୍ତି, ପତ୍ନୀମାନେ ଚଳାଉଛନ୍ତି ଘର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ବ୍ୟକ୍ତିଙ୍କର ପାରିବାରିକ ଜୀବନ ଅନ୍ୟମାନଙ୍କଠାରୁ ଭିନ୍ନ କାରଣ ତାଙ୍କର ତିନି ଜଣ ପତ୍ନୀ ଅଛନ୍ତି । ଏହି ବ୍ୟକ୍ତି କୁହନ୍ତି, ସେ କୌଣସି କାମ କରନ୍ତି ନାହିଁ, ତାଙ୍କର ତିନି ପତ୍ନୀ ଚାକିରି କରନ୍ତି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ବହୁ ବିବାହିତ ପରିବାରରେ ନିଜର ଭୂମିକାକୁ ଚେସବୋର୍ଡ ସହିତ ତୁଳନା କରି ଦୁଇ ଛୁଆଙ୍କ ପିତା ନିକ ଡେଭିସ୍ କହିଛନ୍ତି ଯେ, ତାଙ୍କର ଚାକିରି ନାହିଁ କାରଣ 'ଚେସ ବୋର୍ଡରେ ରାଜା ଏପଟ ସେପଟ ବେଶି ବୁଲନ୍ତି ନାହିଁ ଓ ରାଣୀଙ୍କ ପାଖରେ ଅଧିକ ଶକ୍ତି ରହିଥାଏ । ନିକଙ୍କ ତିନି ପତ୍ନୀ - ଏପ୍ରିଲ୍, ଡାନିଏଲ୍ ଏବଂ ଜେନିଫର୍ - ସମସ୍ତେ ଫୁଲ ଟାଇମ୍ ଚାକିରି କରନ୍ତି।

ନିକ୍ ବିଶ୍ୱବିଦ୍ୟାଳୟରେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଭେଟିଥିଲେ

୧୫ ବର୍ଷ ପୂର୍ବେ ବିଶ୍ୱବିଦ୍ୟାଳୟରେ ତାଙ୍କର ପ୍ରଥମ ପତ୍ନୀ ଏପ୍ରିଲଙ୍କ ସହ ଭେଟ ହୋଇଥିଲା। ଏହାର ନଅ ବର୍ଷ ପରେ ଜେନିଫରଙ୍କୁ ନିଜ ପରିବାରକୁ ସ୍ୱାଗତ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକ ଜେନିଫରଙ୍କୁ ଭେଟି ନଥିଲେ କିନ୍ତୁ ଏପ୍ରିଲ ତାଙ୍କ ୩୯ ବର୍ଷିୟ ସ୍ୱାମୀଙ୍କୁ ୨୫ ବର୍ଷିୟ ଜେନିଫରଙ୍କ ସହ ପରିଚିତ କରାଇଥିଲେ, ଏପ୍ରିଲ ସେତେବେଳେ ୧୯ ବର୍ଷ ବୟସ ହୋଇଥିଲା, ସେ ଭାବିଥିଲେ ଯେ ସେ ସେମାନଙ୍କ ପରିବାରରେ ଭଲ ଫିଟ୍ ହେବେ।

ଏପ୍ରିଲ୍ କହିଛନ୍ତି, 'ମୋ ପାଇଁ ଏହା ସ୍ପଷ୍ଟ ଥିଲା ଯେ ଜେନିଫର୍ ବହୁତ ଭଲ ଝିଅ, ମୁଁ ଜାଣିଥିଲି ଯେ ନିକଙ୍କୁ ସେ ଆକର୍ଷିତ କରିବେ।'

ଦୁଇ ପତ୍ନୀଙ୍କ ପରେ ତୃତୀୟ ମହିଳାଙ୍କୁ ବିବାହ କରିଥିଲେ

ଏହାପରେ, ଏହି ପରିବାରରେ ଡ଼ାନିୟେଲଙ୍କ ପ୍ରବେଶ ହୋଇଥିଲା । ଅନ୍ୟ ଦୁଇ ପତ୍ନୀଙ୍କ ପରେ ତୃତୀୟ ଥର ପାଇଁ ବିବାହ କରିଥିବା ନିକ କହିଛନ୍ତି ଯେ ସେ ଡାନିଏଲଙ୍କୁ ପ୍ରତିଶ୍ରୁତି ଦେଇଥିଲେ'।

ନିକ କହିଛନ୍ତି, 'ମୋତେ ଲାଗୁଛି ଯେ ମୁଁ କେବଳ ସ୍ୱପ୍ନକୁ ସତ କରିବା ପାଇଁ ବଞ୍ଚିଛି । ସତ କହିବାକୁ ଗଲେ, ମୁଁ କେବେ ଭାବି ନ ଥିଲି ଯେ ମୁଁ ଏତେ ଖୁସି ହୋଇପାରିବି ।
Published by:Soubhagya Mishra
First published: